ମଣିପୁରରେ ପୁଣି ହିଂସା: କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

The Sakala Picture
Published On

ମଣିପୁର: ମଣିପୁରରେ ଜାରି ରହିଥିବା ହିଂସା ଥମିବାର ନାଁ ନେଉନାହିଁ। ଲୋକସଭା ନିର୍ବାଚନର ଗୋଟିଏ ଦିନ ପରେ କୁକି ଉଗ୍ରବାଦୀମାନେ ନାରସେନା ଅଞ୍ଚଳରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍‌) ର ଦୁଇ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଏସମ୍ପର୍କରେ ମଣିପୁର ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, କୁକି ଉଗ୍ରବାଦୀମାନେ ରାତି ୧୨ଟା ୩୦ମି.ରୁ ଭୋର୍ ୨ଟା ୧୫ମି. ଯାଏଁ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ […]

ମଣିପୁର: ମଣିପୁରରେ ଜାରି ରହିଥିବା ହିଂସା ଥମିବାର ନାଁ ନେଉନାହିଁ। ଲୋକସଭା ନିର୍ବାଚନର ଗୋଟିଏ ଦିନ ପରେ କୁକି ଉଗ୍ରବାଦୀମାନେ ନାରସେନା ଅଞ୍ଚଳରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍‌) ର ଦୁଇ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଏସମ୍ପର୍କରେ ମଣିପୁର ପୋଲିସ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସୂଚନା ଅନୁଯାୟୀ, କୁକି ଉଗ୍ରବାଦୀମାନେ ରାତି ୧୨ଟା ୩୦ମି.ରୁ ଭୋର୍ ୨ଟା ୧୫ମି. ଯାଏଁ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନ ବିଷ୍ଣୁପୁର ଜିଲ୍ଲାର ନାରସେନା ଅଞ୍ଚଳରେ ନିୟୋଜିତ ଉଜଚୠ ର ୧୨୮ ବାଟାଲିୟନର ସଦସ୍ୟ ଥିଲେ। ଅପରପକ୍ଷେ ଏହି ଆକ୍ରମଣରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ପାହାଡ ଶୀର୍ଷରୁ ଉଗ୍ରବାଦୀ ମାନେ ଆକ୍ରମଣ କରୁଥିବା ବେଳେ କ୍ୟାମ୍ପ ଉପରେ ବୋମା ମାଡ଼ ମଧ୍ୟ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଛନ୍ତି ଯବାନ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଗତ ବର୍ଷ ମେ ୩ ରେ ମଣିପୁରରେ ହିଂସା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୁରକ୍ଷା ବାହିନୀ ସହିତ ଜଡିତ ଲୋକମାନେ ମଧ୍ୟ ହିଂସାର ଶିକାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର