କ୍ରସ ଭୋଟିଂ ପରେ ହିମାଚଳ ପ୍ରଦେଶ ରାଜନୀତିରେ ହଲଚଲ୍‌, ଫ୍ଲୋରଟେଷ୍ଟ ପାଇଁ ବିରୋଧୀ ବିଧାୟକ ଦାବି

The Sakala Picture
Published On

ନୂଆଦିଲ୍ଲୀ: ଘୋଡା ବେପାର କରିବାରେ ବିଜେପି ମାହିର ଥିବା ପୂର୍ବରୁ ବହୁ ନଜିର ରହିଛି। ମହାରଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ବିଧାୟକଙ୍କୁ କିଣି ପ୍‌ରଚଳିତ ଥିବା ସରକାର ଭାଙ୍ଗିବାରେ ବିଜେପିର ପୁରୁଣା ରେକର୍ଡ ରହିଛି। ପୁଣି ସେହି ଘୋଡା ବେପାର ଫର୍ମୁଲା ହିମାଚଳ ପ୍ରଦେଶରେ ଆପଣେଇବାକୁ ବସିଛି ବିଜେପି। ଯାହାକୁ ନେଇ ହିମାଚଳ ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ବଡ ହଲଚଲ୍‌। ସେପଟେ ବିଧାନସଭାରେ ବଜେଟ ସେସନ ଚାଲିଥିବା ବେଳେ ବିରୋଧୀ ବିଜେପି ବିଧାୟକଙ୍କ […]

ନୂଆଦିଲ୍ଲୀ: ଘୋଡା ବେପାର କରିବାରେ ବିଜେପି ମାହିର ଥିବା ପୂର୍ବରୁ ବହୁ ନଜିର ରହିଛି। ମହାରଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ବିଧାୟକଙ୍କୁ କିଣି ପ୍‌ରଚଳିତ ଥିବା ସରକାର ଭାଙ୍ଗିବାରେ ବିଜେପିର ପୁରୁଣା ରେକର୍ଡ ରହିଛି। ପୁଣି ସେହି ଘୋଡା ବେପାର ଫର୍ମୁଲା ହିମାଚଳ ପ୍ରଦେଶରେ ଆପଣେଇବାକୁ ବସିଛି ବିଜେପି। ଯାହାକୁ ନେଇ ହିମାଚଳ ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ବଡ ହଲଚଲ୍‌।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ସେପଟେ ବିଧାନସଭାରେ ବଜେଟ ସେସନ ଚାଲିଥିବା ବେଳେ ବିରୋଧୀ ବିଜେପି ବିଧାୟକଙ୍କ ହଟ୍ଟଗୋଳ ପାଇଁ ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ସହ ୧୪ ବିଜେପି ବିଧାୟକଙ୍କୁ ବିଧାନସଭାରୁ ସସପେଣ୍ଡ କରିଛନ୍ତି ବାଚସ୍ପତି କୁଲଦୀପ ସିଂ ପଠାନିଆ। ବିଧାନସଭାରୁ ସସପେଣ୍ଡ ହେବାପରେ ରାଜ୍ୟପାଳଙ୍କୁ ଭେଟି ଫ୍ଲୋରଟେଷ୍ଟ ପାଇଁ ଦାବି କରିଛନ୍ତି ବିରୋଧୀ ବିଧାୟକ। କ୍ରସ ଭୋଟିଂରେ ରାଜ୍ୟସଭା ନିର୍ବାଚନରେ ବିଜୟୀ ପରେ ହିମାଚଳ ପ୍ରଦେଶ ବିଜେପିରେ ସଂଖ୍ୟା ଗରିଷ୍ଠତା ଥିବା ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟରାମ ଠାକୁର।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସେ କହିଛନ୍ତି ଯେ, ଆମ ବିଧାୟକଙ୍କ ସଂଖ୍ୟା ୨୫ କିନ୍ତୁ କ୍ରସ ଭୋଟି ପରେ ଏହା ୩୪ ହୋଇଯାଇଛି। ଖୁବଶୀଘ୍ର ସରକାର ପରିବର୍ତ୍ତନ ହେବା ନେଇ ଜୟରାମ ଦାବି କରିଛନ୍ତି। ହିମାଚଳପ୍ରଦେଶ ବିଧାନସଭାର ସଂଖ୍ୟା ଗଣିତକୁ ଯଦି ନଜର ପକାଇବା ତେବେ କଂଗ୍ରେସ ସରକାର ଭାଙ୍ଗିବାର ଆଶଙ୍କା ଦେଖାଦେଉଛି। ୬୮ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ ପାଇଁ ଆବଶ୍ୟକ ୩୫ ସିଟ୍‌। କଂଗ୍ରେସ ଦଖଲରେ ୪୦ ଆସିନ ଥିଲେ ସୁଧା ୬ କ୍ରସ ଭୋଟିଂକୁ ବାଦ୍‌ ଦେଲେ ଏହା ୩୪କୁ ଖସି ଆସିବ। ଆଉ ବିଜେପି ପାଖରେ ୨୫ ବିଧାୟକ ଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି। ଏହି ଦଷ୍ଟିରୁ ହିମାଚଳ ପ୍ରଦେଶରେ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି ହୋଇପାରେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସେପଟେ ରାଜନୈତିକ ଡ୍ରାମା ଭିତରେ ୫ବର୍ଷ ସରକାର ପୂରଣ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ। ଆଉ ରାଜ୍ୟରେ ରାଜନୈତିକ ସମୀକରଣକୁ ବାଲାନ୍ସ କରିବା ପାଇଁ ବରିଷ୍ଟ କଂଗ୍ରେସ ନେତା ଭୂପେନ୍ଦ୍ର ସିଂ ହୁଡ୍ଡା ଏବଂ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ। ଏହାରି ଭିତରେ ହିମାଚଳ ପ୍ରଦେଶ ରାଜନୀତି କେଉଁ ମୋଡ ନେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର