ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ବିସ୍ଫୋରଣ: ୮ ମୃତ, ୭ ଗୁରୁତର

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ଭଣ୍ଡାରାରେ ଭୀଷଣ ଅଗ୍ନିକାଣ୍ଡ । ଏକ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା କାରଖାନାର ଆର୍‌କେ ଶାଖା ସେକ୍ସସନରେ ସକାଳ ୧୦ଟାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୧୩ ଜଣ ଫସି ରହି ଯାଇଥିଲେ। […]

ମୁମ୍ବାଇ: ମହାରାଷ୍ଟ୍ରର ଭଣ୍ଡାରାରେ ଭୀଷଣ ଅଗ୍ନିକାଣ୍ଡ । ଏକ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା କାରଖାନାର ଆର୍‌କେ ଶାଖା ସେକ୍ସସନରେ ସକାଳ ୧୦ଟାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୧୩ ଜଣ ଫସି ରହି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୦ ଜଣ ଫସି ରହିଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। କାରଖାନାରେ ଛାତ ଭୁଶୁଡିବା ପରେ ଜେସିବି ସାହାଯ୍ୟରେ ଏସବୁ ସଫା କରା ଯାଇଛି। ଭଣ୍ଡାରା ଜିଲ୍ଲାର ଜବାହାର ନଗର କାରାଖନାରେ ବିସ୍ଫୋରଣ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର