ବଢ଼ିଲା ବ୍ରିଜଭୂଷଣ ସିଂଙ୍କ ଅଡୁଆ, ଯୌନଶୋଷଣ ମାଲାରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅଡୁଆ । ତାଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା । ବ୍ରିଜ ଭୂଷଣଙ୍କ ବିରୋଧରେ ୬ ମହିଳା କୁସ୍ତି ଖେଳାଳିଙ୍କ ଦ୍ୱାରା ଦାଖଲ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଚାର୍ଜଫ୍ରେମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ଏସିଏମ୍) ପ୍ରିୟଙ୍କା ରାଜପୁତ ଏହି ନିର୍ଦ୍ଦେଶ ଦେଇଛନ୍ତି। କୁସ୍ତି ମହାସଂଘର […]

ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅଡୁଆ । ତାଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା । ବ୍ରିଜ ଭୂଷଣଙ୍କ ବିରୋଧରେ ୬ ମହିଳା କୁସ୍ତି ଖେଳାଳିଙ୍କ ଦ୍ୱାରା ଦାଖଲ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଚାର୍ଜଫ୍ରେମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ଏସିଏମ୍) ପ୍ରିୟଙ୍କା ରାଜପୁତ ଏହି ନିର୍ଦ୍ଦେଶ ଦେଇଛନ୍ତି। କୁସ୍ତି ମହାସଂଘର ମୁଖ୍ୟ ଥିବା ସମୟରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ବ୍ରିଜଭୂଷଣଙ୍କ ନାଁରେ ଆସିଥିଲା ଅଭିଯୋଗ । ଏନେଇ ପୋଲିସ ବ୍ରିଜ୍ଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

କୋର୍ଟ କହିଛନ୍ତି ଯେ, ଆଇପିସି ଦଫା ୩୫୪ (ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର) ଏବଂ ୩୫୪-ଏ (ଯୌନ ନିର୍ଯାତନା) ଏବଂ ଧାରା ୫୦୬ (ଅପରାଧିକ ଧମକ) ଅନୁଯାୟୀ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ବ୍ରିଜ ଭୂଷଣଙ୍କ ବ୍ୟତୀତ କୋର୍ଟ କୁସ୍ତି ମହାସଂଘର ପୂର୍ବତନ ସହକାରୀ ସଚିବ ବିନୋଦ ତୋମାରଙ୍କ ବିରୋଧରେ ମଧ୍ୟ ଚାର୍ଜଫ୍ରେମ୍ କରିଛନ୍ତି। ତୋମାରଙ୍କ ବିରୋଧରେ ଆଇପିସି ଦଫା ୫୦୬ ଅଧୀନରେ ଚାର୍ଜ ଫ୍ରେମ କରାଯାଇଛି। ଚାର୍ଜଫ୍ରେମ୍ କରାଯିବା ଅର୍ଥ ଏହି ମାମଲାର ପ୍ରଥମ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହେବ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ସୂଚନାଯୋଗ୍ୟ, ଭାରତର ଅନେକ ପଦକ ବିଜେତା ମହିଳା କୁସ୍ତି ଖେଳାଳି ଯୌନ ନିର୍ଯାତନା ଅଭିଯୋଗ କରି ଦିଲ୍ଲୀର ଜନ୍ତର ମନ୍ତରରେ ବ୍ରିଜ ଭୂଷଣଙ୍କ ବିରୋଧରେ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର