ଦିଲ୍ଲୀର ବିଭିନ୍ନ ସ୍କୁଲରେ ବୋମା ଆତଙ୍କ, ପୁଲିସର ଛାନଭିନ ଜାରି…

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ। ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଥିବା ଧମକ ମିଳିଛି। ବୋମା ଧମକ ପରେ ଦିଲ୍ଲୀ ଓ ନୋଏଡାର ୫୦ରୁ ଅଧିକ ସ୍କୁଲରେ ଆତଙ୍କ। ସନ୍ଦିଗ୍ଧ ବୋମା ଧମକ ନେଇ ଇମେଲରେ ଖବର ଆସିବା ପରେ ବିଭିନ୍ନ ସ୍କୁଲରେ ହୋଇଛି ଖାନତଲାସି। ଦିଲ୍ଲୀ ଓ ନୋଏଡାରେ ଜାରି ରହିଛି ସର୍ଚ୍ଚ ଅପରେସନ। ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇଛନ୍ତି । ସକାଳୁ ସକାଳୁ ସ୍କୁଲ […]

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ। ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଥିବା ଧମକ ମିଳିଛି। ବୋମା ଧମକ ପରେ ଦିଲ୍ଲୀ ଓ ନୋଏଡାର ୫୦ରୁ ଅଧିକ ସ୍କୁଲରେ ଆତଙ୍କ। ସନ୍ଦିଗ୍ଧ ବୋମା ଧମକ ନେଇ ଇମେଲରେ ଖବର ଆସିବା ପରେ ବିଭିନ୍ନ ସ୍କୁଲରେ ହୋଇଛି ଖାନତଲାସି। ଦିଲ୍ଲୀ ଓ ନୋଏଡାରେ ଜାରି ରହିଛି ସର୍ଚ୍ଚ ଅପରେସନ। ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇଛନ୍ତି । ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ ବୋମା ନିଷ୍କ୍ରିୟକାରୀ ଦଳ ଖୋଜିବାରେ ଲାଗି ପଡ଼ିଛନ୍ତି। ମାତ୍ର ବମ୍‌ର କୌଣସି ସନ୍ଧାନ ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଦିଲ୍ଲୀର ହାଇ ପ୍ରୋଫାଇଲ ସ୍କୁଲକୁ ଧମକ ଯିଆଯାଇଥିବା ସୂଚନା ମିଳିଛି। ଏଥିରେ ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲ ଭଳି ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ମେଲ ଆସିଛି। ଏହା ପରେ ପୁଲିସ ଏବଂ ସ୍କୁଲ କର୍ତ୍ତୁପକ୍ଷ ସତର୍କ ହୋଇଛନ୍ତି। ପିଲାମାନଙ୍କୁ ସତର୍କତା ଅବଲମ୍ବନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ଅଜଣା ସୂତ୍ରରୁ ଏହି ଇମେଲ ଆସିବା ପରେ ଆତଙ୍କ ଖେଳିଥିଲା। କ୍ଯାମ୍ପସ ଭିତରେ ବିସ୍ଫୋରଣ ରହିଛି ବୋଲି ଇମେଲରେ ସୂଚନା ଦିଆଯାଇଥିଲା। ମଦର ମ୍ଯାରି ସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ଏହି ସୂଚନା ଆସିବାରୁ ପରୀକ୍ଷା ବାତିଲ କରାଯାଇଛି। ଯେଉଁ ସ୍କୁଲରେ ଧମକ ଆସିଛି ସେଠାରେ ସ୍କୁଲ ଛୁଟି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍‌ ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର