ଏଣିକି ରାଜ୍ୟରେ ରାତି ୩ଟା ଯାଏଁ ଖୋଲା ରହିବ ବାର

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ରାତି ୩ଟା ଯାଏଁ ଖୋଲା ରହିବ ବାର। ଦିଲ୍ଲୀ ପାଇଁ ଏହିପରି ନୂଆ ଅବକାରୀ ନୀତି ଆଣିଛନ୍ତି ଦିଲ୍ଲୀ ସରକାର। ରାଜସ୍ୱ ବୃଦ୍ଧି ସହ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର୍‌ ଗୁଡ଼ିକୁ ରାତି ୩ଟା ଯାଏ ଖୋଲା ରଖିବାକୁ ଯୋଜନା କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି […]

ନୂଆଦିଲ୍ଲୀ: ଦିଲ୍ଲୀରେ ରାତି ୩ଟା ଯାଏଁ ଖୋଲା ରହିବ ବାର। ଦିଲ୍ଲୀ ପାଇଁ ଏହିପରି ନୂଆ ଅବକାରୀ ନୀତି ଆଣିଛନ୍ତି ଦିଲ୍ଲୀ ସରକାର। ରାଜସ୍ୱ ବୃଦ୍ଧି ସହ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର୍‌ ଗୁଡ଼ିକୁ ରାତି ୩ଟା ଯାଏ ଖୋଲା ରଖିବାକୁ ଯୋଜନା କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଦିଲ୍ଲୀ ସରକାର । ଗ୍ରାହକମାନେ ଦୋକାନକୁ ଆସି ମଦ କିଣିପାରିବେ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦିଲ୍ଲୀ ସରକାର ଏହି ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀକୁ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ବିଦେଶୀ ନାଗରିକ ଆସିଥାନ୍ତି ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ । ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦାୟିତ୍ୱ ଏହାର ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି । ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିସିପାଲ ବୋର୍ଡ ଅଛି । ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏଁ ମଦ ଦୋକାନ ଖୋଲିବ । ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡ଼ିକୁ ଖୋଲା ବିୟର ସଂସ୍ଥାଗୁଡ଼ିକ ସପ୍ଲାଏ କରିପାରିବେ ।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

06 Jul 2021 By The Sakala

ଏଣିକି ରାଜ୍ୟରେ ରାତି ୩ଟା ଯାଏଁ ଖୋଲା ରହିବ ବାର

ନୂଆଦିଲ୍ଲୀ: ଦିଲ୍ଲୀରେ ରାତି ୩ଟା ଯାଏଁ ଖୋଲା ରହିବ ବାର। ଦିଲ୍ଲୀ ପାଇଁ ଏହିପରି ନୂଆ ଅବକାରୀ ନୀତି ଆଣିଛନ୍ତି ଦିଲ୍ଲୀ ସରକାର। ରାଜସ୍ୱ ବୃଦ୍ଧି ସହ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର୍‌ ଗୁଡ଼ିକୁ ରାତି ୩ଟା ଯାଏ ଖୋଲା ରଖିବାକୁ ଯୋଜନା କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଦିଲ୍ଲୀ ସରକାର । ଗ୍ରାହକମାନେ ଦୋକାନକୁ ଆସି ମଦ କିଣିପାରିବେ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦିଲ୍ଲୀ ସରକାର ଏହି ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀକୁ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ବିଦେଶୀ ନାଗରିକ ଆସିଥାନ୍ତି ।

ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ । ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦାୟିତ୍ୱ ଏହାର ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି । ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିସିପାଲ ବୋର୍ଡ ଅଛି । ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏଁ ମଦ ଦୋକାନ ଖୋଲିବ । ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡ଼ିକୁ ଖୋଲା ବିୟର ସଂସ୍ଥାଗୁଡ଼ିକ ସପ୍ଲାଏ କରିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର