ବିବାହ ଭୋଜିରେ ପଶି ଆସିଲା ବାଘ, ଜୀବନ ବିକଳରେ ଦୌଡିଲେ ବର-କନିଆ

The Sakala Picture
Published On

ନୂଆଦିଲ୍ଲୀ: ବିବାହ ପାଇଁ ମଣ୍ଡପ ସଜା ହୋଇଥିଲା। ଭୋଜିଭାତରେ ହସଖୁସିରେ ମସଗୁଲ ଥିଲେ ନିମନ୍ତ୍ରୀତ ଅତିଥି। ହାତଗଣ୍ଠି ପକାଇବାକୁ ପ୍ରସ୍ତୁତ ହେଉଥିଲେ ବର-କନିଆ। ଚାଲିଥିଲା ଫଟୋସୁଟ୍‌, ଚାରିଆଡେ ଖୁସିର ମାହୋଲ। ହେଲେ ଏତିକି ବେଳେ ବିବାହ ମଣ୍ଡପକୁ ପଶି ଆସିଲା ବିନା ନିମନ୍ତ୍ରିତ ହିଂସ୍ର ଅତିଥି। ଆଉ କ୍ଷଣିକରେ ବଦଳିଗଲା ପୂରା ବିବାହର ମାହୋଲ। ଯିଏ ଯୁଆଡେ ପାରିଲେ ଜୀବନ ବିକଳରେ ଦଉଡିବାକୁ ଲାଗିଲେ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବୁଦ୍ଦେଶ୍ୱର ଅଂଚଳର ଏକ ବିବାହ ଉତ୍ସବ ଚାଲିଥିବା […]

ନୂଆଦିଲ୍ଲୀ: ବିବାହ ପାଇଁ ମଣ୍ଡପ ସଜା ହୋଇଥିଲା। ଭୋଜିଭାତରେ ହସଖୁସିରେ ମସଗୁଲ ଥିଲେ ନିମନ୍ତ୍ରୀତ ଅତିଥି। ହାତଗଣ୍ଠି ପକାଇବାକୁ ପ୍ରସ୍ତୁତ ହେଉଥିଲେ ବର-କନିଆ। ଚାଲିଥିଲା ଫଟୋସୁଟ୍‌, ଚାରିଆଡେ ଖୁସିର ମାହୋଲ। ହେଲେ ଏତିକି ବେଳେ ବିବାହ ମଣ୍ଡପକୁ ପଶି ଆସିଲା ବିନା ନିମନ୍ତ୍ରିତ ହିଂସ୍ର ଅତିଥି। ଆଉ କ୍ଷଣିକରେ ବଦଳିଗଲା ପୂରା ବିବାହର ମାହୋଲ। ଯିଏ ଯୁଆଡେ ପାରିଲେ ଜୀବନ ବିକଳରେ ଦଉଡିବାକୁ ଲାଗିଲେ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବୁଦ୍ଦେଶ୍ୱର ଅଂଚଳର ଏକ ବିବାହ ଉତ୍ସବ ଚାଲିଥିବା ବେଳେ ହଠାତ ପଶି ଆସିଥିଲା କଲରାପତରିଆ ବାଘ। କ୍ଷଣିକରେ ସୃଷ୍ଟି ହୋଇଗଲା ଆତଙ୍କର ମାହୋଲ। ବାଘକୁ ଦେଖି ଯିଏ ଯୁଆଡେ ପାରିଲେ ଜୀବନ ବଂଚାଇବାକୁ ଦୌଡିବାକୁ ଲାଗିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ବାଘକୁ ଦେଖି ନିଜ ସାଙ୍ଗସଥୀଙ୍କ ସହ କନିଆ ମଣ୍ଡପ ବାହାରକୁ ଦୌଡିବାକୁ ଲାଗିଥିବା ବେଳେ ମଣ୍ଡପର ଛାତରୁ ଡେଇଁ ଗାଡିରେ ବସିପଡିଥିଲା ବର। ଭୟରେ ଯିଏ ଯୁଆଡେ।ରିଲେ ଜୀବନ ବଂଚାଇବାକୁ ଦୌଡିଲେ। ଖୁସିରେ ଫାଟି ଉଠୁଥିବା ବିବାହ ମଣ୍ଡ କିଛି ମିନିଟରେ ଆତଙ୍କର ବାତାବରଣରେ ପରିଣତ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ବ୍ରିଟେନରେ ଭାରତୀୟ ମହିଳାଙ୍କ କମାଲ: ଦରମା ବ୍ୟତୀତ ଗୋଟିଏ ମାସରେ ରୋଜଗାର କଲେ ୬୩ ଲକ୍ଷ ଟଙ୍କା

ଖବର ପାଇ କିଛି ସମୟ ପରେ ବିବାହ ମଣ୍ଡପରେ ପହଂଚିଥିଲେ ପୁଲିସ ଓ ବନ ବିଭାଗ। କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଆରମ୍ଭ ହୋଇଥିଲା କସରତ। ମଣ୍ଡପକୁ ସମ୍ପୂର୍ଣ୍ଣ ଖାଲି କରି ବାଘ ଧରିବାରେ ଲାଗି ପଡିଥିଲେ ଉଦ୍ଧାରକାରୀ ଦଳ। ହେଲେ ବେକାବୁ ହୋଇଥିବା ବାଘ କେତେବେଳେ ମଣ୍ଡପର ତଳ ମହଲା ତ କେତେବେଳେ ଉପର ମହଲାରେ ଘୂରି ବୁଲୁଥିଲା। ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କଲାବେଳେ ଜଣେ ବନ କର୍ମଚାରୀଙ୍କୁ ପଞ୍ଝା ମାରିଥିଲା ବାଘ। ଆକ୍ରମଣରେ ବନ କର୍ମଚାରୀଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଡ୍ରୋନ ସହାୟତାରେ ମଧ୍ୟ ବାଘର ସଠିକ ଲୋକେସନ ଜାଣିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ପଞ୍ଝା ମାରି ଡ୍ରୋନକୁ ମଧ୍ୟ ଖସାଇଦେଇଥିଲା କଲରାପତରିଆ। ଦୀର୍ଘ ୮ ଘଣ୍ଟା ଧରି ନାକେଦମ ହେବା ପରେ ଶେଷ ଭୋର ୪ଟାରେ ବାଘକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ। ବାଘକୁ ଟ୍ରାଙ୍କୁଲାଇଜ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଏ ବାଘଟି ବିବାହ ମଣ୍ଡ ଭିତରକୁ କେଉଁଠୁ ଓ କିଭଳି ପ୍ରବେଶ କଲା ତାହା ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ: ଭାରତରେ ବ୍ରିକ୍ସ (BRICS) ସୁରକ୍ଷା ଅଧିକାରୀଙ୍କ ବୈଠକ: ଆତଙ୍କବାଦ ଏବଂ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା

13 Feb 2025 By The Sakala

ବିବାହ ଭୋଜିରେ ପଶି ଆସିଲା ବାଘ, ଜୀବନ ବିକଳରେ ଦୌଡିଲେ ବର-କନିଆ

ନୂଆଦିଲ୍ଲୀ: ବିବାହ ପାଇଁ ମଣ୍ଡପ ସଜା ହୋଇଥିଲା। ଭୋଜିଭାତରେ ହସଖୁସିରେ ମସଗୁଲ ଥିଲେ ନିମନ୍ତ୍ରୀତ ଅତିଥି। ହାତଗଣ୍ଠି ପକାଇବାକୁ ପ୍ରସ୍ତୁତ ହେଉଥିଲେ ବର-କନିଆ। ଚାଲିଥିଲା ଫଟୋସୁଟ୍‌, ଚାରିଆଡେ ଖୁସିର ମାହୋଲ। ହେଲେ ଏତିକି ବେଳେ ବିବାହ ମଣ୍ଡପକୁ ପଶି ଆସିଲା ବିନା ନିମନ୍ତ୍ରିତ ହିଂସ୍ର ଅତିଥି। ଆଉ କ୍ଷଣିକରେ ବଦଳିଗଲା ପୂରା ବିବାହର ମାହୋଲ। ଯିଏ ଯୁଆଡେ ପାରିଲେ ଜୀବନ ବିକଳରେ ଦଉଡିବାକୁ ଲାଗିଲେ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବୁଦ୍ଦେଶ୍ୱର ଅଂଚଳର ଏକ ବିବାହ ଉତ୍ସବ ଚାଲିଥିବା ବେଳେ ହଠାତ ପଶି ଆସିଥିଲା କଲରାପତରିଆ ବାଘ। କ୍ଷଣିକରେ ସୃଷ୍ଟି ହୋଇଗଲା ଆତଙ୍କର ମାହୋଲ। ବାଘକୁ ଦେଖି ଯିଏ ଯୁଆଡେ ପାରିଲେ ଜୀବନ ବଂଚାଇବାକୁ ଦୌଡିବାକୁ ଲାଗିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ବାଘକୁ ଦେଖି ନିଜ ସାଙ୍ଗସଥୀଙ୍କ ସହ କନିଆ ମଣ୍ଡପ ବାହାରକୁ ଦୌଡିବାକୁ ଲାଗିଥିବା ବେଳେ ମଣ୍ଡପର ଛାତରୁ ଡେଇଁ ଗାଡିରେ ବସିପଡିଥିଲା ବର। ଭୟରେ ଯିଏ ଯୁଆଡେ।ରିଲେ ଜୀବନ ବଂଚାଇବାକୁ ଦୌଡିଲେ। ଖୁସିରେ ଫାଟି ଉଠୁଥିବା ବିବାହ ମଣ୍ଡ କିଛି ମିନିଟରେ ଆତଙ୍କର ବାତାବରଣରେ ପରିଣତ ହୋଇଯାଇଥିଲା।

ଖବର ପାଇ କିଛି ସମୟ ପରେ ବିବାହ ମଣ୍ଡପରେ ପହଂଚିଥିଲେ ପୁଲିସ ଓ ବନ ବିଭାଗ। କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଆରମ୍ଭ ହୋଇଥିଲା କସରତ। ମଣ୍ଡପକୁ ସମ୍ପୂର୍ଣ୍ଣ ଖାଲି କରି ବାଘ ଧରିବାରେ ଲାଗି ପଡିଥିଲେ ଉଦ୍ଧାରକାରୀ ଦଳ। ହେଲେ ବେକାବୁ ହୋଇଥିବା ବାଘ କେତେବେଳେ ମଣ୍ଡପର ତଳ ମହଲା ତ କେତେବେଳେ ଉପର ମହଲାରେ ଘୂରି ବୁଲୁଥିଲା। ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କଲାବେଳେ ଜଣେ ବନ କର୍ମଚାରୀଙ୍କୁ ପଞ୍ଝା ମାରିଥିଲା ବାଘ। ଆକ୍ରମଣରେ ବନ କର୍ମଚାରୀଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଡ୍ରୋନ ସହାୟତାରେ ମଧ୍ୟ ବାଘର ସଠିକ ଲୋକେସନ ଜାଣିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ପଞ୍ଝା ମାରି ଡ୍ରୋନକୁ ମଧ୍ୟ ଖସାଇଦେଇଥିଲା କଲରାପତରିଆ। ଦୀର୍ଘ ୮ ଘଣ୍ଟା ଧରି ନାକେଦମ ହେବା ପରେ ଶେଷ ଭୋର ୪ଟାରେ ବାଘକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ। ବାଘକୁ ଟ୍ରାଙ୍କୁଲାଇଜ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଏ ବାଘଟି ବିବାହ ମଣ୍ଡ ଭିତରକୁ କେଉଁଠୁ ଓ କିଭଳି ପ୍ରବେଶ କଲା ତାହା ଜଣାପଡିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର