ଲକଡାଉନକୁ ନେଇ କର୍ମହରାର କରୁଣ ଚିତ୍ର : ବାପାଙ୍କ ଶବ ସହ ୨ ଦିନ କାଟିଲେ ଦୁଇ ଶିଶୁ

The Sakala Picture
Published On

ଲକ୍ଷ୍ନୌ : କରୋନା ମହାମାରୀର ଶିକାର ହୋଇ ଅନେକ ଜୀବନ ନିର୍ବାପିତ ହୋଇଯାଇଥିଲା ବେଳେ ଲକଡାଉନ ଯୋଗୁଁ କର୍ମ ହାରିବାକୁ ନେଇ ମଧ୍ୟ ଅନେକ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ସ୍ଥିତିକୁ ନେଇ ଘଟିଥିବା ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡନଜସୃଷ୍ଟି କରିଛି। ବାପାର ମୃତ୍ୟୁ ପରେ ଶବ ନିକଟରେ ତାଙ୍କର ଦୁଇ ପିଲା ଦୁଇ ଦିନ କାଟିବା ଏବଂ ଦୁଇ ଦିନ ପରେ ଭୋକ ସମ୍ଭାଳିନପାରି ପଡୋଶୀଙ୍କୁ ଖାଇବାକୁ ମାଗିବା […]

ଲକ୍ଷ୍ନୌ : କରୋନା ମହାମାରୀର ଶିକାର ହୋଇ ଅନେକ ଜୀବନ ନିର୍ବାପିତ ହୋଇଯାଇଥିଲା ବେଳେ ଲକଡାଉନ ଯୋଗୁଁ କର୍ମ ହାରିବାକୁ ନେଇ ମଧ୍ୟ ଅନେକ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ସ୍ଥିତିକୁ ନେଇ ଘଟିଥିବା ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡନଜସୃଷ୍ଟି କରିଛି। ବାପାର ମୃତ୍ୟୁ ପରେ ଶବ ନିକଟରେ ତାଙ୍କର ଦୁଇ ପିଲା ଦୁଇ ଦିନ କାଟିବା ଏବଂ ଦୁଇ ଦିନ ପରେ ଭୋକ ସମ୍ଭାଳିନପାରି ପଡୋଶୀଙ୍କୁ ଖାଇବାକୁ ମାଗିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବା ବିଷୟ ଅନେକଙ୍କୁ ମର୍ମାହତ କରିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ମିଳିଥିବା ସୂଚନା ଅନୁଯାୟୀ ବରେଲା ଜିଲ୍ଲାର ମନୋଜ ଦୟାଲ ନୋଏଡାରେ କାର୍ଯ୍ୟ କରୁଥିଲା ବେଳ ଲକଡାଉନ ଯୋଗୁ ସେ ଘରେ ରହି ଅଧା ଦରମାରେ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀଙ୍କ ସହ ମତାନ୍ତର ହେବା ପରେ ପତ୍ନୀ ଦୁଇ ପିଲାଙ୍କୁ ଛାଡି ନିଜ ବାପା ଘରକୁ ପଳାଇଥିଲେ । ମନୋଜ ପରବର୍ତ୍ତୀ ସମୟରେ ଘରେ ଆତ୍ମହତ୍ୟା କରିଥିଲେ। ଏକଥା ତାଙ୍କର ଦୁଇ ଛୋଟ ପିଲା ବୁଝି ପାରିନଥିଲେ । ବାପା ଝୁଲନ୍ତା ଅବସ୍ଥାରେ ଥିଲେ ମଧ୍ୟ ସେମାନେ ସେହି ଘରେ ରହିଥିଲେ ଏବଂ ବାପାଙ୍କୁ ବାରମ୍ବାର କଥା କହିବାକୁ ଡାକୁଥିଲେ । ଏଭଳି ଅବସ୍ଥାରେ ଦୁଇ ଦିନ ବିତି ଯାଇଥିଲା ବେଳେ ଶେଷରେ ଭୋକ ଲାଗିବାରୁ ସେମାନେ ପଡୋଶୀଙ୍କ ଘରକୁ ଖାଇବା ମାଗିବାକୁ ଯାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର