ପ୍ରଧାନମନ୍ତ୍ରୀଙ୍କ କଥା ମାନୁନି ନିଜ ଦଳ: ମାଗଣା ଘୋଷଣାକୁ ମୋଦୀଙ୍କ ବିରୋଧ; ବିଜେପିର ସମର୍ଥନ
ନୂଆଦିଲ୍ଲୀ: ଭାରତରେ ବର୍ଷକୁ କେଉଁଠି ନା କେଉଁଠି ନିର୍ବାଚନ ହେଉଛି। ଏହି ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜନୈତିକ ଦଳଗୁଡିକ ମାଗଣା ଘୋଷଣା କରିଚାଲିଛନ୍ତି। ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ ଆର୍ବିଆଇଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଭଳି ଘୋଷଣା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସେ ଭୋଟ୍ ପାଇଁ ଫ୍ରିବିଜ୍ ତଥା ମାଗଣା ଘୋଷଣା (ରେଭଡି) ସବୁଠୁ ବିପଜ୍ଜନକ ବୋଲି କହିଆସୁଛନ୍ତି। ଏଭଳି ଘୋଷଣାରୁ ଦୂରେଇ ରହିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ମଧ୍ୟ […]
ନୂଆଦିଲ୍ଲୀ: ଭାରତରେ ବର୍ଷକୁ କେଉଁଠି ନା କେଉଁଠି ନିର୍ବାଚନ ହେଉଛି। ଏହି ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜନୈତିକ ଦଳଗୁଡିକ ମାଗଣା ଘୋଷଣା କରିଚାଲିଛନ୍ତି। ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ ଆର୍ବିଆଇଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଭଳି ଘୋଷଣା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସେ ଭୋଟ୍ ପାଇଁ ଫ୍ରିବିଜ୍ ତଥା ମାଗଣା ଘୋଷଣା (ରେଭଡି) ସବୁଠୁ ବିପଜ୍ଜନକ ବୋଲି କହିଆସୁଛନ୍ତି। ଏଭଳି ଘୋଷଣାରୁ ଦୂରେଇ ରହିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ମଧ୍ୟ ଦେଉଛନ୍ତି। ଏହାକୁ ନେଇ ମୋଦୀ ବିରୋଧୀଦଳଗୁଡିକୁ ମଧ୍ୟ ସମାଲୋଚନା କରିଛନ୍ତି। ମାଗଣାରେ ଦେଇ ଟିକସଦାତାଙ୍କ ଅର୍ଥକୁ ନଷ୍ଟ କରାଯାଉଛି। ଏହା ଦେଖି ଟିକସଦାତା ଦୁଃଖିତ ହେଉଛନ୍ତି ବୋଲି ମୋଦୀ ପୂର୍ବରୁ କହିଥିଲେ। କିନ୍ତୁ ଦୁଃଖର ବିଷୟ ଏହି କି ଯେ ପ୍ରଧାନମନ୍ତ୍ରୀ ମାଗଣା ଦେବାକୁ ନେଇ ବିରୋଧୀଦଳଙ୍କୁ ସମାଲୋଚନା କରୁଥିଲାବେଳେ ତାଙ୍କ ନିଜ ଦଳ ବିଜେପି ଏହା ପାଳନ କରୁନାହିଁ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ନ ମାନି ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ଏଭଳି ଘୋଷଣା କରିଚାଲିଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ରରେ ଏପରି ଦେଖିବାକୁ ମିଳିଥିବାବେଳେ ଶୁକ୍ରବାର ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ଜାରି କରଥିବା ଇସ୍ତାହାରରେ ମାଗଣା ପ୍ରତିଶ୍ରୁତିର ବର୍ଷା କରିଯାଇଛି। ଏ ସବୁ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ନିଜ ଦଳ ବିଜେପି ମାନୁନାହିଁ ବୋଲି ସ୍ପଷ୍ଟ ହେଉଛି। ଆଜି ବିଜେପି କରିଥିବା ଘୋଷଣା ଆମ୍ ଆଦମୀ ପାର୍ଟି (ଆପ୍) ଏବଂ କଂଗ୍ରେସଠାରୁ ବି ବଳି ଯାଇଛି ବୋଲି କୁହାଯାଉଛି।
ଦିଲ୍ଲୀ ବିଧାନସଭା ପାଇଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନୀ ଇସ୍ତାହାର ଜାରି କରି କହିଛନ୍ତି ଯେ ଦିଲ୍ଲୀରେ ସରକାର ଗଠନ କଲେ ମହିଳା ସମୃଦ୍ଧି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଦିଆଯିବ। ପ୍ରଥମ କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ବାଜିବ। ତେବେ ପୂର୍ବରୁ ଆପ୍ ମହିଳାଙ୍କୁ ମାସକୁ ୨୧୦୦ ଟଙ୍କା, କଂଗ୍ରେସ ‘ପ୍ୟାରୀ ଦିଦି ଯୋଜନା’ରେ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିଥିଲା। ସେହିପରି ବିଜେପି ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା, ୬ଟି ପୁଷ୍ଟିକର କିଟ୍, ପିଏମ୍ ମାତୃତ୍ବ ବନ୍ଦନ ଯୋଜନାରେ ପ୍ରଥମ ସନ୍ତାନ ପାଇଁ ୫୦୦୦ ଟଙ୍କା ଏବଂ ଦ୍ବିତୀୟ ସନ୍ତାନ ବେଳକୁ ୬୦୦୦ ଟଙ୍କା ଦେବାକୁ ଦଳ ଘୋଷଣା କରିଛି। ଦିଲ୍ଲୀର ଗରିବ ମହିଳାଙ୍କୁ ୫୦୦ ଟଙ୍କା ରିଆତିରେ ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯିବ। ହୋଲି ଏବଂ ଦୀପାବଳିରେ ଗୋଟିଏ ଲେଖାଏଁ ସିଲିଣ୍ଡର ମଧ୍ୟ ମାଗଣାରେ ଦିଆଯିବ। ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ସହିତ ବରିଷ୍ଠ ନାଗରିକମାନଙ୍କୁ (୭୦ ବର୍ଷରୁ ଅଧିକ) ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥା କରାଯିବ। ସେହିପରି ୬୦-୭୦ ବର୍ଷର ଲୋକଙ୍କୁ ମାସକୁ ୨୫୦୦ ଟଙ୍କା, ୭୦ ବର୍ଷରୁ ଊର୍ଦ୍ଧ୍ବ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୩୦୦୦ ଟଙ୍କା ଭତ୍ତା ଦିଆଯିବ। ଦିଲ୍ଲୀର ବସ୍ତି ଅଞ୍ଚଳରେ ଅଟଳ କ୍ୟାଣ୍ଟିନ ଖୋଲି ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ। ଏହା ସହିତ ଏବେ ଦିଲ୍ଲୀରେ ଚାଲିଥିବା ସମସ୍ତ ଯୋଜନାଗୁଡିକ ଆଗାମୀ ଦିନରେ ଜାରି ରଖାଯିବ ବୋଲି ନଡ୍ଡା କହିଛନ୍ତି। ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ଫେବ୍ରୁଆରୀ ୫ରେ ମତଦାନ ହେବ। ଏହାର ଦୁଇ ଦିନ ପରେ ୮ରେ ଫଳାଫଳ ଘୋଷଣା କରାଯିବ।