ସ୍ଥଳଭାଗ ମୁହାଁ ବାତ୍ୟା ‘ରେମାଲ୍’, ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ ‘ରେମାଲ୍’
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହିତ ଆଜି ମଧ୍ୟରାତ୍ରୀ ସୁଦ୍ଧା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ କରି ଦିଆଯାଇଛି। ଏହି ଝଡ଼ର ନାମକରଣ ‘ରେମାଲ୍’ ରଖାଯାଇଥିଲା ବେଳେ ଏହା ସ୍ଥଳ ଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ବ୍ୟତୀତ ଉତ୍ତରପୂର୍ବାଞ୍ଚଳର କିଛି ରାଜ୍ୟ ପ୍ରଭାବିତ ହେବ ବୋଲି ଆଇଏମଡି କହିଛି। ରେମାଲ୍ ପ୍ରଭାବରେ […]
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହିତ ଆଜି ମଧ୍ୟରାତ୍ରୀ ସୁଦ୍ଧା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ କରି ଦିଆଯାଇଛି। ଏହି ଝଡ଼ର ନାମକରଣ ‘ରେମାଲ୍’ ରଖାଯାଇଥିଲା ବେଳେ ଏହା ସ୍ଥଳ ଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ବ୍ୟତୀତ ଉତ୍ତରପୂର୍ବାଞ୍ଚଳର କିଛି ରାଜ୍ୟ ପ୍ରଭାବିତ ହେବ ବୋଲି ଆଇଏମଡି କହିଛି। ରେମାଲ୍ ପ୍ରଭାବରେ ତ୍ରିପୁରା, ମଣିପୁର, ଆସାମ ଏବଂ ନାଗାଲାଣ୍ଡରେ ପ୍ରବଳ ବେଗରେ ପବନ ଏବଂ ବର୍ଷା ହେବ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ସତର୍କ କରି ଦେଇଛି। ୨୬ ଏବଂ ୨୭ ତାରିଖରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ସୂଚନା ଦିଆଯାଇଛି।
ରେମାଲ୍ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ତଳିଆ ଅଞ୍ଚଳରେ ୧.୫ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିବା ସହିତ ସଂପୃକ୍ତ ଅଞ୍ଚଳକୁ ଜଳମଗ୍ନ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଇ ଦିଆଯାଇଛି। ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣାରେ ଦୁଇ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଇଏମଡି ସୂଚନା ଅନୁଯାୟୀ ଚଳିତ ବର୍ଷ ମୌସୁମୀ ପୂର୍ବରୁ ବଙ୍ଗୋପସାଗରରେ ଏହା ହେଉଛି ପ୍ରଥମ ସାମୁଦ୍ରିକ ଝଡ଼।