ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ

The Sakala Picture
Published On

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସର‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି କହିଛନ୍ତି, ମୁଁ ଏହା ଦେଖି ବହୁତ ଖୁସି ଯେ ସମସ୍ତ ଦେଶବାସୀ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ହେଉ, ରାଜ୍ୟ ରାଜଧାନୀରେ ହେଉ କିମ୍ବା ଆମ ଆଖପାଖରେ ଉଡୁଥିବା ତ୍ରିରଙ୍ଗାକୁ ଦେଖି ଆମ ହୃଦୟ ଉତ୍ସାହରେ ପରିପୂର୍ଣ୍ଣ ହୋଇଯାଇଥାଏ। ରାଷ୍ଟ୍ରପତି କହିଛନ୍ତି, ଆଜି […]

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସର‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି କହିଛନ୍ତି, ମୁଁ ଏହା ଦେଖି ବହୁତ ଖୁସି ଯେ ସମସ୍ତ ଦେଶବାସୀ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ହେଉ, ରାଜ୍ୟ ରାଜଧାନୀରେ ହେଉ କିମ୍ବା ଆମ ଆଖପାଖରେ ଉଡୁଥିବା ତ୍ରିରଙ୍ଗାକୁ ଦେଖି ଆମ ହୃଦୟ ଉତ୍ସାହରେ ପରିପୂର୍ଣ୍ଣ ହୋଇଯାଇଥାଏ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ରାଷ୍ଟ୍ରପତି କହିଛନ୍ତି, ଆଜି ୧୪ ଅଗଷ୍ଟରେ ଆମ ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ଏହା ବିଭାଜନର ଭୟାବହତାକୁ ମନେ ରଖିବାର ଦିନ। ଯେତେବେଳେ ଆମର ମହାନ ରାଷ୍ଟ୍ର ବିଭାଜିତ ହେଲା, ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଲେ। ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସ୍ୱାଧୀନତା ଦିବସ ପାଳନ କରିବାର ଗୋଟିଏ ଦିନ ପୂର୍ବରୁ, ଆମେ ବୃହତ ମାନବୀୟ ଦୁଃଖଦ ଘଟଣାକୁ ମନେ ପକାଉଛୁ ଏବଂ ଭାଙ୍ଗି ଯାଇଥିବା ପରିବାର ସହିତ ମିଳିତ ହୋଇ ଛିଡା ହୋଇଛୁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ରାଷ୍ଟ୍ରପତି କହିଛନ୍ତି, ଏହି ସ୍ୱାଧୀନତାର ପର୍ବ ଆମକୁ ସେହି ଦିନଗୁଡ଼ିକୁ ମନେ ପକାଇଥାଏ ଯେତେବେଳେ ଅନେକ ଲୋକ ଦେଶ ପାଇଁ ବଳିଦାନ ଦେଇଥିଲେ। ଆମର ସ୍ୱାଧୀନତା ସଂଗ୍ରାମୀମାନେ ଆମକୁ ଏକ ନୂତନ ଅଭିବ୍ୟକ୍ତି ଦେଇଥିଲେ। ସର୍ଦ୍ଦାର ପଟେଲ, ବୋଷ, ଭାଗବତ ସିଂ, ବାବା ସାହେବ ଆମ୍ବେଦକରଙ୍କ ପରି ଅନେକ ଥିଲେ, ଯାହାର ବଳିଦାନକୁ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ଖୁବ୍ ଶୀଘ୍ର ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ଯାଉଛୁ।  ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ମାଗଣା ରାସନ ଦିଆଯାଉଛି। ଜି-୨୦ର ସଫଳ ଆୟୋଜନ କରି ବିଶ୍ବରେ ପରାକାଷ୍ଠା ଦେଖାଇଛି ଭାରତ । ବିବିଧତା ଭିତରେ ଏକତା ରଖି ଆମେ ଆଗକୁ ନିରନ୍ତର ବଢ଼ୁଛୁ ।ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା ହୋଇଛି ବୋଲି ରାଷ୍ଟ୍ରପତି କହିଥିଲେ। ମହିଳାଙ୍କୁ କେବଳ ସମାନତା ନୁହେଁ ଉପରକୁ ଉଠିବାକୁ ପ୍ରାଥମିକତା ମିଳୁଛି। ଏଥିପାଇଁ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି। ନାରୀ ସଶକ୍ତୀକରଣ ପାଇଁ ନାରୀଶକ୍ତି ବନ୍ଦନ ଲାଗୁ କରିଛୁ। ଯୁବ ପ୍ରତିଭାଙ୍କୁ ରୋଜଗାର ଯୋଗାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ସ୍ବାଧୀନତା ଅଭିଭାଷଣରେ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବେଶ ଭଲ ପ୍ରଦର୍ଶନ କରିଛି। ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ବ ଚାମ୍ପିଅନ ହୋଇଛି । ସବୁ ବର୍ଗର ଖେଳାଳିଙ୍କୁ ମୁଁ ଏଥିପାଇଁ ବଧେଇ ଜଣାଉଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର