ପୁଣି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍

The Sakala Picture
Published On

ରାଞ୍ଚି: ପୁଣି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍ । ହେମନ୍ତ ସୋରେନ୍ ଜେଲରୁ ଫେରିବା ପରେ ଆଜି ପୁଣି ଝାଡଖଣ୍ଡର ମଙ୍ଗ ଧରିଛନ୍ତି।  ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ହେମନ୍ତ ସୋରେନ୍। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍। ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ୍। ମାତ୍ର ୪ ମାସ ପୂର୍ବରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଚମ୍ପାଇ ସୋରେନ୍ […]

ରାଞ୍ଚି: ପୁଣି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍ । ହେମନ୍ତ ସୋରେନ୍ ଜେଲରୁ ଫେରିବା ପରେ ଆଜି ପୁଣି ଝାଡଖଣ୍ଡର ମଙ୍ଗ ଧରିଛନ୍ତି।  ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ହେମନ୍ତ ସୋରେନ୍। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍। ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ୍। ମାତ୍ର ୪ ମାସ ପୂର୍ବରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଚମ୍ପାଇ ସୋରେନ୍ ଗତକାଲି ନିଜ ପଦରୁ ଇସ୍ତଫା ଦେଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସୂଚନା ଅନୁଯାୟୀ, ଆର୍ଥିକ ହେରଫେର୍‌ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଜାମିନରେ ଆସିଥିଲେ ହେମନ୍ତ ସୋରେନ୍ । ଆର୍ଥିକ ହେରଫେର ମାମଲାରେ ୨୦୨୪ ଜାନୁଆରୀ ୩୧ ତାରିଖରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ହେବା ପୂର୍ବରୁ ହିଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପାଇ ସୋରେନ୍ । ଏବେ ହେମନ୍ତ ଜାମିନରେ ଆସିବା ପରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର