ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସହ ପ୍ରବଳ ବର୍ଷା: ୪ ମୃତ, ୬୦ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

ମୁମ୍ବାଇ: ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଯେଉଁଥିରେ ମୁମ୍ବାଇବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୪  ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ, ଏହି ବର୍ଷାରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ […]

ମୁମ୍ବାଇ: ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଯେଉଁଥିରେ ମୁମ୍ବାଇବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୪  ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ଅନ୍ୟପଟେ, ଏହି ବର୍ଷାରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି । ସେପଟେ, ମେଟ୍ରୋର ଓଭରହେଡ ତାରରେ ପଡିଥିବା ବ୍ୟାନର ଯୋଗୁଁ ମୁମ୍ବାଇ ମେଟ୍ରୋ ଚଳାଚଳ ବ୍ୟାହତ ହୋଇଛି । ସେହିପରି ପାଣିପାଗ ବିଭାଗ ତରଫରୁ ପାଲଘର ଓ ଥାନେ ଜିଲ୍ଲା ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଉକ୍ତ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ ରୁ ୬୦ ବେଗରେ ପବନ ବୋହିବା ସହ ଘଡଘଡି ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

13 May 2024 By The Sakala

ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସହ ପ୍ରବଳ ବର୍ଷା: ୪ ମୃତ, ୬୦ରୁ ଉର୍ଦ୍ଧ୍ବ ଆହତ

ମୁମ୍ବାଇ: ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଯେଉଁଥିରେ ମୁମ୍ବାଇବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୪  ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ, ଏହି ବର୍ଷାରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି । ସେପଟେ, ମେଟ୍ରୋର ଓଭରହେଡ ତାରରେ ପଡିଥିବା ବ୍ୟାନର ଯୋଗୁଁ ମୁମ୍ବାଇ ମେଟ୍ରୋ ଚଳାଚଳ ବ୍ୟାହତ ହୋଇଛି । ସେହିପରି ପାଣିପାଗ ବିଭାଗ ତରଫରୁ ପାଲଘର ଓ ଥାନେ ଜିଲ୍ଲା ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଉକ୍ତ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ ରୁ ୬୦ ବେଗରେ ପବନ ବୋହିବା ସହ ଘଡଘଡି ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି ।

https://www.thesakala.in/national-international/4-killed-60-injured-in-mumbai-hoarding-collapse-as-dust-storm/article-32126
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର