ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ, ସୁପ୍ରିମକୋର୍ଟରୁ ଜୁନ ୧ ପର୍ଯ୍ୟନ୍ତ ମିଳିଛି ଜାମିନ

The Sakala Picture
Published On

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଛି ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ । ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୭ତାରିଖ ଶୁଣାଣୀ କରି କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ । କେଜ୍ରିୱାଲଙ୍କ ଓକିଲ ୪ ତାରିଖ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ […]

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଛି ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ । ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୭ତାରିଖ ଶୁଣାଣୀ କରି କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ । କେଜ୍ରିୱାଲଙ୍କ ଓକିଲ ୪ ତାରିଖ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ କୋର୍ଟ ସର୍ତ ସହ ୧ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମିଳିଛି ଜାମିନ୍ ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଜେଲରୁ ବାହାରିବା ପରେ ଆପର ଶତାଧିକ କର୍ମୀ ଓ ନେତା କେଜ୍ରିୱାଲଙ୍କୁ ସ୍ବାଗତ କରିଥିଲେ। ଜେଲରୁ ବାହାରିବା ପରେ କେଜ୍ରିୱାଲ କହିଛନ୍ତି, “ମୁଁ କହିଥିଲି ମୁଁ ଶୀଘ୍ର ଆସିବି, ଆସିଗଲି। ସର୍ବପ୍ରଥମେ ମୁଁ ହନୁମାନଙ୍କ ଚରଣରେ ନତମସ୍ତକ ହେବାକୁ ଚାହୁଁଛି, ହନୁମାନଙ୍କ ଆଶୀର୍ବାଦରୁ ମୁଁ ଆଜି ଆପଣଙ୍କ ଗହଣରେ ଅଛି। ”

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

କେଜ୍ରିୱାଲ କହିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଦେଶର କୋଟି କୋଟି ଲୋକଙ୍କୁ ସେମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ | ମୁଁ ଆଜି ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

କେନ୍ଦ୍ରର ବିଜେପି ସରକାର ନାଁ ନନେଇ କେଜ୍ରିୱାଲ କହିଛନ୍ତି, “ଆମ ସମସ୍ତଙ୍କୁ ଏକାଠି ଏକଛତ୍ରବାଦୀ ଶାସନରୁ ଦେଶକୁ ମୁକ୍ତ କରିବାକୁ ପଡ଼ିବ। ଏଥିପାଇଁ ମୁଁ ତନ, ମନ ଓ ଧନ ସହିତ ଲଢୁଛି, ମୁଁ ଏକଛତ୍ରବାଦୀ ଶାସନ ବିରୋଧରେ ସଂଗ୍ରାମ କରୁଛି । ଦେଶର ୧୪୦ କୋଟି ଲୋକଙ୍କୁ ବି ଏକଛତ୍ରବାଦୀ ଶାସନ ବିରୋଧରେ ଲଢ଼ିବାକୁ ପଡ଼ିବ।”

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର