ଉତ୍ତରପ୍ରଦେଶର ବୁଲନ୍ଦଶହରରେ ଭୟଙ୍କର ସଡକ ଦୁର୍ଘଟଣା: ବସ୍‌ ଓ ପିକ୍‌ଅପ୍ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୦ ମୃତ

The Sakala Picture
Published On

ଲକ୍ଷ୍ନୌ: ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ରେ ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲିଗଲା ୧୦ ଜଣଙ୍କ ଜୀବନ। ସେହିପରି ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ ବୁଲନ୍ଦଶହର ଜିଲ୍ଲାର ସଲେମପୁର ଥାନା ନିକଟରେ ଘଟିଛି ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ସୂଚନା ମୁତାବକ, ଉତ୍ତରପ୍ରଦେଶର ସଲେମପୁର ଥାନା ଅଞ୍ଚଳରେ ଏକ ଘରୋଇ ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। […]

ଲକ୍ଷ୍ନୌ: ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ରେ ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲିଗଲା ୧୦ ଜଣଙ୍କ ଜୀବନ। ସେହିପରି ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ ବୁଲନ୍ଦଶହର ଜିଲ୍ଲାର ସଲେମପୁର ଥାନା ନିକଟରେ ଘଟିଛି ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନା ମୁତାବକ, ଉତ୍ତରପ୍ରଦେଶର ସଲେମପୁର ଥାନା ଅଞ୍ଚଳରେ ଏକ ଘରୋଇ ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପୋଲିସ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ପରେ କ୍ରୋଧିତ ଲୋକମାନେ ରାସ୍ତାରେ ଚକା ଜାମ୍‌ କରିଛନ୍ତି। ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ପରେ ପୋଲିସ ସେମାନଙ୍କୁ କୌଣସି ପ୍ରକାର ବୁଝାସୁଝା କରି ଶାନ୍ତ କରିବା ସହ ଟ୍ରାଫିକ ଜାମ୍ ହଟାଇଥିଲେ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ସୂଚନା ଅନୁସାରେ, ପିକ୍‌ଅପ୍‌ ଭ୍ୟାନ୍‌ରେ ୨୦ରୁ ୨୨ ଲୋକେ ବସି ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା ପାଇଁ ଆଲିଗଡ ଯାଉଥିଲେ। ଏତିକି ବେଳେ ଶିକରାପୁରରୁ ଏକ ଘରୋଇ ବସ୍‌ ଦ୍ରୁତ ଗତିରେ ଆସି ସାମ୍ନା ପଟୁ ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଚାଷ ଜମିକୁ ଓଲଟି ପଡିଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର