ଚମକୁଛି ଭାରତୀୟ ବଜାର, ସେନ୍‌ସେକ୍ସ ବନାମ୍ ସୁୁନା….

The Sakala Picture
Published On

ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ ବଜାରରେ ଉତ୍ସାହ ଧାରା ଜାରି ରହିଛି। ଘରୋଇ ଇକ୍ବିଟି ବଜାର ସାରା ବିଶ୍ବରେ ବର୍ତ୍ତମାନ ତାର ଦବ୍‌ଦବା ଜାରି ରଖିଛି। ଏଥିରେ ପଛରେ ପଡିଛି ସୁନା ବଜାର। ଉଭୟରୁ ନିବେଶକ କମାଉଛନ୍ତି ଭରପୂର ଲାଭ। ତେବେ ୨୦୨୪ରେ ସୁନା ଅପେକ୍ଷା ଘରୋଇ ସେୟାର ବଜାର ଅର୍ଥାତ୍‌ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି। ଯଦି ଆମେ ବିଗତ ୨୦ ବର୍ଷର ତଥ୍ୟକୁ ବିଚାରକୁ ନେବା ତାହେଲେ ଜଣାପଡିବ ଯେ, […]

ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ ବଜାରରେ ଉତ୍ସାହ ଧାରା ଜାରି ରହିଛି। ଘରୋଇ ଇକ୍ବିଟି ବଜାର ସାରା ବିଶ୍ବରେ ବର୍ତ୍ତମାନ ତାର ଦବ୍‌ଦବା ଜାରି ରଖିଛି। ଏଥିରେ ପଛରେ ପଡିଛି ସୁନା ବଜାର। ଉଭୟରୁ ନିବେଶକ କମାଉଛନ୍ତି ଭରପୂର ଲାଭ। ତେବେ ୨୦୨୪ରେ ସୁନା ଅପେକ୍ଷା ଘରୋଇ ସେୟାର ବଜାର ଅର୍ଥାତ୍‌ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି। ଯଦି ଆମେ ବିଗତ ୨୦ ବର୍ଷର ତଥ୍ୟକୁ ବିଚାରକୁ ନେବା ତାହେଲେ ଜଣାପଡିବ ଯେ, ଏହି ସମୟ ମଧ୍ୟରେ ସୁନା ମୂଲ୍ୟରେ ୧୧୫୦% ଏବଂ ସେନ୍‌ସେକ୍ସ ୧୨୫୦% ବୃଦ୍ଧି ଘଟିଛି। ବର୍ତ୍ତମାନ ଘରୋଇ ବଜାରରେ ଉଭୟ ସେନ୍‌ସେକ୍ସ ଏବଂ ସୁନା ମୂଲ୍ୟରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୭୩,୪୦୦ ଟଙ୍କାରେ ପହଞ୍ଚିଥିବାବେଳେ ସେନ୍‌ସେକ୍ସ ୭୫,୦୩୮ ପଏଣ୍ଟ ସ୍ତର ଛୁଇଁଛି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଭାରତୀୟ ସେୟାର ବଜାରର ଦୁଇଟି ଯାକ ଇଣ୍ଡେକ୍ସ ସେନ୍‌ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ଆର୍ଥିକବର୍ଷ ୨୦୨୩-୨୪ରେ ସୁନା ଅପେକ୍ଷା ନିବେଶକଙ୍କୁ ବେଶ ଭଲ ରିଟର୍ଣ୍ଣ ଦେଇଛି। ଦେଶର ଆର୍ଥକି ସ୍ଥିତି ବେଶ ମଜଭୁତ ରହିଥିବା ଯୋଗୁ ଗତ ଆର୍ଥିକବର୍ଷରେ ବଜାରକୁ ବହୁତ ବିଦେଶୀ ନିବେଶ ଆସିଥିଲା। ଉଭୟ ବିଦେଶୀ ଏବଂ ଘରୋଇ ନିବେଶକମାନେ ବଜାରରେ କ୍ରମାଗତ ଭାବେ କିଣାବିକା ଜାରି ରଖିବା ଫଳରେ ସେନ୍‌ସେକ୍ସ ଆର୍ଥିକବର୍ଷ ୨୦୨୩-୨୪ରେ ସର୍ବକାଳନ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ୨୦୨୩-୨୪ରେ ସେନ୍‌ସେକ୍ସ ନିବେଶକଙ୍କୁ ଯଥାକ୍ରମେ ୨୨% ଏବଂ ୨୯% ରିଟର୍ଣ୍ଣ ଦେଇଥିଲା। ତେବେ ଏହି ସମୟରେ ଏମ୍‌ସିଏକ୍ସ ଗୋଲ୍ଡ ଏବଂ ଇଣ୍ଟରନ୍ୟାସନାଲ ଗୋଲ୍ଡ ଯଥାକ୍ରମେ ୧୨.୫ ପ୍ରତିଶତ ଏବଂ ୧୩.୨ ପ୍ରତିଶତ ରିଟର୍ଣ୍ଣ ଦେଇଛି। ୨୦୨୩-୨୪ ଆର୍ଥିକବର୍ଷରେ ସେନ୍‌ସେକ୍ସ ନିବେଶକଙ୍କୁ ପାଖାପାଖି ଦୁଇ ଗୁଣ ଅଧିକ ରିଟର୍ଣ୍ଣ ଦେଇଛି। ଅପରପକ୍ଷେ କ୍ରମାଗତ ଭାବେ ୭ମ ବର୍ଷ ପାଇଁ ଏମ୍‌ସିଏକ୍ସ ଗୋଲ୍ଡ ଏହାର ନିବେଶକଙ୍କୁ ସକାରାତ୍ମକ ଲାଭ ଦେଇଛି। ସେହିପରି ଇଣ୍ଟରନ୍ୟାସନାଲ ଗୋଲ୍ଡ ମଧ୍ୟ ନିବେଶକାରୀଙ୍କୁ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ସକାରାତ୍ମକ ରିଟର୍ଣ୍ଣ ପ୍ରଦାନ କରିଛି। ଏ ସମ୍ପର୍କରେ ୱେଲ୍‌ଥ ମିଲ୍ସ ସିକ୍ୟୁରିଟିଜ୍‌ର ଇକ୍ବିଟି ଷ୍ଟ୍ରୋଟେଜୀର ନିର୍ଦ୍ଦେଶକ କ୍ରାନ୍ତି ବୈଥିନୀ କହିଛନ୍ତି ଯେ, ଭାରତର ମଜଭୂତ ଆର୍ଥିକ ଅଭିବୃଦ୍ଧି ଏବଂ ଆର୍ଥିକ ଉତ୍ପାଦରେ ବଢ଼ୁଥିବା ରୁଚି କାରଣରୁ ବର୍ତ୍ତମାନ ସୁନା ଇକ୍ବିଟିଠାରୁ ପଛରେ ପଡିଯାଇଛି। ଶେୟାର ବଜାରରେ ବୃଦ୍ଧି କାରଣରୁ ନିବେଶକମାନେ ସୁନା ଏବଂ ରିଅଲ ଇଷ୍ଟେଟ୍‌ ଭଳି ଫିଜିକାଲ ସମ୍ପତ୍ତି ସ୍ଥାନରେ ସେୟାର ଭଳି ଆର୍ଥିକ ସମ୍ପତ୍ତିରେ ନିବେଶ ପ୍ରତି ଆଗ୍ରହ ଦେଖାଉଛନ୍ତି। ସୁନା ତୁଳନାରେ ସେୟାର ବଜାରରେ ନିବେଶ ଅଧିକ ବିପଦପୂର୍ଣ୍ଣ। ତଥାପି ଷ୍ଟକ୍‌ କାରବାରୁ ମିଳୁଥିବା ଅତ୍ୟଧିକ ରିଟର୍ଣ୍ଣ ନିବେଶକଙ୍କୁ ଅଧିକ ମାତ୍ରାରେ ନିବେଶ କରିବାକୁ ପ୍ରୋତ୍ସାହିତ କରୁଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

12 Apr 2024 By The Sakala

ଚମକୁଛି ଭାରତୀୟ ବଜାର, ସେନ୍‌ସେକ୍ସ ବନାମ୍ ସୁୁନା….

ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ ବଜାରରେ ଉତ୍ସାହ ଧାରା ଜାରି ରହିଛି। ଘରୋଇ ଇକ୍ବିଟି ବଜାର ସାରା ବିଶ୍ବରେ ବର୍ତ୍ତମାନ ତାର ଦବ୍‌ଦବା ଜାରି ରଖିଛି। ଏଥିରେ ପଛରେ ପଡିଛି ସୁନା ବଜାର। ଉଭୟରୁ ନିବେଶକ କମାଉଛନ୍ତି ଭରପୂର ଲାଭ। ତେବେ ୨୦୨୪ରେ ସୁନା ଅପେକ୍ଷା ଘରୋଇ ସେୟାର ବଜାର ଅର୍ଥାତ୍‌ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି। ଯଦି ଆମେ ବିଗତ ୨୦ ବର୍ଷର ତଥ୍ୟକୁ ବିଚାରକୁ ନେବା ତାହେଲେ ଜଣାପଡିବ ଯେ, ଏହି ସମୟ ମଧ୍ୟରେ ସୁନା ମୂଲ୍ୟରେ ୧୧୫୦% ଏବଂ ସେନ୍‌ସେକ୍ସ ୧୨୫୦% ବୃଦ୍ଧି ଘଟିଛି। ବର୍ତ୍ତମାନ ଘରୋଇ ବଜାରରେ ଉଭୟ ସେନ୍‌ସେକ୍ସ ଏବଂ ସୁନା ମୂଲ୍ୟରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୭୩,୪୦୦ ଟଙ୍କାରେ ପହଞ୍ଚିଥିବାବେଳେ ସେନ୍‌ସେକ୍ସ ୭୫,୦୩୮ ପଏଣ୍ଟ ସ୍ତର ଛୁଇଁଛି।

ଭାରତୀୟ ସେୟାର ବଜାରର ଦୁଇଟି ଯାକ ଇଣ୍ଡେକ୍ସ ସେନ୍‌ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ଆର୍ଥିକବର୍ଷ ୨୦୨୩-୨୪ରେ ସୁନା ଅପେକ୍ଷା ନିବେଶକଙ୍କୁ ବେଶ ଭଲ ରିଟର୍ଣ୍ଣ ଦେଇଛି। ଦେଶର ଆର୍ଥକି ସ୍ଥିତି ବେଶ ମଜଭୁତ ରହିଥିବା ଯୋଗୁ ଗତ ଆର୍ଥିକବର୍ଷରେ ବଜାରକୁ ବହୁତ ବିଦେଶୀ ନିବେଶ ଆସିଥିଲା। ଉଭୟ ବିଦେଶୀ ଏବଂ ଘରୋଇ ନିବେଶକମାନେ ବଜାରରେ କ୍ରମାଗତ ଭାବେ କିଣାବିକା ଜାରି ରଖିବା ଫଳରେ ସେନ୍‌ସେକ୍ସ ଆର୍ଥିକବର୍ଷ ୨୦୨୩-୨୪ରେ ସର୍ବକାଳନ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ୨୦୨୩-୨୪ରେ ସେନ୍‌ସେକ୍ସ ନିବେଶକଙ୍କୁ ଯଥାକ୍ରମେ ୨୨% ଏବଂ ୨୯% ରିଟର୍ଣ୍ଣ ଦେଇଥିଲା। ତେବେ ଏହି ସମୟରେ ଏମ୍‌ସିଏକ୍ସ ଗୋଲ୍ଡ ଏବଂ ଇଣ୍ଟରନ୍ୟାସନାଲ ଗୋଲ୍ଡ ଯଥାକ୍ରମେ ୧୨.୫ ପ୍ରତିଶତ ଏବଂ ୧୩.୨ ପ୍ରତିଶତ ରିଟର୍ଣ୍ଣ ଦେଇଛି। ୨୦୨୩-୨୪ ଆର୍ଥିକବର୍ଷରେ ସେନ୍‌ସେକ୍ସ ନିବେଶକଙ୍କୁ ପାଖାପାଖି ଦୁଇ ଗୁଣ ଅଧିକ ରିଟର୍ଣ୍ଣ ଦେଇଛି। ଅପରପକ୍ଷେ କ୍ରମାଗତ ଭାବେ ୭ମ ବର୍ଷ ପାଇଁ ଏମ୍‌ସିଏକ୍ସ ଗୋଲ୍ଡ ଏହାର ନିବେଶକଙ୍କୁ ସକାରାତ୍ମକ ଲାଭ ଦେଇଛି। ସେହିପରି ଇଣ୍ଟରନ୍ୟାସନାଲ ଗୋଲ୍ଡ ମଧ୍ୟ ନିବେଶକାରୀଙ୍କୁ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ସକାରାତ୍ମକ ରିଟର୍ଣ୍ଣ ପ୍ରଦାନ କରିଛି। ଏ ସମ୍ପର୍କରେ ୱେଲ୍‌ଥ ମିଲ୍ସ ସିକ୍ୟୁରିଟିଜ୍‌ର ଇକ୍ବିଟି ଷ୍ଟ୍ରୋଟେଜୀର ନିର୍ଦ୍ଦେଶକ କ୍ରାନ୍ତି ବୈଥିନୀ କହିଛନ୍ତି ଯେ, ଭାରତର ମଜଭୂତ ଆର୍ଥିକ ଅଭିବୃଦ୍ଧି ଏବଂ ଆର୍ଥିକ ଉତ୍ପାଦରେ ବଢ଼ୁଥିବା ରୁଚି କାରଣରୁ ବର୍ତ୍ତମାନ ସୁନା ଇକ୍ବିଟିଠାରୁ ପଛରେ ପଡିଯାଇଛି। ଶେୟାର ବଜାରରେ ବୃଦ୍ଧି କାରଣରୁ ନିବେଶକମାନେ ସୁନା ଏବଂ ରିଅଲ ଇଷ୍ଟେଟ୍‌ ଭଳି ଫିଜିକାଲ ସମ୍ପତ୍ତି ସ୍ଥାନରେ ସେୟାର ଭଳି ଆର୍ଥିକ ସମ୍ପତ୍ତିରେ ନିବେଶ ପ୍ରତି ଆଗ୍ରହ ଦେଖାଉଛନ୍ତି। ସୁନା ତୁଳନାରେ ସେୟାର ବଜାରରେ ନିବେଶ ଅଧିକ ବିପଦପୂର୍ଣ୍ଣ। ତଥାପି ଷ୍ଟକ୍‌ କାରବାରୁ ମିଳୁଥିବା ଅତ୍ୟଧିକ ରିଟର୍ଣ୍ଣ ନିବେଶକଙ୍କୁ ଅଧିକ ମାତ୍ରାରେ ନିବେଶ କରିବାକୁ ପ୍ରୋତ୍ସାହିତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର