ନିର୍ବାଚନର ଅନ୍ତିମ ପର୍ଯ୍ୟାୟ: ୫୭ ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ

The Sakala Picture
Published On

ନୂଆଦିଲ୍ଲୀ: ଗଣତନ୍ତ୍ରର ବଡ଼ ପର୍ବ ଶେଷ ହେବାକୁ ବସିଛି। ଆଜି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ (ସପ୍ତମ) ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟରମାନେ ମତଦାନ କରୁଛନ୍ତି। ଏଥିରେ ଉତ୍ତର ପ୍ରଦେଶର ୧୩ , ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗର ୯, କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ୧, ହିମାଚଳ ପ୍ରଦେଶର ୪, ଓଡ଼ିଶାର ୬, ଝାଡ଼ଖଣ୍ଡର ୩ ଲୋକସଭା ଆସନ ସାମିଲ […]

ନୂଆଦିଲ୍ଲୀ: ଗଣତନ୍ତ୍ରର ବଡ଼ ପର୍ବ ଶେଷ ହେବାକୁ ବସିଛି। ଆଜି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ (ସପ୍ତମ) ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟରମାନେ ମତଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଏଥିରେ ଉତ୍ତର ପ୍ରଦେଶର ୧୩ , ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗର ୯, କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ୧, ହିମାଚଳ ପ୍ରଦେଶର ୪, ଓଡ଼ିଶାର ୬, ଝାଡ଼ଖଣ୍ଡର ୩ ଲୋକସଭା ଆସନ ସାମିଲ ରହିଛି। ଏହି ୫୭ ଲୋକସଭା ଆସନରେ ପଞ୍ଜାବର ୩୨୮, ଉତ୍ତର ପ୍ରଦେଶର ୧୪୪, ବିହାରର ୧୩୪, ଓଡ଼ିଶାର ୬୬, ଝାଡ଼ଖଣ୍ଡର ୫୨, ହିମାଚଳ ପ୍ରଦେଶର ୩୭ ଓ ଚଣ୍ଡିଗଡ଼ର ୪- ଏହିଭଳି ମୋଟ ୯୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(ବାରାଣସୀ) ଏବଂ କଂଗ୍ରେସର ଅଜୟ ରାୟ, ମଣ୍ଡିରୁ କଙ୍ଗନା ରାଣାୱତ ଏବଂ କଂଗ୍ରେସର ବିକ୍ରମାଦିତ୍ୟ ସିଂହ, ଗୋରଖପୁରରୁ ରବି କିଷନ ଏବଂ କାଜଲ ନିଷାଦ (ସମାଜବାଦୀ ପାର୍ଟି), ହମିରପୁରରୁ ଅନୁରାଗ ଠାକୁର ଏବଂ ସତପାଲ ସିଂହ ରାଏଜାଦା(କଂଗ୍ରେସ), ଡାଏମଣ୍ଡ ହାର୍ବରରୁ ଟିଏମ୍‌ସିର ଅଭିଷେକ ବାନାର୍ଜୀ ଲଢୁଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର