ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର: ୨୨ କ୍ୟାରେଟ୍ ୮୦ ହଜାର ଓ ୨୪ କ୍ୟାରେଟ ୮୭ ହଜାର ପାର…

The Sakala Picture
Published On

ନୂଆଦିଲ୍ଲୀ: ଚଳିତବର୍ଷ ସୁନା ଦର ଯେଉଁ ଗତିରେ ବୃଦ୍ଧି ପାଉଛି ନିକଟ ଭବିଷ୍ୟତରେ ସେଥିରେ ବ୍ରେକ୍‌ ଲାଗିବାର ସମ୍ଭାବନା କମ୍‌। ନୂଆଦିଲ୍ଲୀର ସ୍ପଟ୍ ଏବଂ ଫ୍ୟୁଚର ବଜାରରେ ସୁନା ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ସୁନାଦର। ଆଜି ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ୬୦୦ ଟଙ୍କା ରହିଛି। ଏଥିସହ ଆଜି ୨୪ […]

ନୂଆଦିଲ୍ଲୀ: ଚଳିତବର୍ଷ ସୁନା ଦର ଯେଉଁ ଗତିରେ ବୃଦ୍ଧି ପାଉଛି ନିକଟ ଭବିଷ୍ୟତରେ ସେଥିରେ ବ୍ରେକ୍‌ ଲାଗିବାର ସମ୍ଭାବନା କମ୍‌। ନୂଆଦିଲ୍ଲୀର ସ୍ପଟ୍ ଏବଂ ଫ୍ୟୁଚର ବଜାରରେ ସୁନା ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ସୁନାଦର। ଆଜି ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ୬୦୦ ଟଙ୍କା ରହିଛି। ଏଥିସହ ଆଜି ୨୪ କ୍ୟାରେଟ୍ ୮୭୦ ଓ ୨୨ କ୍ୟାରେଟ୍ ସୁନା ୮୦୦ ଟଙ୍କା ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଏପରି ପରିସ୍ଥିତିରେ, ଚଳିତ ବର୍ଷ ସୁନା ୧ ଲକ୍ଷ ଟଙ୍କା ଛୁଇଁପାରେ ବୋଲି ଆଶା କରିବା ସ୍ୱାଭାବିକ। ତଥାପି, ବଜାର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ବର୍ତ୍ତମାନର ପରିସ୍ଥିତି ସମାନ ରୁହେ, ତେବେ ଦୀପାବଳି ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ସ୍ତର ଛୁଇଁପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଶୁଳ୍କ ଲାଗୁ ଘୋଷଣା ସ ନା ବଜାରକୁ ଆହୁରି ମହଙ୍ଗା କରିଦେଇଛି। ଏହାର ପ୍ରଭାବରେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଅଧିକ ଦୁର୍ବଳ ହେବାକୁ ଯୋଗୁ ଦେଶକୁ ଆମଦାନୀ ମହଙ୍ଗା ହୋଇଛି। ଫଳସ୍ବରୂପ ସୁନା ମହଙ୍ଗା ହୋଇଛି। ଆହୁରିମଧ୍ୟ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟୁଥିବାବେଳେ ସାରା ବିଶ୍ବର ସେୟାର ବଜାରରେ ଅନିଶ୍ଚିତତା ଦେଖିବାକୁ ମିଳିଛି। ଏହି କାରଣରୁ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍‌ୟମ ଭାବେ ବିବେଚନା କରୁଛନ୍ତି। ଯାହା ଫଳରେ ସୁନା ଚାହିଦା ବଢ଼ିବା ଯୋଗୁ ମୂଲ୍ୟ ବୃଦ୍ଧି ହେଉଛି। ଅନ୍ୟପକ୍ଷରେ, ଟଙ୍କା ତୁଳନାରେ ଡଲାରର ମୂଲ୍ୟ ବୃଦ୍ଧି ମଧ୍ୟ ସୁନା ମୂଲ୍ୟ ବୃଦ୍ଧିର ଏକ ପ୍ରମୁଖ କାରଣ। ଚଳିତ ବର୍ଷ, ସୁନା ମୂଲ୍ୟ ରକେଟ୍ ପରି ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର