ଆଜି ସଂସଦରେ ଉପସ୍ଥାପନ ହେବ ‘ଏକ ରାଷ୍ଟ୍ର,ଏକ ନିର୍ବାଚନ’ ବିଲ୍‌

The Sakala Picture
Published On

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଲୋକସଭାରେ ଉପସ୍ଥାପନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ସହିତ ଓଏନଓପି ବିଲ୍‌ ମଧ୍ୟ ଆସିବ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ ଏହି ଦୁଇଟି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଗତ ସପ୍ତାହରେ ଏହି ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ମିଳିବା ପରେ ଚଳିତ ଶୀତ ଅଧିବେଶନର କୌଣସି ଦିନରେ […]

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଲୋକସଭାରେ ଉପସ୍ଥାପନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ସହିତ ଓଏନଓପି ବିଲ୍‌ ମଧ୍ୟ ଆସିବ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ ଏହି ଦୁଇଟି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଗତ ସପ୍ତାହରେ ଏହି ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ମିଳିବା ପରେ ଚଳିତ ଶୀତ ଅଧିବେଶନର କୌଣସି ଦିନରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଥିଲା। କିନ୍ତୁ ଏହି ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ୪ ଦିନ ରହିଥିବାରୁ ବିଲ୍‌ ଉପସ୍ଥାପନ କରାଯିବ କି ନାହିଁ ତାହା ସନ୍ଦେହ ଭିତରେ ରହିଥିଲା। କିନ୍ତୁ ସୋମବାର ଏହି ବିଲକୁ ତାଲିକାଭୁକ୍ତ କରାଯିବା ପରେ ଆସନ୍ତାକାଲି ଏହାକୁ ଲୋକସଭାରେ ଉପସ୍ଥାପନ କରାଯିବା ସ୍ପଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀ ମେଘୱାଲ ଏହି ବିଲ୍‌କୁ ଉପସ୍ଥାପନ କରିବା ପରେ ସେ ଏହା ଉପରେ ସବିଶେଷ ଆଲୋଚନା କରିବା ନେଇ ବିଲ୍‌କୁ ସଂସଦୀୟ ଯୁଗ୍ମ କମିଟି ନିକଟକୁ ପଠାଇବାକୁ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅନୁରୋଧ କରିବେ ବୋଲି କୁହାଯାଇଛି। ଏହି ବିଲ୍‌ ଗୃହରେ ଉପସ୍ଥାପନ କରାଯିବା ବେଳେ ଯେଭଳି ବିଜେପିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ସେଥିପାଇଁ ଦଳ ପକ୍ଷରୁ ସୋମବାର ହ୍ବିପ୍‌ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର