ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ବସ୍, ଅନେକଙ୍କ ମୃତ୍ୟୁ ଆଶଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିପୁରରେ ଅଭାବନୀୟ ଘଟଣା ଘଟିଛି। ୧୧ ହଜାର କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ବସରେ ବରଯାତ୍ରୀ ଥିଲେ। ମଉର କୋପାରୁ ବରଯାତ୍ରୀ ନେଇ ବସ୍‌ଟି ମରଦହର ମହାହର ଧାମ ଯାଉଥିଲା। ଏହି ସମୟରେ ୧୧ […]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିପୁରରେ ଅଭାବନୀୟ ଘଟଣା ଘଟିଛି। ୧୧ ହଜାର କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ସୂଚନା ଅନୁଯାୟୀ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ବସରେ ବରଯାତ୍ରୀ ଥିଲେ। ମଉର କୋପାରୁ ବରଯାତ୍ରୀ ନେଇ ବସ୍‌ଟି ମରଦହର ମହାହର ଧାମ ଯାଉଥିଲା। ଏହି ସମୟରେ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରାସ୍ତା ମଝିରେ ହିଁ ଜଳି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ମଧ୍ୟ ସାହାସ ଜୁଟାଇ ପାରିନଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର