ମନୋରଞ୍ଜନ
ଓଡ଼ିଶା
ସ୍କୁଲକୁ ଟାର୍ଗେଟ୍ କରି ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଇସ୍ରାଏଲରେ ଏକ ଆକ୍ରମଣରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗାଜାର ଦାରାଜ ଜିଲ୍ଲାରେ ଥିବା ଏକ ସ୍କୁଲକୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି। ଶନିବାର ସକାଳେ ଗାଜାର ଅଲ-ସହାବା ଅଞ୍ଚଳରେ ଥିବା ଅଲ-ତବଇନ୍ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଗାଜାର ନାଗରିକ ସୁରକ୍ଷା ଏଜେନ୍ସି […]
ନୂଆଦିଲ୍ଲୀ: ଇସ୍ରାଏଲରେ ଏକ ଆକ୍ରମଣରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗାଜାର ଦାରାଜ ଜିଲ୍ଲାରେ ଥିବା ଏକ ସ୍କୁଲକୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି। ଶନିବାର ସକାଳେ ଗାଜାର ଅଲ-ସହାବା ଅଞ୍ଚଳରେ ଥିବା ଅଲ-ତବଇନ୍ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଗାଜାର ନାଗରିକ ସୁରକ୍ଷା ଏଜେନ୍ସି ଦାବି କରିଛି।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ
ପାଲେଷ୍ଟାଇନ ନ୍ୟୁଜ୍ ଏଜେନ୍ସି WAFA ଅନୁଯାୟୀ, ଏହି ସ୍କୁଲରେ ପାଲେଷ୍ଟାଇନର ବିସ୍ଥାପିତ ସାଧାରଣ ନାଗରିକମାନେ ଆଶ୍ରୟ ନେଇଥିଲେ। ଏହା ଉପରେ ଇସ୍ରାଏଲ ତିନୋଟି ରକେଟ୍ ମାଡ କରିଛି। ଏହି ସମୟରେ ସେମାନେ ନମାଜ ପଢ଼ୁଥିଲେ।ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ଯୋଗୁ ପୂରା ସ୍କୁଲରେ ଭୟଙ୍କର ଭାବେ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ଆହତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।






