୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲରେ ପହଂଚି ଦେଶର ଅଗଣିତ ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ। ଦେଶର ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ଆସନ କରିଛନ୍ତି ଅଳଙ୍କୃତ। ୧୯୫୮ ମସିହା ଜୁନ ୨୦ତାରିଖ ଆଜିର ଦିନରେ ମୟୁରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାନ୍ତାଳୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ବିରଞ୍ଚି ନାରାୟଣ ଟୁଡୁ। ତାଙ୍କ ବାପା ଓ ଜେଜେବାପା ଉଭୟ ପଞ୍ଚାୟତିରାଜ ଶାସବ […]
ନୂଆଦିଲ୍ଲୀ: ୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲରେ ପହଂଚି ଦେଶର ଅଗଣିତ ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ। ଦେଶର ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ଆସନ କରିଛନ୍ତି ଅଳଙ୍କୃତ। ୧୯୫୮ ମସିହା ଜୁନ ୨୦ତାରିଖ ଆଜିର ଦିନରେ ମୟୁରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାନ୍ତାଳୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ବିରଞ୍ଚି ନାରାୟଣ ଟୁଡୁ। ତାଙ୍କ ବାପା ଓ ଜେଜେବାପା ଉଭୟ ପଞ୍ଚାୟତିରାଜ ଶାସବ ବ୍ୟବସ୍ଥାରେ ଗାଁ ମୁଖିଆ ଥିଲେ। ଅଳ୍ପ ବୟସରେ ଜୀବନରେ ଅନେକ ସଂଘର୍ଷର ପାହାଚ ଚଢ଼ିଛନ୍ତି ମହାମହିମ। ବହୁ ଅଭାବ ଅନଟନ ଭିତରେ କେବେବି ହାରମାରିନଥିଲେ ରାଷ୍ଟ୍ରପତି ଦ୍ରୌଦୀ ମୁର୍ମୁ। ୨୦୦୯ ଓ ୨୦୧୩ ମସିହାରେ ସେ ତାଙ୍କ ଦୁଇ ପୁତ୍ର ସନ୍ତାନଙ୍କୁ ହରାଇଥିବାବେଳେ ୨୦୧୪ ମସିହାରେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କୁ ହରାଇଥିଲେ ରାଷ୍ଟ୍ରପତି। ରାଜନୀତିକୁ ଆସିବା ପୂର୍ବରୁ ଦ୍ରୌଦୀ ମୁର୍ମୁ ଜଣେ ଶିକ୍ଷକ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ୧୯୭୯ରୁ ୧୯୮୩ ଯାଏଁ ଜଳସେଚନ ଓ ଶକ୍ତି ବିଭାଗର ଜୁନିଅର ଆସିଷ୍ଟାଣ୍ଟଭାବେ ସେ କାମ କରିଥିଲେ। ଏହାପରେ ୧୯୯୪ରୁ ୧୯୯୭ ଯାଏଁ ସହାୟକ ଶିକ୍ଷକ ଭାବେ ଚାକିରିରେ ଯୋଗ ଦେଇଥିଲେ।
ପିଲାଟି ବେଳୁ ରାଜନୀତି ପ୍ରତି ଥିଲା ତାଙ୍କର ରୁଚି। ୧୯୯୭ ମସିହାରେ ପ୍ରଥମ କରି ସେ ରାଜନୀତିରେ ପାଦ ଥାପିଲେ। ୧୯୯୭ ମସିହାରେ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ। ପରେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨-୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏଥିସହ ୨୦୦୭ ମସିହାରେ ଓଡ଼ିଶା ବିଧାନ ସଭାଦ୍ୱାରା ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୦୯ ମସିହାରେ ଦ୍ୱିତୀୟ ଥର ପାଇଁ ସେ ରାଇରଙ୍ଗପୁର ବିଧାନସଭାରୁ ଭାଜପା ଟିକେଟରୁ ନିର୍ବାଚନ ଜିତିଥିଲେ। ଏହାପରେ ୨୦୧୫ରୁ ୨୦୨୧ ଯାଏଁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ୨୦୨୨ରେ ରାଷ୍ଟ୍ରପତି ପଦବୀ ପାଇଁ ସେ ନିର୍ବାଚିତ ହୋଇଥିଲେ। ଖୁବ କମ ବୟସରେ ସେ ଦେଶର ସର୍ବୋଚ୍ଚ ପଦବୀର ଅଧିକାରୀ ହୋଇପାରିଥିଲେ। ଯେତେବେଳେ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଉଥିଲେ ସେତେବେଳେ ପ୍ରତିଟି ଓଡ଼ିଆଙ୍କ ଛାତି ଗର୍ବରେ ଫୁଲିଉଠିଥିଲା। କାରଣ ପ୍ରଥମ ଓଡ଼ିଆ ଭାବେ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିଲେ।