ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ, ସୁପ୍ରିମକୋର୍ଟରୁ ଜୁନ ୧ ପର୍ଯ୍ୟନ୍ତ ମିଳିଛି ଜାମିନ

The Sakala Picture
Published On

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଛି ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ । ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୭ତାରିଖ ଶୁଣାଣୀ କରି କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ । କେଜ୍ରିୱାଲଙ୍କ ଓକିଲ ୪ ତାରିଖ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ […]

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଛି ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ । ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୭ତାରିଖ ଶୁଣାଣୀ କରି କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ । କେଜ୍ରିୱାଲଙ୍କ ଓକିଲ ୪ ତାରିଖ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ କୋର୍ଟ ସର୍ତ ସହ ୧ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମିଳିଛି ଜାମିନ୍ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଜେଲରୁ ବାହାରିବା ପରେ ଆପର ଶତାଧିକ କର୍ମୀ ଓ ନେତା କେଜ୍ରିୱାଲଙ୍କୁ ସ୍ବାଗତ କରିଥିଲେ। ଜେଲରୁ ବାହାରିବା ପରେ କେଜ୍ରିୱାଲ କହିଛନ୍ତି, “ମୁଁ କହିଥିଲି ମୁଁ ଶୀଘ୍ର ଆସିବି, ଆସିଗଲି। ସର୍ବପ୍ରଥମେ ମୁଁ ହନୁମାନଙ୍କ ଚରଣରେ ନତମସ୍ତକ ହେବାକୁ ଚାହୁଁଛି, ହନୁମାନଙ୍କ ଆଶୀର୍ବାଦରୁ ମୁଁ ଆଜି ଆପଣଙ୍କ ଗହଣରେ ଅଛି। ”

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

କେଜ୍ରିୱାଲ କହିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଦେଶର କୋଟି କୋଟି ଲୋକଙ୍କୁ ସେମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ | ମୁଁ ଆଜି ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

କେନ୍ଦ୍ରର ବିଜେପି ସରକାର ନାଁ ନନେଇ କେଜ୍ରିୱାଲ କହିଛନ୍ତି, “ଆମ ସମସ୍ତଙ୍କୁ ଏକାଠି ଏକଛତ୍ରବାଦୀ ଶାସନରୁ ଦେଶକୁ ମୁକ୍ତ କରିବାକୁ ପଡ଼ିବ। ଏଥିପାଇଁ ମୁଁ ତନ, ମନ ଓ ଧନ ସହିତ ଲଢୁଛି, ମୁଁ ଏକଛତ୍ରବାଦୀ ଶାସନ ବିରୋଧରେ ସଂଗ୍ରାମ କରୁଛି । ଦେଶର ୧୪୦ କୋଟି ଲୋକଙ୍କୁ ବି ଏକଛତ୍ରବାଦୀ ଶାସନ ବିରୋଧରେ ଲଢ଼ିବାକୁ ପଡ଼ିବ।”

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର