ପଶ୍ଚିମ ୟୁରୋପରେ ବନ୍ୟାର ତାଣ୍ଡବ; ଏପର୍ଯ୍ୟନ୍ତ ୧୫୦ ମୃତ, ୧୩ ଶହରୁ ଉର୍ଦ୍ଧ୍ଵ ନିଖୋଜ

The Sakala Picture
Published On

ବର୍ଲିନ: ପଶ୍ଚିମ ୟୁରୋପରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା। ପ୍ରବଳ ବନ୍ୟାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଏଯାଏଁ ୧୩୦୦ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ଏବେ ଉଦ୍ଧାରକାରୀ ଦଳ ଆଗରେ ଏବେ ବଡ଼ ଆହ୍ବାନ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଲୋକଙ୍କ ଘର ଭୁଶୁଡିଯାଇଥିବା କାରଣରୁ ଚାପି ହୋଇ ମୃତ୍ୟୁ ହୋଇଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବାନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ […]

ବର୍ଲିନ: ପଶ୍ଚିମ ୟୁରୋପରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା। ପ୍ରବଳ ବନ୍ୟାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଏଯାଏଁ ୧୩୦୦ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ଏବେ ଉଦ୍ଧାରକାରୀ ଦଳ ଆଗରେ ଏବେ ବଡ଼ ଆହ୍ବାନ ହୋଇଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଲୋକଙ୍କ ଘର ଭୁଶୁଡିଯାଇଥିବା କାରଣରୁ ଚାପି ହୋଇ ମୃତ୍ୟୁ ହୋଇଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବାନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ୫୦ ଜଣ ଲୋକଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହାର ସଠିକ୍ ଆକଳନ ହୋଇପାରି ନାହିଁ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ରେକର୍ଡ ବର୍ଷା ପରେ ଜର୍ମାନୀ ଏବଂ ବେଲଜିୟମରେ ପ୍ରବଳ ବନ୍ୟାରେ ଶହ ଶହ ଲୋକ ନିଖୋଜ ଅଛନ୍ତି। ସ୍ୱିଜରଲ୍ୟାଣ୍ଡ, ଲକ୍ସେମବର୍ଗ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଦେଶର ଦକ୍ଷିଣ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ୟୁରୋପୀୟ ନେତାମାନେ ଏହି ଦୁର୍ଘଟଣା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ବିଶେଷଜ୍ଞମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ବ ବଢ଼ିଥାଏ ବୋଲି କହିଛନ୍ତି । ଶିଳ୍ପ ଯୁଗ ଆରମ୍ଭରୁ ବିଶ୍ବର ତାପମାତ୍ରା ୧.୨° ସେଲସିୟସକୁ ବୃଦ୍ଧି ପାଇଛି |

ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟର ଶନିବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେବଳ ଜର୍ମାନୀରେ ହିଁ ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୱାଲ୍ଟମିର କହିଛନ୍ତି ଯେ ବିନାଶ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଶୁକ୍ରବାର ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ନିଖୋଜ ଲୋକଙ୍କ ପରିବାର ଆଶଙ୍କା ଭିତରେ ରହିଛନ୍ତି।

ବନ୍ୟାରେ ଅନେକ ସ୍ଥାନରେ ଫୋନ୍ ନେଟୱାର୍କ ପ୍ରଭାବିତ ହୋଇଛି | ରାସ୍ତା ଧୋଇ ହୋଇଯାଇଛି ଏବଂ ଏକ ଲକ୍ଷରୁ ଅଧିକ ଘରେ ବିଦ୍ୟୁତ ନାହିଁ। ବର୍ଷା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଉତ୍ତର ଜର୍ମାନୀ। ରେନ୍-ୱେଷ୍ଟଫାଲିଆ, ରେନ୍ଲ୍ୟାଣ୍ଡ-ପାଲାଟିନେଟ୍ ଏବଂ ସାରଲ୍ୟାଣ୍ଡ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର