୧୫ ହଜାର କୋଟିର ସମ୍ପତ୍ତି ହରାଇବେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌

The Sakala Picture
Published On

ଭୋପାଳ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ହରାଇପାରନ୍ତି। ଅଭିନେତାଙ୍କ ସମ୍ବନ୍ଧିତ ପଟୌଦି ପରିବାରର ବହୁ କୋଟି ଟଙ୍କାର ଏହି ଐତିହାସିକ ସମ୍ପତ୍ତି ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇପାରେ। ଏହି ସମ୍ପତ୍ତି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ୨୦୧୫ରୁ ସମ୍ପତ୍ତି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଏହା ଦ୍ବାରା ୧୯୬୮ର ଶତ୍ରୁ ସମ୍ପତ୍ତି ନିୟମ ଅଧିନରେ ଏହି ସମ୍ପତ୍ତିର ଅଧିଗ୍ରହଣର ରାସ୍ତା ପ୍ରଶସ୍ତ ହୋଇଯାଇଛି। ଯାଞ୍ଚ […]

ଭୋପାଳ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ହରାଇପାରନ୍ତି। ଅଭିନେତାଙ୍କ ସମ୍ବନ୍ଧିତ ପଟୌଦି ପରିବାରର ବହୁ କୋଟି ଟଙ୍କାର ଏହି ଐତିହାସିକ ସମ୍ପତ୍ତି ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇପାରେ। ଏହି ସମ୍ପତ୍ତି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ୨୦୧୫ରୁ ସମ୍ପତ୍ତି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଏହା ଦ୍ବାରା ୧୯୬୮ର ଶତ୍ରୁ ସମ୍ପତ୍ତି ନିୟମ ଅଧିନରେ ଏହି ସମ୍ପତ୍ତିର ଅଧିଗ୍ରହଣର ରାସ୍ତା ପ୍ରଶସ୍ତ ହୋଇଯାଇଛି। ଯାଞ୍ଚ ପରିସରର ଆସିଥିବା ପ୍ରମୁଖ ସମ୍ପତ୍ତି ମଧ୍ୟରେ ଫ୍ଲାଗ ଷ୍ଟାଫ ହାଉସ୍‌ ସାମିଲ ରହିଛି। ଏଠାରେ ସୈଫଙ୍କ ପିଲାଦିନ କଟିଥିଲା। ସେହିପରି ନୁର୍‌-ଅସ୍‌-ସବାହ ପ୍ୟାଲେସ, ଡାର୍‌-ଅସ୍‌-ସଲାମ, ବଙ୍ଗଲା ଅଫ୍‌ ହବିବ୍‌, ଅହମଦାବାଦ ପ୍ୟାଲେସ କୋହିଫିଜା ସହିତ ଅନ୍ୟ ସମ୍ପତ୍ତି ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଜଷ୍ଟିସ ବିବେକ ଅଗ୍ରୱାଲ ଏହି ରାୟ ଦେଇ କହିଛନ୍ତି ଯେ ଶତ୍ରୁ ସମ୍ପତ୍ତି ଆଇନ (ସଂଶୋଧିତ), ୨୦୧୭ରେ ଏକ ବୈଧାନିକ ବ୍ୟବସ୍ଥା ରହିଛି। ଏହା ସହିତ ସେ ସମ୍ବନ୍ଧିତ ପକ୍ଷଙ୍କୁ ୩୦ ଦିନ ଭିତରେ ତଥ୍ୟ ଉପସ୍ଥାପନ କରିବାକୁ କହିଛନ୍ତି। ଏହି ସମୟରେ ଦାଖଲ ଆବେଦନ ଉପରେ ସୀମାକୁ ଛାଡ଼ି ଯୋଗ୍ୟତା ଭିତ୍ତିରେ ଶୁଣାଣି କରିବାକୁ ଆପିଲେଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ବିଭାଜନ ପରେ ପାକିସ୍ତାନ ଚାଲି ଯାଇଥିବା ଲୋକଙ୍କ ସମ୍ପତ୍ତିକୁ ଅଧିଗ୍ରହଣ କରିବା ପାଇଁ ଶତ୍ରୁ ସମ୍ପତ୍ତି ଆଇନ କେନ୍ଦ୍ର ସରକାରଙ୍କୁ କ୍ଷମତା ଦେଇଛି। ଭୋପାଳର ଶେଷ ନୱାବ ହମିଦୁଲ୍ଲା ଖାନଙ୍କ ତିନି ଝିଅ ଥିଲେ। ତାଙ୍କ ବଡ଼ ଝିଅ ଅବିଦା ସୁଲ୍‌ତାନ ୧୯୫୦ରେ ପାକିସ୍ତାନ ଚାଲି ଯାଇଥିଲେ। ଦ୍ବିତୀୟ ଝିଅ ସାଜିଦା ଭାରତରେ ରହି ନୱାବ ଇଫ୍ତିଖର ଅଲି ଖାନ୍ନ ପଟୌଦିଙ୍କୁ ବାହା ହୋଇଥିଲେ। ଏହି ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥିଲେ। ଏହି ସମ୍ପତ୍ତିରେ ସାଜିଦାଙ୍କ ନାତି ସୈଫଙ୍କ ଭାଗ ରହିଛି। ତେବେ ଅବିଦା ପାକିସ୍ତାନ ପଳାଇଥିବାରୁ ଏହା ଶତ୍ରୁ ସମ୍ପତ୍ତି ଘୋଷଣା ହେବାର ମୁଖ୍ୟ ଆଧାର ପାଲଟି ଯାଇଛି। ୨୦୧୯ରେ କୋର୍ଟ ସାଜଦାଙ୍କୁ ଆଇନଗତ ଉତ୍ତରାଧିକାରୀ ମାନ୍ୟତା ଦେଇଥିଲେ। ମାତ୍ର ଏବେର ରାୟ ସମ୍ପତ୍ତିକୁ ନେଇ ନୂଆ ବିବାଦ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭୋପାଳ ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଗତ ୭୨ ବର୍ଷର ସମ୍ପତ୍ତିର ରେକର୍ଡ ଯାଞ୍ଚ କରିବାକୁ ଘୋଷଣା କରିଛନ୍ତି। ଆଇନ ଅନୁଯାୟୀ ଏହି ଘରେ ରହୁଥିବା ବ୍ୟକ୍ତିଙ୍କୁ ଭଡ଼ାଟିଆ ଧରାଯିବ। ସରକାରଙ୍କ ସମ୍ଭାବ୍ୟ ଅଧିଗ୍ରହଣ ୧.୫ ଲକ୍ଷ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ସର୍ଭେ ଏବଂ ମାଲିକାନା ଚିହ୍ନଟ କରିବାକୁ ସରକାର ଯୋଜନା କରୁଥିବାରୁ ଲୋକଙ୍କୁ ଘର ଛାଡ଼ିବା ଭୟ ଘାରୁଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର