କରୋନା ପଜିଟିଭ୍ ହେଲା ଗୁଜରାଟର ସାବରମତୀ ନଦୀ

The Sakala Picture
Published On

ଗୁଜରାଟ : ଗାନ୍ଧିନଗର ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ । ନଦୀ ଜଳ ସାମ୍ପୁଲରୁ ମିଳିଲା କରୋନା ଭୂତାଣୁ । ଧୀରେ ଧୀରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଏକ ଚିନ୍ତାଜନକ ରିପୋର୍ଟ । ଗୁଜରାଟର ସାବରମତୀ ନଦୀ ଜଳରୁ ମିଳିଛି କରୋନା ଭୂତାଣୁ । ଗୁଜରାଟର ଅହମ୍ମଦାବାଦ ଦେଇ ପ୍ରବାହିତ ସାବରମତୀ ନଦୀର ସମସ୍ତ ସାମ୍ପୁଲ କରୋନା ପଜିଟିଭ୍ ଆସିଛି । ସାବରମତୀ ନଦୀ ସମେତ ଦୁଇଟି […]

ଗୁଜରାଟ : ଗାନ୍ଧିନଗର ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ । ନଦୀ ଜଳ ସାମ୍ପୁଲରୁ ମିଳିଲା କରୋନା ଭୂତାଣୁ । ଧୀରେ ଧୀରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଏକ ଚିନ୍ତାଜନକ ରିପୋର୍ଟ । ଗୁଜରାଟର ସାବରମତୀ ନଦୀ ଜଳରୁ ମିଳିଛି କରୋନା ଭୂତାଣୁ । ଗୁଜରାଟର ଅହମ୍ମଦାବାଦ ଦେଇ ପ୍ରବାହିତ ସାବରମତୀ ନଦୀର ସମସ୍ତ ସାମ୍ପୁଲ କରୋନା ପଜିଟିଭ୍ ଆସିଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସାବରମତୀ ନଦୀ ସମେତ ଦୁଇଟି ବିରାଟ ପୋଖରୀ କାଙ୍କରିଆ ଓ ଚନ୍ଦୋଲା ପାଣି ସାମ୍ପୁଲରେ ମଧ୍ୟ କରୋନା ଭୂତାଣୁ ଥିବା ରିପୋର୍ଟ ଆସିଛି । ପୂର୍ବରୁ ଗଙ୍ଗାନଦୀର ବିଭିନ୍ନ ସିଓ୍ବେଜରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା । ହେଲେ ଏବେ ପ୍ରାକୃତିକ ଜଳଉତ୍ସରେ କରୋନା ଭୂତାଣୁ ମିଳିବା ପରେ ଚିନ୍ତା ବଢ଼ିଯାଇଛି । ଆଇଆଇଟି ଗାନ୍ଧିନଗର ପକ୍ଷରୁ ସାବରମତୀ ନଦୀ ଜଳ ସାମ୍ପୁଲ ନିଆଯାଇଥିଲା । ପରୀକ୍ଷା କରାଯିବା ପରେ ଏଥିରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି ବୋଲି ପ୍ରଫେସର ମନିଷ କୁମାର କହିଛନ୍ତି । ଅନୁସନ୍ଧାନ ବେଳେ ୨୫ ପ୍ରତିଶତ ଜଳ ନମୁନାରେ କରୋନା ଭାଇରସର ଉପସ୍ଥିତି ଚିହ୍ନଟ ହୋଇଛି, ଯାହା ଅତ୍ୟନ୍ତ ବିପଜ୍ଜନକ ବୋଲି ମଧ୍ୟ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଏହି ଅନୁସନ୍ଧାନ ସମ୍ପର୍କରେ ଆଇଆଇଟି ଗାନ୍ଧିନଗରର ପୃଥିବୀ ଏବଂ ବିଜ୍ଞାନ ବିଭାଗର ପ୍ରଫେସର ମନୀଷ କୁମାର କହିଛନ୍ତି ଯେ, ଏହି ଜଳ ନମୁନାଗୁଡିକ ନଦୀରୁ ୩ ସେପ୍ଟେମ୍ବରରୁ ଡିସେମ୍ବର ୨୯, ୨୦୨୦ ପର୍ଯ୍ୟନ୍ତ ନିଆଯାଉଥିଲା। ନମୁନା ନେବା ପରେ ଏହାର ଯାଞ୍ଚ କରାଯାଇଥିଲା ଏବଂ ଏଥିରୁ କରୋନା ଭାଇରସ ମିଳିଛି । ମନୀଷ କୁମାରଙ୍କ ଅନୁଯାୟୀ ସାବରମତି ନଦୀରୁ ୬୯୪ଟି ନମୁନା, କାଙ୍କାରିଆ ପୋଖରୀରୁ ୫୪୯ଟି ଏବଂ ଚାନ୍ଦୋଲା ପୋଖରୀରୁ ୪୦୨ଟି ନମୁନା ପରୀକ୍ଷା କରାଯାଇଥିଲା । ଏହି ନମୁନାଗୁଡ଼ିକରୁ ହିଁ କରୋନା ଭାଇରସ ଚିହ୍ନଟ ହୋଇଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର