ବିଶ୍ବର ସବୁଠୁ ଲମ୍ବା ବାଇ ଲେନ୍ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଉଦଘାଟନ ହେଲା ବିଶ୍ୱର ସବୁଠୁ ଲମ୍ବା ଟନେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ ‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି। ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି। ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି। ଏହା ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ। ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ […]

ନୂଆଦିଲ୍ଲୀ: ଉଦଘାଟନ ହେଲା ବିଶ୍ୱର ସବୁଠୁ ଲମ୍ବା ଟନେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ ‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି। ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି। ଏହା ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ। ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ ହେବ। ଏହି ଟନେଲ ଅରୁଣାଚଳ ପ୍ରଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବୁଷ୍ଟର ଭଳି କାମ ଦେବ। ଏଥିସହ ଭାରତୀୟ ସେନା ପାଇଁ ମଧ୍ୟ ଏହି ଟନେଲ ବେଶ ସହାୟକ ହେବ। ପ୍ରତିଦିନ ୩ ହଜାର କାର୍‌, ୨ ହଜାର ଟ୍ରକ ବିନା କୌଣସି ଟ୍ରାଫିକ ସମସ୍ୟାରେ ଟନେଲରେ ଯିବା ଆସିବା କରିପାରିବେ। ଏଥିପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟନେଲ ଭିତରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ଗାଡ଼ି ଯିବା ଆସିବା କରିପାରିବ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର