ଭାଇ ବାବୁନ ବାନାର୍ଜୀଙ୍କ ସହ ସମ୍ପର୍କ ତୁଟାଇଲେ ମମତା ବାନାର୍ଜୀ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ମମତା କହିଛନ୍ତି ଯେ, ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ। ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି। ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ […]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ମମତା କହିଛନ୍ତି ଯେ, ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ। ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି। ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ ଅସ୍ୱୀକାର କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ମମତାଙ୍କ ଏପରି ନିଷ୍ପତ୍ତି ପୂର୍ବରୁ ବାବୁନ ବାନାର୍ଜୀ ଟିଏମସିକୁ କଡ଼ା ସମାଲୋଚନା କରିଥିଲେ। ପ୍ରସୂନ ବାନାର୍ଜୀ ବର୍ତ୍ତମାନ ହାୱଡାର ସାଂସଦ ଥିବା ବେଳେ ତାଙ୍କୁ ଟିଏମସି ପୁଣି ୨୦୨୪ ନିର୍ବାଚନ ପାଇଁ ଟିକେଟ ଦେଇଛି। ଏହାକୁ ନେଇ ବାବୁନ ଟିଏମସି ଉପରେ ଖପ୍ପା ହୋଇଛନ୍ତି। ସେ କହିଛନ୍ତି ଯେ ହାୱଡ଼ା ଜିଲ୍ଲା ଲୋକସଭା ଆସନରୁ ପ୍ରାର୍ଥୀ ଚୟନରେ ମୁଁ ଖୁସି ନୁହେଁ। ପ୍ରସୂନ ବାନାର୍ଜୀ ସଠିକ୍ ପସନ୍ଦ ନୁହଁନ୍ତି। ସେଠାରେ ଅନେକ ଦକ୍ଷ ପ୍ରାର୍ଥୀ ଥିଲେ ଯାହାକୁ ଅଣଦେଖା କରାଯାଇଛି। ଦରକାର ପଡିଲେ ମୁଁ TMC ଦଳ ପ୍ରାର୍ଥୀ ବିପକ୍ଷରେ ସ୍ଵାଧୀନ ହୋଇ ଲଢ଼ିବି ବୋଲି ବାବୁନ ବାନାର୍ଜୀ କହିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର