ଇତିହାସ ରଚିଲେ ରିଚାର୍ଡ ବ୍ରାନସନ୍‌

The Sakala Picture
Published On

ନୂଆଦିଲ୍ଲୀ : ମହାକାଶ ଭ୍ରମଣକୁ ନେଇ ଦୀର୍ଘ ୧୭ ବର୍ଷ ତଳେ ସ୍ବପ୍ନ ଦେଖୀଥିବା ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରାନସନ୍‌ଙ୍କ ସ୍ବପ୍ନ ସାକାର ହୋଇଛି। କେବଳ ରିଚାର୍ଡଙ୍କ ସ୍ବପ୍ନ ସାକାର ହେବାର କଥା ନୁହେଁ, ମହାକାଶକୁ ସାଧାରଣ ଲୋକଙ୍କ ଭ୍ରମଣ କ୍ଷେତ୍ରରେ ସେ ଆରମ୍ଭ କରିଥିବା ବ୍ୟାବସାୟିକ ପ୍ରକଳ୍ପ ସଫଳ ହେବା ସହିତ ମହାକାଶ ଯାତ୍ରା କ୍ଷେତ୍ରରେ ମଧ୍ୟ ଇତିହାସ ସୃଷ୍ଟି ହୋଇଛି। ରିଚାର୍ଡଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ୍‌ ଦ୍ବାରା ନିର୍ମାଣ କରାଯାଇଥିବା ଏକ ସ୍ବତନ୍ତ୍ର ରକେଟ୍‌ରେ […]

ନୂଆଦିଲ୍ଲୀ : ମହାକାଶ ଭ୍ରମଣକୁ ନେଇ ଦୀର୍ଘ ୧୭ ବର୍ଷ ତଳେ ସ୍ବପ୍ନ ଦେଖୀଥିବା ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରାନସନ୍‌ଙ୍କ ସ୍ବପ୍ନ ସାକାର ହୋଇଛି। କେବଳ ରିଚାର୍ଡଙ୍କ ସ୍ବପ୍ନ ସାକାର ହେବାର କଥା ନୁହେଁ, ମହାକାଶକୁ ସାଧାରଣ ଲୋକଙ୍କ ଭ୍ରମଣ କ୍ଷେତ୍ରରେ ସେ ଆରମ୍ଭ କରିଥିବା ବ୍ୟାବସାୟିକ ପ୍ରକଳ୍ପ ସଫଳ ହେବା ସହିତ ମହାକାଶ ଯାତ୍ରା କ୍ଷେତ୍ରରେ ମଧ୍ୟ ଇତିହାସ ସୃଷ୍ଟି ହୋଇଛି। ରିଚାର୍ଡଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ୍‌ ଦ୍ବାରା ନିର୍ମାଣ କରାଯାଇଥିବା ଏକ ସ୍ବତନ୍ତ୍ର ରକେଟ୍‌ରେ ଭାରତୀୟ ବଂଶୋଦ୍ଭବ ମହିଳା ମହାକାଶଚାରୀ ଶରିସା ବାନ୍ଦଲାଙ୍କ ସମେତ ୫ ମହାକାଶ ଯାତ୍ରୀଙ୍କୁ ନେଇ ରିଚାର୍ଡ ନ୍ୟୁ ମେକ୍ସିକୋ ସିଟିରୁ ମହାକାଶ ଅଭିମୁଖେ ଯାତ୍ରା କରିଥିଲା ବେଳେ ମହାକାଶରେ ପ୍ରାୟ ଏକ ଘଣ୍ଟା ଭ୍ରମଣ କରି ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି। ମହାକାଶ ପରିସୀମାର ପ୍ରାୟ ୮୫ କିମି ଦୂରରେ ସମସ୍ତ ମହାକାଶ ଯାତ୍ରୀ ପୃଥିବୀ ପୃଷ୍ଠର ଚିତ୍ର ଅବଲୋକନ କରିଥିବା ବେଳେ ଏହାକୁ ଜୀବନ ବ୍ୟାପୀ ଏକ ଶ୍ରେଷ୍ଠ ଅଭିଜ୍ଞତା ବୋଲି ରିଚାର୍ଡ କହିଛନ୍ତି। ଏହାଦ୍ବାରା ତାଙ୍କର ବ୍ୟାବସାୟିକ ମହାକାଶ ଭ୍ରମଣ ପ୍ରକଳ୍ପ ସାକାର ହେବ ବୋଲି ରିଚାର୍ଡ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର