ପୁଣି ଅଶାନ୍ତ ବାଂଲାଦେଶ, ହିଂସାକାଣ୍ଡରେ ୫୦ରୁ ଉର୍ଦ୍ଧ୍ବ ମୃତ; ସାରା ଦେଶରେ କର୍ଫ୍ୟୁ ଜାରି

The Sakala Picture
Published On

ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀ ଏବଂ ପୋଲିସଙ୍କ ମଧ୍ୟରେ ସଂଘର୍ଷ ଘଟି ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିକ୍ଷୋକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲୁହ ବୁହା […]

ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀ ଏବଂ ପୋଲିସଙ୍କ ମଧ୍ୟରେ ସଂଘର୍ଷ ଘଟି ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ବିକ୍ଷୋକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲୁହ ବୁହା ଗ୍ୟାସ ଓ ଷ୍ଟନ ଗ୍ରେନେଡ ମାଡ଼ କରିଛି। ତଥାପି ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରି ପ୍ରଧାନମନ୍ତ୍ରୀ ହସିନାରଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି। ହିଂସାତ୍ମକ ପ୍ରଦର୍ଶନ ଯୋଗୁଁ ସ୍ଥିତି ଅଣାୟାତ୍ତ ହେଉଥିବାରୁ ସରକାର ଦେଶବ୍ୟାପୀ ଆଜି ସନ୍ଧ୍ୟା ୬ଟାରୁ କର୍ଫ୍ୟୁ ଲାଗୁ କରିଛନ୍ତି। ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସୂଚନାଯୋଗ୍ୟ, ଗତମାସରେ ଚାକିରୀ ସଂରକ୍ଷଣକୁ ବିରୋଧ କରି ସରକାରଙ୍କ ବିରୋଧରେ ଆନ୍ଦୋଳନ ଯୋଗୁଁ ବାଂଲାଦେଶରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏଥିସହ ବିକ୍ଷୋଭକରି ଅନେକ ଗିରଫ ହୋଇଛନ୍ତି। ସେମାନଙ୍କୁ ଜେଲରୁ ମୁକ୍ତ କରିବା ହିଁ ବିକ୍ଷୋଭକାରୀଙ୍କ ପ୍ରମୁଖ ଦାବି ରହିଛି। ସେମାନଙ୍କୁ ମୁକ୍ତ କରାଯିବାକୁ ପ୍ରଧାନମନ୍ତ୍ରୀ ହସିନ ନିଷ୍ପତ୍ତି ନେଇ ସାରିଥିବା ହାସିନଙ୍କ ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ବିକ୍ଷୋଭକାରୀ ୨୦୦ ଲୋକଙ୍କ ମୃତ୍ୟୁ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରାଯାଇଛି। ଏଥିସହ ହସିନା ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର