ବିଧାନସଭାରେ ହଟ୍ଟଗୋଳ କରି ୧୨ ବିଜେପି ବିଧାୟକ ବର୍ଷକ ପାଇଁ ହେଲେ ନିଲମ୍ବିତ

The Sakala Picture
Published On

ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତି ଏହି ନିଷ୍ପତି ନେଇ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ନିଲମ୍ବିତ ହୋଇଥିବା ବିଧାୟକମାନେ […]

ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତି ଏହି ନିଷ୍ପତି ନେଇ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଫଡନଭିସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ମହାରାଷ୍ଟ୍ରରେ ଓବିସି ବର୍ଗର ଲୋକଙ୍କୁ ଆରକ୍ଷଣ ଦେବାକୁ ବିଜେପି କିଛିଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲା । ଏହାସହ ଏହି ମାମଲା ବି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହେଲେ ଏହା ହାଇକୋର୍ଟରେ ବିଚାର ହୋଇ ପାରିବ ବୋଲି କହି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ ।

ଆହୁରି ପଢ଼ନ୍ତୁ: ବିରଳ ରୋଗରେ ପୀଡ଼ିତ ଶିଶୁକନ୍ୟା ପାଇଁ ଦେବଦୂତ ସାଜିଲେ ହେମନ୍ତ ସରକାର, ମଞ୍ଜୁର କଲେ ୧୫ କୋଟି ଟଙ୍କା

ଏହି ଘଟଣା ପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କ ଆହୁରି ଖରାପ ହୋଇପାରେ । କାରଣ ଆଜି ଶିବସେନା ନେତା ସଂଜୟ ରାୱତ କହିଥିଲେ କି ବିଜେପି ଓ ଶିବସେନାର ସଂପର୍କ ଅମୀର ଖାନ ଓ କିରଣ ରାଓଙ୍କ ସଂପର୍କ ଭଳି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛିଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ଓ ଶିବସେନାର ସଂପର୍କ ଉପରେ ପଜିଟିଭ୍ ମନ୍ତବ୍ୟ ଗଣମାଧ୍ୟମରେ ଦେଇଥିଲେ । ହେଲେ ଏବେ ମହାରାଷ୍ଟ୍ର ବିଧାନ ସଭାରେ ଯେଭଳି ଘଟଣା ଦେଖାଦେଲା ଏହାପରେ ବିଜେପି ଓ ଶିବସେନାର ସଂପର୍କ ଖରାପ ହେବା ନେଇ ଆଲୋଚନା ହେଉଛି ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

05 Jul 2021 By The Sakala

ବିଧାନସଭାରେ ହଟ୍ଟଗୋଳ କରି ୧୨ ବିଜେପି ବିଧାୟକ ବର୍ଷକ ପାଇଁ ହେଲେ ନିଲମ୍ବିତ

ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତି ଏହି ନିଷ୍ପତି ନେଇ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଫଡନଭିସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମହାରାଷ୍ଟ୍ରରେ ଓବିସି ବର୍ଗର ଲୋକଙ୍କୁ ଆରକ୍ଷଣ ଦେବାକୁ ବିଜେପି କିଛିଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲା । ଏହାସହ ଏହି ମାମଲା ବି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହେଲେ ଏହା ହାଇକୋର୍ଟରେ ବିଚାର ହୋଇ ପାରିବ ବୋଲି କହି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ ।

ଏହି ଘଟଣା ପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କ ଆହୁରି ଖରାପ ହୋଇପାରେ । କାରଣ ଆଜି ଶିବସେନା ନେତା ସଂଜୟ ରାୱତ କହିଥିଲେ କି ବିଜେପି ଓ ଶିବସେନାର ସଂପର୍କ ଅମୀର ଖାନ ଓ କିରଣ ରାଓଙ୍କ ସଂପର୍କ ଭଳି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛିଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ଓ ଶିବସେନାର ସଂପର୍କ ଉପରେ ପଜିଟିଭ୍ ମନ୍ତବ୍ୟ ଗଣମାଧ୍ୟମରେ ଦେଇଥିଲେ । ହେଲେ ଏବେ ମହାରାଷ୍ଟ୍ର ବିଧାନ ସଭାରେ ଯେଭଳି ଘଟଣା ଦେଖାଦେଲା ଏହାପରେ ବିଜେପି ଓ ଶିବସେନାର ସଂପର୍କ ଖରାପ ହେବା ନେଇ ଆଲୋଚନା ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର