ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ

The Sakala Picture
Published On

ପାକିସ୍ତାନ : ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ । ଚୀନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସକୁ ଆତଙ୍କବାଦୀ ଆଇଡି ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି । ଯେଉଁଥିରେ ୪ ଜଣ ଚୀନ୍ ଇଞ୍ଜିନିୟରଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି । ନିହତଙ୍କ ମଧ୍ୟରେ ପାକ୍ ସେନାର ଯବାନ ମଧ୍ୟ ରହିଛନ୍ତି । ଏହି ସୈନିକ ଚୀନ୍ ଇଞ୍ଜିନିୟରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେମାନଙ୍କ ସହିତ ଉକ୍ତ ବସରେ ଯାଉଥିଲେ । ପାକିସ୍ତାନର ଦାସୁ […]

ପାକିସ୍ତାନ : ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ । ଚୀନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସକୁ ଆତଙ୍କବାଦୀ ଆଇଡି ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି । ଯେଉଁଥିରେ ୪ ଜଣ ଚୀନ୍ ଇଞ୍ଜିନିୟରଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି । ନିହତଙ୍କ ମଧ୍ୟରେ ପାକ୍ ସେନାର ଯବାନ ମଧ୍ୟ ରହିଛନ୍ତି । ଏହି ସୈନିକ ଚୀନ୍ ଇଞ୍ଜିନିୟରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେମାନଙ୍କ ସହିତ ଉକ୍ତ ବସରେ ଯାଉଥିଲେ । ପାକିସ୍ତାନର ଦାସୁ ବନ୍ଧରେ କାମ କରୁଥିବା ୩୦ ଜଣ ଇଞ୍ଜିନିୟରଙ୍କୁ ନେଇ ଏହି ବସ ଯାଉଥିଲା । ବସକୁ ଟାର୍ଗେଟ୍ କରି କରାଯାଇଥିବା ଏହି ବିସ୍ଫୋରଣରେ ୧୨ ଜଣରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଉଦବେଗଜନକ ଥିବା ଜଣାପଡ଼ିଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଦାସୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ସେଠାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ମଧ୍ୟରେ ପାକିସ୍ତାନରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ । ମଙ୍ଗଳବାର ଦିନ ଖୈବର ପଖତୁନୱାଲା ପ୍ରଦେଶର ହଙ୍ଗୁରେ ପାକିସ୍ତାନୀ ସେନା ଉପରେ ତେହରିକ୍-ଏ-ତାଲିବାନର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ କ୍ୟାପ୍ଟେନଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିଲେ । ଆତଙ୍କବାଦୀ ମଧ୍ୟ କିଛି ସୈନିକଙ୍କ ଅପହରଣ କରିଥିବା ଜଣା ପଡିଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

14 Jul 2021 By The Sakala

ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ

ପାକିସ୍ତାନ : ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ । ଚୀନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସକୁ ଆତଙ୍କବାଦୀ ଆଇଡି ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି । ଯେଉଁଥିରେ ୪ ଜଣ ଚୀନ୍ ଇଞ୍ଜିନିୟରଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି । ନିହତଙ୍କ ମଧ୍ୟରେ ପାକ୍ ସେନାର ଯବାନ ମଧ୍ୟ ରହିଛନ୍ତି । ଏହି ସୈନିକ ଚୀନ୍ ଇଞ୍ଜିନିୟରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେମାନଙ୍କ ସହିତ ଉକ୍ତ ବସରେ ଯାଉଥିଲେ । ପାକିସ୍ତାନର ଦାସୁ ବନ୍ଧରେ କାମ କରୁଥିବା ୩୦ ଜଣ ଇଞ୍ଜିନିୟରଙ୍କୁ ନେଇ ଏହି ବସ ଯାଉଥିଲା । ବସକୁ ଟାର୍ଗେଟ୍ କରି କରାଯାଇଥିବା ଏହି ବିସ୍ଫୋରଣରେ ୧୨ ଜଣରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଉଦବେଗଜନକ ଥିବା ଜଣାପଡ଼ିଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଦାସୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

ସେଠାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ମଧ୍ୟରେ ପାକିସ୍ତାନରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ । ମଙ୍ଗଳବାର ଦିନ ଖୈବର ପଖତୁନୱାଲା ପ୍ରଦେଶର ହଙ୍ଗୁରେ ପାକିସ୍ତାନୀ ସେନା ଉପରେ ତେହରିକ୍-ଏ-ତାଲିବାନର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ କ୍ୟାପ୍ଟେନଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିଲେ । ଆତଙ୍କବାଦୀ ମଧ୍ୟ କିଛି ସୈନିକଙ୍କ ଅପହରଣ କରିଥିବା ଜଣା ପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର