ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା: ଲ୍ୟାଣ୍ଡିଂ ବେଳେ ରନଓ୍ବେରେ କ୍ରାଶ୍, ୮୦ରୁ ଊର୍ଦ୍ଧ୍ବ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଲ୍ୟାଣ୍ଡି ବେଳେ କ୍ରାସ ହେଲା ବିମାନ, ଚାଲିଗଲା ୮୦ରୁ ଊର୍ଦ୍ଧ୍ବ ଜୀବନ। ୧୭୫ଜଣ ଯାତ୍ରୀଙ୍କ ସମେତ ୬କ୍ରିୟ୍ୟୁ ମେମ୍ବରଙ୍କୁ ନେଇ ବ୍ୟାଙ୍ଗକ୍‌ ଉଡ଼ାଣ ଭରିଥିଲା ଫ୍ଲାଇଟ୍‌ ୭ଉ୨୨୧୬ । ଦକ୍ଷିଣ କୋରିଆର ମୁଆନ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରୁଥିବାବେଳେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ସ୍ଥାନୀୟ ସମୟ ୯ଟା ୭ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଥିଲା ବିମାନ। […]

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଲ୍ୟାଣ୍ଡି ବେଳେ କ୍ରାସ ହେଲା ବିମାନ, ଚାଲିଗଲା ୮୦ରୁ ଊର୍ଦ୍ଧ୍ବ ଜୀବନ। ୧୭୫ଜଣ ଯାତ୍ରୀଙ୍କ ସମେତ ୬କ୍ରିୟ୍ୟୁ ମେମ୍ବରଙ୍କୁ ନେଇ ବ୍ୟାଙ୍ଗକ୍‌ ଉଡ଼ାଣ ଭରିଥିଲା ଫ୍ଲାଇଟ୍‌ ୭ଉ୨୨୧୬ । ଦକ୍ଷିଣ କୋରିଆର ମୁଆନ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରୁଥିବାବେଳେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ସ୍ଥାନୀୟ ସମୟ ୯ଟା ୭ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଥିଲା ବିମାନ। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସୂଚନା ମୁତାବକ ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ରନୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ରନୱେରୁ ଖସି ଯିବା ପରେ ବିମାନଟି ନିକଟରେ ଥିବା କାନ୍ଥ ସହ ପିଟି ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ବିମାନଟି ଜଳିଗଲା। ଫଳରେ ଘଟଣାସ୍ଥଳରେ ୮୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଜାତୀୟ ଅଗ୍ନିଶମ ଏଜେନ୍ସିର ସୂଚନା ଅନୁସାରେ, ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ଆପ୍ରାଣ ଉଦ୍ୟମ କରୁଛନ୍ତି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି। ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି। ସାଉଥ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସୁଙ୍ଗ-ମୋକ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର