ଏହି ରାଜ୍ୟରେ ଜୁଲାଇ ୧୯ ଯାଏଁ ବଢ଼ିଲା ଲକଡାଉନ୍

The Sakala Picture
Published On

ଚେନ୍ନାଇ: ତାମିଲନାଡୁରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ କଟକଣା ସମ୍ପୂର୍ଣ୍ଣ ଉଠାଇବାକୁ ଚାହୁଁ ନାହାଁନ୍ତି। ଲକଡାଉନ୍ ଅବଧିକୁ ଏମ.କେ ଷ୍ଟାଲିନ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଲକଡାଉନ୍ ବଢାଇଥିଲେ ମଧ୍ୟ କିଛି କଟକଣାକୁ କୋହଳ କରାଯାଇଛି। ହୋଟେଲ, ଚା ଦୋକାନ, ବେକେରୀ, ରାସ୍ତା କଡ଼ରେ ଥିବା ଦୋକାନ, ଜଳଖିଆ ଦୋକାନ ୫୦ ପ୍ରତିଶତ ଗ୍ରାହକ କ୍ଷମତା ସହିତ ରାତି ୯ଟା ପର୍ଯ୍ୟନ୍ତ ଖୋଲିପାରିବ | ଏଥିସହିତ ସ୍କୁଲ, କଲେଜ, […]

ଚେନ୍ନାଇ: ତାମିଲନାଡୁରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ କଟକଣା ସମ୍ପୂର୍ଣ୍ଣ ଉଠାଇବାକୁ ଚାହୁଁ ନାହାଁନ୍ତି। ଲକଡାଉନ୍ ଅବଧିକୁ ଏମ.କେ ଷ୍ଟାଲିନ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଲକଡାଉନ୍ ବଢାଇଥିଲେ ମଧ୍ୟ କିଛି କଟକଣାକୁ କୋହଳ କରାଯାଇଛି। ହୋଟେଲ, ଚା ଦୋକାନ, ବେକେରୀ, ରାସ୍ତା କଡ଼ରେ ଥିବା ଦୋକାନ, ଜଳଖିଆ ଦୋକାନ ୫୦ ପ୍ରତିଶତ ଗ୍ରାହକ କ୍ଷମତା ସହିତ ରାତି ୯ଟା ପର୍ଯ୍ୟନ୍ତ ଖୋଲିପାରିବ | ଏଥିସହିତ ସ୍କୁଲ, କଲେଜ, ପ୍ରେକ୍ଷାଳୟ, ବାର, ସୁଇମିଂ ପୁଲ, ପ୍ରାଣୀ ଉଦ୍ୟାନ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଆନ୍ତଃ ରାଜ୍ୟ ପରିବହନ (ପୁଡୁଚେରୀ ବ୍ୟତୀତ) ଏବଂ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିଷେଧ କରାଯାଇଛି | ପୁଡୁଚେରୀ ପାଇଁ ବସ୍ ଚଳାଚଳ ଜାରି ରହିବ | ଦୋକାନ ଏବଂ ଅନ୍ୟାନ୍ୟ ଗତିବିଧି ଯାହା ରାତି ୮ଟା ପର୍ଯ୍ୟନ୍ତ ପୂର୍ବରୁ ଅନୁମତି ଦିଆଯାଇଥିଲା, ବର୍ତ୍ତମାନ ରାତି ୯ଟା ପର୍ଯ୍ୟନ୍ତ ଜାରି ରହିବ |

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର