ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ‘ଏକ୍ସ’ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି । ନୂଆ ବର୍ଷର ଆଗମନ ଆମ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର ଆରମ୍ଭର ପ୍ରତୀକ ଅଟେ । ନୂତନ ବର୍ଷର ଉତ୍ସବ ଆମ ଇଚ୍ଛା […]

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ‘ଏକ୍ସ’ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି । ନୂଆ ବର୍ଷର ଆଗମନ ଆମ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର ଆରମ୍ଭର ପ୍ରତୀକ ଅଟେ । ନୂତନ ବର୍ଷର ଉତ୍ସବ ଆମ ଇଚ୍ଛା ପୂରଣ ପାଇଁ ନୂତନ ଉତ୍ସାହ ସହିତ ଆଗକୁ ବଢିବାକୁ ଏକ ସୁଯୋଗ ଦେଇଥାଏ । ଆସନ୍ତୁ ନୂତନ ବର୍ଷ ୨୦୨୫କୁ ଆନନ୍ଦ ଏବଂ ଉତ୍ସାହ ସହିତ ସ୍ୱାଗତ କରିବା । ଏକତା ଏବଂ ଉତ୍କର୍ଷର ପଥରେ ଆମର ସମାଜ ଏବଂ ରାଷ୍ଟ୍ରକୁ ଆଗକୁ ନେବା ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସେହିପରି ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂତନ ବର୍ଷ ଜୀବନରେ ସୁଯୋଗ, ସଫଳତା ସହ ଅସୁମାରୀ ସୁଖ ଆଣିଦେଉ ବୋଲି ମୋଦୀ କହିଛନ୍ତି। ସମୃଦ୍ଧି ସହ ଉତ୍ତମ ସ୍ବାସ୍ଥ୍ୟର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର