ଦେଶ ଛାଡ଼ିବା ପାଇଁ ନାଗରିକଙ୍କୁ ସ୍ବିଡେନର ପ୍ରସ୍ତାବ: ବୟସ୍କଙ୍କୁ ୮୦, ଶିଶୁଙ୍କୁ ମିଳିବ ୪୦ ହଜାର

The Sakala Picture
Published On

ଷ୍ଟକହୋମ୍‌: ସ୍ବିଡେନ ସରକାର ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଦେଶ ଛାଡ଼ିଲେ ଟଙ୍କା ସହିତ ଯିବା ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୟସ୍କଙ୍କୁ ୮୦ ହଜାର ଟଙ୍କା (ଦଶ ହଜାର ସ୍ବିଡେନ କ୍ରୋନ) ଏବଂ ଶିଶୁଙ୍କୁ ଥରକେ ୪୦ ହଜାର ଟଙ୍କା ପ୍ରଦାନ କରାଯିବ। ସ୍ବିଡେନ ଇମିଗ୍ରେସନ ମନ୍ତ୍ରୀ ମାରିୟା ମାଲ୍‌ମର ଷ୍ଟେନଗାର୍ଡ ଏହି ପ୍ରସ୍ତାବ ଉପସ୍ଥାପନ କରି ଦେଶର ସଂସ୍କୃତିକୁ ପସନ୍ଦ କରୁ ନ ଥିବା କିମ୍ବା ଏଠି ମିଳାମିଶା […]

ଷ୍ଟକହୋମ୍‌: ସ୍ବିଡେନ ସରକାର ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଦେଶ ଛାଡ଼ିଲେ ଟଙ୍କା ସହିତ ଯିବା ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୟସ୍କଙ୍କୁ ୮୦ ହଜାର ଟଙ୍କା (ଦଶ ହଜାର ସ୍ବିଡେନ କ୍ରୋନ) ଏବଂ ଶିଶୁଙ୍କୁ ଥରକେ ୪୦ ହଜାର ଟଙ୍କା ପ୍ରଦାନ କରାଯିବ। ସ୍ବିଡେନ ଇମିଗ୍ରେସନ ମନ୍ତ୍ରୀ ମାରିୟା ମାଲ୍‌ମର ଷ୍ଟେନଗାର୍ଡ ଏହି ପ୍ରସ୍ତାବ ଉପସ୍ଥାପନ କରି ଦେଶର ସଂସ୍କୃତିକୁ ପସନ୍ଦ କରୁ ନ ଥିବା କିମ୍ବା ଏଠି ମିଳାମିଶା କରିପାରୁ ନ ଥିବା ଲୋକ ଦେଶ ଛାଡ଼ିପାରିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ନାଟୋ ତିକ୍ତତା: କାଲିନିନଗ୍ରାଡ୍ ଉପରେ ଆକ୍ରମଣ ହେଲେ ପରମାଣୁ ଯୁଦ୍ଧର ଚେତାବନୀ ଦେଲେ ପୁଟିନ

ରିପୋର୍ଟ ଅନୁଯାୟୀ ସ୍ବିଡେନରେ ଏବେ ବି ଦେଶ ଛାଡ଼ିବାକୁ ଟଙ୍କା ଦିଆଯାଉଛି। ପୂର୍ବରୁ ପ୍ରବାସୀ ନାଗରିକଙ୍କ ପାଇଁ ଏହି ନିୟମ ଥିବାବେଳେ ଏବେ ମୂଳ ବାସିନ୍ଦାଙ୍କୁ ଏଥିରେ ସାମିଲ କରାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଦେଶ ଛାଡୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସରକାର ଏହି ପ୍ରସ୍ତାବ ପାରିତ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା, ଏକାଧିକ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର