ମହାରାଷ୍ଟ୍ରରେ ମହାମେଣ୍ଟର ଭାଗବଣ୍ଟା ଅଡ଼ୁଆ: ସିନ୍ଦେ ରୁଷିଲେ, ଗାଁକୁ ପଳେଇଲେ..

The Sakala Picture
Published On

ମୁମ୍ବଇ: ଛିଡୁନି ଭାଗବଣ୍ଟା, ସରୁନି ଅଙ୍କକଷା; କ୍ଷମତା ଏବଂ ପଦକୁ ନେଇ ଚାଲିଛି ଛକାପଞ୍ଝା। ମୁମ୍ବଇଠୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଟଣାଓଟରା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବୃହତ ବିଜୟ ସତ୍ତ୍ବେ ଶାସନ ଡୋରି କିଏ ସମ୍ଭାଳିବ ତାହାକୁ ନେଇ ‘ମହାୟୁତି ମେଣ୍ଟ’ରେ ଭାଗବଣ୍ଟା ଛିଡ଼ି ପାରୁନାହିଁ। ଫଳାଫଳ ବାହାରିବାକୁ ୮ ଦିନ ହୋଇଯାଇଥିଲେ ମଧ୍ୟ ବିଜେପି, କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନ୍‌ସିପି ମଧ୍ୟରେ ଚୌକି ବୁଝାମଣା ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ପଦକୁ […]

ମୁମ୍ବଇ: ଛିଡୁନି ଭାଗବଣ୍ଟା, ସରୁନି ଅଙ୍କକଷା; କ୍ଷମତା ଏବଂ ପଦକୁ ନେଇ ଚାଲିଛି ଛକାପଞ୍ଝା। ମୁମ୍ବଇଠୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଟଣାଓଟରା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବୃହତ ବିଜୟ ସତ୍ତ୍ବେ ଶାସନ ଡୋରି କିଏ ସମ୍ଭାଳିବ ତାହାକୁ ନେଇ ‘ମହାୟୁତି ମେଣ୍ଟ’ରେ ଭାଗବଣ୍ଟା ଛିଡ଼ି ପାରୁନାହିଁ। ଫଳାଫଳ ବାହାରିବାକୁ ୮ ଦିନ ହୋଇଯାଇଥିଲେ ମଧ୍ୟ ବିଜେପି, କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନ୍‌ସିପି ମଧ୍ୟରେ ଚୌକି ବୁଝାମଣା ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଘନଘନ ଆଲୋଚନା, ବିଚାରବିମର୍ଶ। ତିନୋଟି ଯାକ ଦଳ ମୁଖ୍ୟମନ୍ତ୍ରୀ ପଦ ହାତେଇବାକୁ କସରତ ଚଳାଇଛନ୍ତି। କିନ୍ତୁ ସର୍ବାଧିକ ଆସନରେ ବିଜୟୀ ହୋଇଥିବା ବିଜେପି ଏହାକୁ ଛାଡ଼ିବାକୁ ନାରାଜ। ତେଣୁ ସବୁ କିଛି ଅଟକି ରହିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ବଦଳରେ ଶିବସେନା ଗୃହ ଏବଂ ଅର୍ଥ ବିଭାଗ ମାଗୁଛି। କିନ୍ତୁ ବିଜେପି ଏହି ଦୁଇ ପ୍ରମୁଖ ବିଭାଗ କାହାକୁ ଦେବାକୁ ଚାହୁଁନାହିଁ। ଏଥିଯୋଗୁଁ ମୁଖ୍ୟମନ୍ତ୍ରୀ ସିନ୍ଦେ ରୁଷି ଅଚାନକ ନିଜ ଗାଁ ସାତାରା ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ତେଣୁ ମୁମ୍ବଇରେ ଶୁକ୍ରବାର ହେବାକୁ ଥିବା ମହାୟୁତି ବୈଠକକୁ ସ୍ଥଗିତ ରଖି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

ତେବେ ସିନ୍ଦେ ଫେରିବା ପରେ ରବିବାର ଏହି ବୈଠକ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରବିବାର ସକାଳେ ମହାରାଷ୍ଟ୍ରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ଦୁଇ ଜଣ ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଚୟନ କରିବେ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ। ବିଜେପି ମରାଠା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ୫ ତାରିଖରେ ମୁମ୍ବଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଭାଗ ବଣ୍ଟନକୁ ନେଇ ସିନ୍ଦେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ତାଲିକା ପ୍ରଦାନ କରିସାରିଛନ୍ତି। ସେ ନିଷ୍ପତ୍ତି ନେବା ପାଇଁ ବିଜେପିକୁ ସମୟ ଦେଇଛନ୍ତି। ଶିବସେନା ନେତା ସଞ୍ଜୟ ସିରସାଟ କହିଛନ୍ତି ଯେ ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ମନା କରିବେ ବୋଲି ଆଶା। ଏପରି ହେଲେ ଦଳର ଅନ୍ୟ କେହି ନେତା ଏହି ପଦ ସମ୍ଭାଳିବେ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ଏହା ପୂର୍ବରୁ ଗୁରୁବାର ରାତିରେ ସିନ୍ଦେ, ଦେବେନ୍ଦ୍ର ଫଡନବୀସ ଏବଂ ପାୱାର ଦିଲ୍ଲୀରେ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସିନ୍ଦେ ଏବଂ ଶାହାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ ହାଇକମାଣ୍ଡ ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀ ପଦ ଚୟନ କରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

30 Nov 2024 By The Sakala

ମହାରାଷ୍ଟ୍ରରେ ମହାମେଣ୍ଟର ଭାଗବଣ୍ଟା ଅଡ଼ୁଆ: ସିନ୍ଦେ ରୁଷିଲେ, ଗାଁକୁ ପଳେଇଲେ..

ମୁମ୍ବଇ: ଛିଡୁନି ଭାଗବଣ୍ଟା, ସରୁନି ଅଙ୍କକଷା; କ୍ଷମତା ଏବଂ ପଦକୁ ନେଇ ଚାଲିଛି ଛକାପଞ୍ଝା। ମୁମ୍ବଇଠୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଟଣାଓଟରା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବୃହତ ବିଜୟ ସତ୍ତ୍ବେ ଶାସନ ଡୋରି କିଏ ସମ୍ଭାଳିବ ତାହାକୁ ନେଇ ‘ମହାୟୁତି ମେଣ୍ଟ’ରେ ଭାଗବଣ୍ଟା ଛିଡ଼ି ପାରୁନାହିଁ। ଫଳାଫଳ ବାହାରିବାକୁ ୮ ଦିନ ହୋଇଯାଇଥିଲେ ମଧ୍ୟ ବିଜେପି, କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନ୍‌ସିପି ମଧ୍ୟରେ ଚୌକି ବୁଝାମଣା ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଘନଘନ ଆଲୋଚନା, ବିଚାରବିମର୍ଶ। ତିନୋଟି ଯାକ ଦଳ ମୁଖ୍ୟମନ୍ତ୍ରୀ ପଦ ହାତେଇବାକୁ କସରତ ଚଳାଇଛନ୍ତି। କିନ୍ତୁ ସର୍ବାଧିକ ଆସନରେ ବିଜୟୀ ହୋଇଥିବା ବିଜେପି ଏହାକୁ ଛାଡ଼ିବାକୁ ନାରାଜ। ତେଣୁ ସବୁ କିଛି ଅଟକି ରହିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ବଦଳରେ ଶିବସେନା ଗୃହ ଏବଂ ଅର୍ଥ ବିଭାଗ ମାଗୁଛି। କିନ୍ତୁ ବିଜେପି ଏହି ଦୁଇ ପ୍ରମୁଖ ବିଭାଗ କାହାକୁ ଦେବାକୁ ଚାହୁଁନାହିଁ। ଏଥିଯୋଗୁଁ ମୁଖ୍ୟମନ୍ତ୍ରୀ ସିନ୍ଦେ ରୁଷି ଅଚାନକ ନିଜ ଗାଁ ସାତାରା ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ତେଣୁ ମୁମ୍ବଇରେ ଶୁକ୍ରବାର ହେବାକୁ ଥିବା ମହାୟୁତି ବୈଠକକୁ ସ୍ଥଗିତ ରଖି ଦିଆଯାଇଛି।

ତେବେ ସିନ୍ଦେ ଫେରିବା ପରେ ରବିବାର ଏହି ବୈଠକ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରବିବାର ସକାଳେ ମହାରାଷ୍ଟ୍ରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ଦୁଇ ଜଣ ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଚୟନ କରିବେ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ। ବିଜେପି ମରାଠା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ୫ ତାରିଖରେ ମୁମ୍ବଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଭାଗ ବଣ୍ଟନକୁ ନେଇ ସିନ୍ଦେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ତାଲିକା ପ୍ରଦାନ କରିସାରିଛନ୍ତି। ସେ ନିଷ୍ପତ୍ତି ନେବା ପାଇଁ ବିଜେପିକୁ ସମୟ ଦେଇଛନ୍ତି। ଶିବସେନା ନେତା ସଞ୍ଜୟ ସିରସାଟ କହିଛନ୍ତି ଯେ ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ମନା କରିବେ ବୋଲି ଆଶା। ଏପରି ହେଲେ ଦଳର ଅନ୍ୟ କେହି ନେତା ଏହି ପଦ ସମ୍ଭାଳିବେ।

ଏହା ପୂର୍ବରୁ ଗୁରୁବାର ରାତିରେ ସିନ୍ଦେ, ଦେବେନ୍ଦ୍ର ଫଡନବୀସ ଏବଂ ପାୱାର ଦିଲ୍ଲୀରେ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସିନ୍ଦେ ଏବଂ ଶାହାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ ହାଇକମାଣ୍ଡ ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀ ପଦ ଚୟନ କରିବାକୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର