ଆମେରିକା ଇନ୍‌ଫ୍ଲୁଏନ୍ସର ଏସେଲ୍‌ କ୍ଲେର୍‌ଙ୍କ ଦାବି: ‘ମୋ ସନ୍ତାନର ବାପା ଏଲନ୍‌ ମସ୍କ’

The Sakala Picture
Published On

ୱାଶିଂଟନ: ଆମେରିକା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଲେଖିକା ଏସ୍‌ଲେ ସେଣ୍ଟ କ୍ଲେୟର ବଡ଼ ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା କ୍ୟାବିନେଟ ସଦସ୍ୟ ବ୍ୟବସାୟୀ ଏଲନ ମସ୍କ ତାଙ୍କ ସନ୍ତାନର ବାପା ବୋଲି କହିଛନ୍ତି। ସେ ୫ ମାସ ତଳେ ଗୋପନୀୟ ଭାବେ ପୂତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ସୁରକ୍ଷା ଏବଂ ଗୋପନୀୟତା ଦୃଷ୍ଟିରୁ ଏ ବିଷୟରେ ଘୋଷଣା କରି ନ ଥିଲେ। ଏବେ ସେ ଗୋପନୀୟତା ରଖା କରିବା […]

ୱାଶିଂଟନ: ଆମେରିକା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଲେଖିକା ଏସ୍‌ଲେ ସେଣ୍ଟ କ୍ଲେୟର ବଡ଼ ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା କ୍ୟାବିନେଟ ସଦସ୍ୟ ବ୍ୟବସାୟୀ ଏଲନ ମସ୍କ ତାଙ୍କ ସନ୍ତାନର ବାପା ବୋଲି କହିଛନ୍ତି। ସେ ୫ ମାସ ତଳେ ଗୋପନୀୟ ଭାବେ ପୂତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ସୁରକ୍ଷା ଏବଂ ଗୋପନୀୟତା ଦୃଷ୍ଟିରୁ ଏ ବିଷୟରେ ଘୋଷଣା କରି ନ ଥିଲେ। ଏବେ ସେ ଗୋପନୀୟତା ରଖା କରିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଯଦି କ୍ଲେୟରଙ୍କ ଦାବି ସଠିକ୍‌ ସାବ୍ୟସ୍ତ ହୁଏ ତେବେ ଏହା ମସ୍କଙ୍କ ୧୩ତମ ସନ୍ତାନ ହେବ। ପୂର୍ବରୁ ମସ୍କଙ୍କ ୧୨ ସନ୍ତାନ ଅଛନ୍ତି। ୩ ମହିଳା ଏହି ଶିଶୁଙ୍କୁ ଜନ୍ମ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

୨୬ ବର୍ଷୀୟ ସେଣ୍ଟଙ୍କ କ୍ଲେୟର ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି। ସେ ‘ଏଲିଫ୍ୟାଣ୍ଟସ ଆଣ୍ଡ ନଟ୍‌ ବର୍ଡ୍ସ’ ନାମକ ଏକ ପୁସ୍ତକ ଲେଖିଛନ୍ତି। ରିପୋର୍ଟ ଅନୁଯାୟୀ ଏସ୍‌ଲେ ନ୍ୟୁୟର୍କ ମ୍ୟାନ୍‌ହଟନରେ ଏକ ବଡ଼ ଆପାର୍ଟମେଣ୍ଟରେ ରହୁଛନ୍ତି। ମାସକୁ ଏହାର ଭଡ଼ା ୧୨ରୁ ୧୫ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୧୩ ଲକ୍ଷ ଟଙ୍କା ରହିଛି। ଏସ୍‌ଲେ ରକ୍ଷଣଶୀଳ ଚିନ୍ତାଧାରର ସମର୍ଥକ। ଏକ୍ସରେ ତାଙ୍କର ୧୦ ଲକ୍ଷ ଫଲୋଅର୍ସ ଅଛନ୍ତି। ତାଙ୍କ ପାଖରେ ଟେସ୍‌ଲାର ଏକ ସାଇବର ଟ୍ରକ୍‌ ମଧ୍ୟ ଥିଲା। ଏ ପର୍ଯ୍ୟନ୍ତ ଏହି ଦାବି ଉପରେ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଏବେ ସେ ନ୍ୟୁରାଲିଙ୍କର ମ୍ୟାନେଜର ସିୱାନ ଜିଲ୍‌ସଲ୍‌ଙ୍କ ସହ ସମ୍ପର୍କରେ ଅଛନ୍ତି। ଉଭୟଙ୍କର ତିନି ସନ୍ତାନ ଅଛନ୍ତି। ମସ୍କ ଗତ ବର୍ଷ ଦ୍ବାଦଶ ସନ୍ତାନର ଜନକ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ମସ୍କ ସର୍ବପ୍ରଥମେ ୨୦୦୦ ମସିହାରେ ବିବାହ କରିଥିଲେ। କାନାଡ଼ା ବଂଶୋଦ୍ଭବ ଆଥର ଜଷ୍ଟିନ ୱିଲସନ୍‌ଙ୍କୁ ବିବାହ କରିଥିଲେ। ୨୦୦୨ରେ ଉଭୟେ ମାତାପିତା ହୋଇଥିଲା। ମାତ୍ର ୧୦ ସପ୍ତାହ ପରେ ଏହି ଶିଶୁର ମୃତ୍ୟୁ ହୋଇଥିଲା। ୨୦୦୮ରେ ମସ୍କ ୱିଲ୍‌ସନ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ। ପୁଣି ୨୦୧୦ରେ ବ୍ରିଟିଶ ଷ୍ଟାର ତାଲୁଲାହଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ଦୁଇ ବର୍ଷ ତିଷ୍ଠି ଥିଲା। ବିଚ୍ଛେଦ ପରେ ପୁଣି ଉଭୟେ ବିବାହ କରିଥିଲେ। ୨୦୧୪ରେ ତାଲୁଲାହ ଦ୍ବିତୀୟ ଥର ଛାଡ଼ପତ୍ର ଆବେଦନ କରିଥିଲେ। କିନ୍ତୁ ଏହାର ବର୍ଷରେ ଆବେଦନ ପ୍ରତ୍ୟାହାର କରି ନେଇଥିଲେ। ଏହା ପରେ ୨୦୧୬ରେ ତୃତୀୟ ଛାଡପତ୍ର ଆବେଦନ କରି ମସ୍କଙ୍କଠାରୁ ଅଲଗା ହୋଇଥିଲେ। ଉଭୟଙ୍କର କୌଣସି ସନ୍ତାନ ନାହାନ୍ତି। ପୂର୍ବରୁ ମସ୍କ ଥରେ କହିଥିଲେ ଯେ ବିଶ୍ବ ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହେଉଛି। ତେଣୁ ସେ ଉତ୍ତମ ବୁଦ୍ଧିମତା ଥିବା ଶିଶୁ ଜନ୍ମ କରିବାକୁ ଚାହୁଁଛନ୍ତି। ଯଦି ଲୋକ ଅଧିକ ସନ୍ତାନ ଜନ୍ମ ନ କରିବେ ତେବେ ପୃଥିବୀରେ ସଭ୍ୟତା ଧ୍ବଂସ ହୋଇଯିବ।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

16 Feb 2025 By The Sakala

ଆମେରିକା ଇନ୍‌ଫ୍ଲୁଏନ୍ସର ଏସେଲ୍‌ କ୍ଲେର୍‌ଙ୍କ ଦାବି: ‘ମୋ ସନ୍ତାନର ବାପା ଏଲନ୍‌ ମସ୍କ’

ୱାଶିଂଟନ: ଆମେରିକା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଲେଖିକା ଏସ୍‌ଲେ ସେଣ୍ଟ କ୍ଲେୟର ବଡ଼ ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା କ୍ୟାବିନେଟ ସଦସ୍ୟ ବ୍ୟବସାୟୀ ଏଲନ ମସ୍କ ତାଙ୍କ ସନ୍ତାନର ବାପା ବୋଲି କହିଛନ୍ତି। ସେ ୫ ମାସ ତଳେ ଗୋପନୀୟ ଭାବେ ପୂତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ସୁରକ୍ଷା ଏବଂ ଗୋପନୀୟତା ଦୃଷ୍ଟିରୁ ଏ ବିଷୟରେ ଘୋଷଣା କରି ନ ଥିଲେ। ଏବେ ସେ ଗୋପନୀୟତା ରଖା କରିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଯଦି କ୍ଲେୟରଙ୍କ ଦାବି ସଠିକ୍‌ ସାବ୍ୟସ୍ତ ହୁଏ ତେବେ ଏହା ମସ୍କଙ୍କ ୧୩ତମ ସନ୍ତାନ ହେବ। ପୂର୍ବରୁ ମସ୍କଙ୍କ ୧୨ ସନ୍ତାନ ଅଛନ୍ତି। ୩ ମହିଳା ଏହି ଶିଶୁଙ୍କୁ ଜନ୍ମ ଦେଇଛନ୍ତି।

୨୬ ବର୍ଷୀୟ ସେଣ୍ଟଙ୍କ କ୍ଲେୟର ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି। ସେ ‘ଏଲିଫ୍ୟାଣ୍ଟସ ଆଣ୍ଡ ନଟ୍‌ ବର୍ଡ୍ସ’ ନାମକ ଏକ ପୁସ୍ତକ ଲେଖିଛନ୍ତି। ରିପୋର୍ଟ ଅନୁଯାୟୀ ଏସ୍‌ଲେ ନ୍ୟୁୟର୍କ ମ୍ୟାନ୍‌ହଟନରେ ଏକ ବଡ଼ ଆପାର୍ଟମେଣ୍ଟରେ ରହୁଛନ୍ତି। ମାସକୁ ଏହାର ଭଡ଼ା ୧୨ରୁ ୧୫ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୧୩ ଲକ୍ଷ ଟଙ୍କା ରହିଛି। ଏସ୍‌ଲେ ରକ୍ଷଣଶୀଳ ଚିନ୍ତାଧାରର ସମର୍ଥକ। ଏକ୍ସରେ ତାଙ୍କର ୧୦ ଲକ୍ଷ ଫଲୋଅର୍ସ ଅଛନ୍ତି। ତାଙ୍କ ପାଖରେ ଟେସ୍‌ଲାର ଏକ ସାଇବର ଟ୍ରକ୍‌ ମଧ୍ୟ ଥିଲା। ଏ ପର୍ଯ୍ୟନ୍ତ ଏହି ଦାବି ଉପରେ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଏବେ ସେ ନ୍ୟୁରାଲିଙ୍କର ମ୍ୟାନେଜର ସିୱାନ ଜିଲ୍‌ସଲ୍‌ଙ୍କ ସହ ସମ୍ପର୍କରେ ଅଛନ୍ତି। ଉଭୟଙ୍କର ତିନି ସନ୍ତାନ ଅଛନ୍ତି। ମସ୍କ ଗତ ବର୍ଷ ଦ୍ବାଦଶ ସନ୍ତାନର ଜନକ ହୋଇଥିଲେ।

ମସ୍କ ସର୍ବପ୍ରଥମେ ୨୦୦୦ ମସିହାରେ ବିବାହ କରିଥିଲେ। କାନାଡ଼ା ବଂଶୋଦ୍ଭବ ଆଥର ଜଷ୍ଟିନ ୱିଲସନ୍‌ଙ୍କୁ ବିବାହ କରିଥିଲେ। ୨୦୦୨ରେ ଉଭୟେ ମାତାପିତା ହୋଇଥିଲା। ମାତ୍ର ୧୦ ସପ୍ତାହ ପରେ ଏହି ଶିଶୁର ମୃତ୍ୟୁ ହୋଇଥିଲା। ୨୦୦୮ରେ ମସ୍କ ୱିଲ୍‌ସନ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ। ପୁଣି ୨୦୧୦ରେ ବ୍ରିଟିଶ ଷ୍ଟାର ତାଲୁଲାହଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ଦୁଇ ବର୍ଷ ତିଷ୍ଠି ଥିଲା। ବିଚ୍ଛେଦ ପରେ ପୁଣି ଉଭୟେ ବିବାହ କରିଥିଲେ। ୨୦୧୪ରେ ତାଲୁଲାହ ଦ୍ବିତୀୟ ଥର ଛାଡ଼ପତ୍ର ଆବେଦନ କରିଥିଲେ। କିନ୍ତୁ ଏହାର ବର୍ଷରେ ଆବେଦନ ପ୍ରତ୍ୟାହାର କରି ନେଇଥିଲେ। ଏହା ପରେ ୨୦୧୬ରେ ତୃତୀୟ ଛାଡପତ୍ର ଆବେଦନ କରି ମସ୍କଙ୍କଠାରୁ ଅଲଗା ହୋଇଥିଲେ। ଉଭୟଙ୍କର କୌଣସି ସନ୍ତାନ ନାହାନ୍ତି। ପୂର୍ବରୁ ମସ୍କ ଥରେ କହିଥିଲେ ଯେ ବିଶ୍ବ ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହେଉଛି। ତେଣୁ ସେ ଉତ୍ତମ ବୁଦ୍ଧିମତା ଥିବା ଶିଶୁ ଜନ୍ମ କରିବାକୁ ଚାହୁଁଛନ୍ତି। ଯଦି ଲୋକ ଅଧିକ ସନ୍ତାନ ଜନ୍ମ ନ କରିବେ ତେବେ ପୃଥିବୀରେ ସଭ୍ୟତା ଧ୍ବଂସ ହୋଇଯିବ।

https://www.thesakala.in/national-international/americas-influencer-echelon-claire-claims-that-elon-musk-is-the-father-of-her-child/article-38724
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର