ମନୋରଞ୍ଜନ
ଓଡ଼ିଶା
ମାଡ଼ି ଆସୁଛି ‘ପ୍ରଳୟ ଦେବତା’, ଧ୍ୱଂସ ପାଇଯିବ ପୃଥିବୀ !
ନୂଆଦିଲ୍ଲୀ: ମହାକାଶରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ କ୍ଷୁଦ୍ର ଗ୍ରହ ‘ଏପୋଫିସ୍’। ମିଶରୀୟ ଭାଷାରେ ଯାହାର ଅର୍ଥ ହେଉଛି ‘ଅରାଜକତା’ ବା ‘ପ୍ରଳୟ’ର ଦେବତା। ଏହି କ୍ଷୁଦ୍ର ଗ୍ରହଟି ଆସନ୍ତା ୨୦୨୯ଏପ୍ରିଲ ୧୩ ତାରିଖରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହାକୁ ନେଇ ସାରା ବିଶ୍ୱରେ ମହାକାଶବିତ୍ମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଯେଉଁ ଦିଗରେ ଏହି ଛୋଟ ଗ୍ରହଟି ଗତି କରୁଛି, ତାହା ପୃଥିବୀ ସହ ଧକ୍କା ଲାଗିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି […]
ନୂଆଦିଲ୍ଲୀ: ମହାକାଶରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ କ୍ଷୁଦ୍ର ଗ୍ରହ ‘ଏପୋଫିସ୍’। ମିଶରୀୟ ଭାଷାରେ ଯାହାର ଅର୍ଥ ହେଉଛି ‘ଅରାଜକତା’ ବା ‘ପ୍ରଳୟ’ର ଦେବତା। ଏହି କ୍ଷୁଦ୍ର ଗ୍ରହଟି ଆସନ୍ତା ୨୦୨୯ଏପ୍ରିଲ ୧୩ ତାରିଖରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହାକୁ ନେଇ ସାରା ବିଶ୍ୱରେ ମହାକାଶବିତ୍ମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଯେଉଁ ଦିଗରେ ଏହି ଛୋଟ ଗ୍ରହଟି ଗତି କରୁଛି, ତାହା ପୃଥିବୀ ସହ ଧକ୍କା ଲାଗିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଛୋଟ ଗ୍ରହଟିର ବ୍ୟାସ ୩୪୦ ମିଟରରୁ ୪୫୦ ମିଟର ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ ଆକଳନ ଅନୁସାରେ ୧୪୦ ବ୍ୟାସ ବା ତଦୁର୍ଦ୍ଧ୍ବ କୌଣସି ଗ୍ରହପିଣ୍ଡ, କ୍ଷୁଦ୍ର ଗ୍ରହ ବା ଧୂମକେତୁ ପୃଥିବୀର ନିକଟ ଦେଇ ଅତିକ୍ରମ କଲେ ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ ଏପୋଫିସର ବ୍ୟାସ ଓ ଗତିକୁ ନେଇ ମହାକାଶ ବିଜ୍ଞାନୀମାନେ ଚିନ୍ତିତ ହୋଇଛନ୍ତି।
ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଏହ କ୍ଷୁଦ୍ର ଗ୍ରହକୁ ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହି କ୍ଷୁଦ୍ର ଗ୍ରହଟି ୨୦୨୯ ଏପ୍ରିଲ ୧୩ ତାରିଖରେ ପୃଥିବୀ ସହ ଧକ୍କା ଖାଇବାର ସମ୍ଭାବନା ରହିଛି। ଯଦି ଏହି ଗ୍ରହଟି ପୃଥିବୀ ସହ ଧକ୍କା ଲାଗେ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଏବଂ ସମ୍ପୂର୍ଣ୍ଣ ମାନବ ଜଗତ ଧ୍ୱଂସ ହୋଇଯାଇପାରେ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ନେତ୍ର’ (ନେଟୱାର୍କ ଫର ସ୍ପେସ୍ ଅବଜେକ୍ଟ ଟ୍ରାକିଂ ଏଣ୍ଡ ଆନାଲିସିସ୍) ଏପୋଫିସ ଉପରେ ତୀକ୍ଷ୍ମ ନଜର ରଖିଛି। ଏ ସମ୍ପର୍କରେ ଇସ୍ରୋ ବିଶ୍ୱର ସବୁ ମହାକାଶ ଅନୁସନ୍ଧାନ ସଂସ୍ଥା ସହ ସମ୍ପର୍କରେ ରହିଛି। ଏହି କ୍ଷୁଦ୍ର ଗ୍ରହର ଆକାର ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଓ ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ ଅହମ୍ମଦାବାଦସିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମର ଆକାରଠାରୁ ବଡ଼ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପୋଫିସକୁ ପ୍ରଥମେ ୨୦୦୪ରେ ଠାବ କରାଯାଇଥିଲା।






