ମନୋରଞ୍ଜନ
ଓଡ଼ିଶା
ଇସ୍ରୋକୁ ବଡ଼ ସଫଳତା: ‘ପୁଷ୍ପକ’ ବିମାନର ହେଲା ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ସୋସିଆଲ ମିଡ଼ିଆ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ । ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ। ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ଏହା ଏକ […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ସୋସିଆଲ ମିଡ଼ିଆ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ ।
ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ
ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ। ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ଏହା ଏକ ବଡ ପଦକ୍ଷେପ।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ
ଇସ୍ରୋ କହିଛି ଯେ, ଆରଏଲଭି LEX-02 ଅବତରଣ ପରୀକ୍ଷଣ ମାଧ୍ୟମରେ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ (ଆରଏଲଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହି ଟେଷ୍ଟ କର୍ନାଟକର ଚିତ୍ରଦୁର୍ଗସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ସକାଳ ୭.୧୦ରେ କରାଯାଇଥିଲା। ୱିଙ୍ଗେଡ ପୁଷ୍ପକ (ଆରଏଲଭି-ଟିଡି) ଲଞ୍ଚ ହେବା ପରେ ସଠିକତା ସହିତ ରନୱେରେ ସଫଳତାର ସହ ଅବତରଣ କଲା।






