ବାର୍ଡ ଫ୍ଲୁରେ ଗଲା ପ୍ରଥମ ଜୀବନ, ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

The Sakala Picture
Published On

ନୂଆଦିଲ୍ଲୀ: ବାର୍ଡ ଫ୍ଲୁରେ ଗଲା ପ୍ରଥମ ଜୀବନ। ମେକ୍ସିକୋର ଜଣେ ବ୍ୟକ୍ତିଙ୍କର ବାର୍ଡ ଫ୍ଲୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ । ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କର ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ଗତ ଏପ୍ରିଲରେ ମେକ୍ସିକୋ ସିଟିର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଉକ୍ତ ବ୍ୟକ୍ତି। ଜ୍ୱର, […]

ନୂଆଦିଲ୍ଲୀ: ବାର୍ଡ ଫ୍ଲୁରେ ଗଲା ପ୍ରଥମ ଜୀବନ। ମେକ୍ସିକୋର ଜଣେ ବ୍ୟକ୍ତିଙ୍କର ବାର୍ଡ ଫ୍ଲୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ।

ଆହୁରି ପଢ଼ନ୍ତୁ: କେରଳ, ତାମିଲନାଡୁ ଏବଂ ଲାକ୍ଷାଦ୍ୱୀପ ପାଇଁ INCOIS ର ସତର୍କ ସୂଚନା: ମାଡ଼ି ଆସୁଛି ଭୟଙ୍କର ସମୁଦ୍ର ଢେଉ 'ସ୍ୱେଲ ସର୍ଜ'

ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କର ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ଗତ ଏପ୍ରିଲରେ ମେକ୍ସିକୋ ସିଟିର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଉକ୍ତ ବ୍ୟକ୍ତି। ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସହିତ ଝାଡ଼ା, ବାନ୍ତି ଏବଂ ସାଧାରଣ ଅସୁସ୍ଥତା ମଧ୍ୟ ଦେଖାଦେିଥିଲା। ଯାହାପରେ ପରିବାର ଲୋକେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସିତ ସମୟରେ ପରୀକ୍ଷଣ ଦ୍ବାରା ତାଙ୍କ ଶରୀରରେ ଅଭିଆନ ଇନଫ୍ଳୁଏଞ୍ଜା A(H5N2) ଭୂତାଣୁ ଚିହ୍ନଟ ହୋଇଥିଲା। ପୂର୍ବରୁ ଏପରି କୌଣସି ବ୍ୟକ୍ତିଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇ ନ ଥିବା ବେଳେ ଏହା ପ୍ରଥମ ମାମଲା ବୋଲି କହିଛି ସ୍ବାସ୍ଥ୍ୟ ସଂଗଠନ। ତେବେ ପୂର୍ବରୁ ମେକ୍ସିକୋର ଜଣେ ବ୍ୟକ୍ତିଙ୍କଠାରେ ପ୍ରଥମ H5 ଭୂତାଣୁ ରିପୋର୍ଟ ହୋଇଥିବା କହିଛି ସ୍ବାସ୍ଥ୍ୟ ସଂଗଠନ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ ଲଢ଼ୁଆ ବିମାନ F-35, 'ତରଙ୍ଗ ଶକ୍ତି ୨୦୨୬'ରେ ହେବ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର