ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

The Sakala Picture
Published On

ନୂଆଦିଲ୍ଲୀ: ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ୭୫ ବର୍ଷ ବୟସ୍କ ନେପାଳୀ କଂଗ୍ରେସ ନେତା ଦେଓବାଙ୍କୁ ୧୬୫ଟି ଭୋଟ ମିଳିଛି । ପ୍ରତିନିଧି ସଭାରେ ଆସ୍ଥା ଭୋଟରେ ଦେଓବାଙ୍କ ବିଜୟ ସହଜ ଥିଲା । ଭୋଟିଂରେ ମୋଟ ୨୪୯ ସାଂସଦ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣ ସାଂସଦ ଦେଓବାଙ୍କ ବିରୋଧରେ ଭୋଟ ଦେଇଥିଲେ । ଜଣେ ସାଂସଦ ଭୋଟ ଦେଇ ନଥିଲେ । ସୂଚନା ଅନୁଯାୟୀ, ଆସ୍ଥା […]

ନୂଆଦିଲ୍ଲୀ: ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ୭୫ ବର୍ଷ ବୟସ୍କ ନେପାଳୀ କଂଗ୍ରେସ ନେତା ଦେଓବାଙ୍କୁ ୧୬୫ଟି ଭୋଟ ମିଳିଛି । ପ୍ରତିନିଧି ସଭାରେ ଆସ୍ଥା ଭୋଟରେ ଦେଓବାଙ୍କ ବିଜୟ ସହଜ ଥିଲା । ଭୋଟିଂରେ ମୋଟ ୨୪୯ ସାଂସଦ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣ ସାଂସଦ ଦେଓବାଙ୍କ ବିରୋଧରେ ଭୋଟ ଦେଇଥିଲେ । ଜଣେ ସାଂସଦ ଭୋଟ ଦେଇ ନଥିଲେ ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ସୂଚନା ଅନୁଯାୟୀ, ଆସ୍ଥା ଭୋଟରେ ବିଜୟ ଲାଗି ଦେଓବାଙ୍କୁ ୧୩୬ ଭୋଟର ଆବଶ୍ୟକ ଥିଲା। ଗତ ଜୁଲାଇ ୧୩ ତାରିଖରେ ସେ ରେକର୍ଡ ପଞ୍ଚମ ଥର ଲାଗି ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ। ପୂର୍ବରୁ ରାଷ୍ଟ୍ରପତି ଭଙ୍ଗ କରିଥିବା ପ୍ରତିନିଧି ସଭାକୁ ପୁନର୍ଗଠନ ନିର୍ଦ୍ଦେଶ ଦେବା ସହ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସ୍ଥା ଭୋଟରେ ବିଜୟ ଲାଭ କରିବା ପରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ଗତ ୫ ମାସରେ ଦ୍ୱିତୀୟ ଥର ଲାଗି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ପ୍ରତିନିଧି ସଭାକୁ ଭଙ୍ଗ କରିଥିଲେ। ଯାହା ବିରୋଧରେ ନେପାଳୀ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିଥିଲେ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର