ସୋସିଆଲ ମିଡିଆରେ ଭାଇରାଲ ହେଉଛି ତପସ୍ୟାରେ ମଗ୍ନ ଯୋଗୀଙ୍କ ଭିଡିଓ, ଚୁଟି ଦାଢ଼ିରେ ଜମିଗଲାଣି ବରଫ…

The Sakala Picture
Published On

ହିମାଚଳପ୍ରଦେଶ: ଭଗବାନଙ୍କୁ ପାଇବା ପାଇଁ ଯୋଗୀ ଓ ଋଷିମାନେ ତପସ୍ୟା କରୁଥିବାର ଅନେକ ଚିତ୍ର ଦେଖିଛେ। ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଜଣେ ଯୋଗୀ ତପସ୍ୟାରେ ଏପରି ମଗ୍ନ ହୋଇଛନ୍ତି। ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଥିବା ଦେଖିବାକୁ ମିଳିଛି। ହିମାଳୟ ପର୍ବତ ଉପରେ ଜଣେ ଯୋଗୀ ତପସ୍ୟା କରୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଅନେକ ସୋସିଆ ମିଡିଆ […]

ହିମାଚଳପ୍ରଦେଶ: ଭଗବାନଙ୍କୁ ପାଇବା ପାଇଁ ଯୋଗୀ ଓ ଋଷିମାନେ ତପସ୍ୟା କରୁଥିବାର ଅନେକ ଚିତ୍ର ଦେଖିଛେ। ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଜଣେ ଯୋଗୀ ତପସ୍ୟାରେ ଏପରି ମଗ୍ନ ହୋଇଛନ୍ତି। ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଥିବା ଦେଖିବାକୁ ମିଳିଛି। ହିମାଳୟ ପର୍ବତ ଉପରେ ଜଣେ ଯୋଗୀ ତପସ୍ୟା କରୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଅନେକ ସୋସିଆ ମିଡିଆ ୟୁଜର୍ ଏହି ଭିଡିଓକୁ ଏଆଇ ପ୍ରସ୍ତୁତ ଭିଡିଓ ବୋଲି କହୁଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ହିମାଚଳ ପ୍ରଦେଶର କୁଲୁରେ ଥିବା ଏକ ଆଧ୍ୟାତ୍ମିକ ସଂଗଠନ କୌଳାନ୍ତକ ପୀଠ ଏହି କ୍ଲିପ୍‌ରେ ଯୋଗୀଙ୍କୁ ସତ୍ୟେନ୍ଦ୍ର ନାଥ ବୋଲି ଚିହ୍ନଟ କରିଥିଲେ। ଏହା ଏକ ନକଲି ଭିଡିଓ ନୁହେଁ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଏହା ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ସିରାଜ ଉପତ୍ୟକାର ବୋଲି ଜଣାପଡିଛି। ସେହି ଯୋଗୀଙ୍କ ନାଁ ସତ୍ୟେନ୍ଦ୍ର ନାଥ । ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା। ଯୋଗ ଏବଂ ଭକ୍ତି ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଠରୁ ଅଧିକ ଦେଶରେ ଈଶପୁତ୍ରଙ୍କ ସାଧକ ଅଛନ୍ତି। ଜଣେ ସାଧାରଣ ବ୍ୟକ୍ତି ତୁଷାରପାତ ମଧ୍ୟରେ ଯୋଗ ଅଭ୍ୟାସ କରିପାରିବ ନାହିଁ। ଏଥିପାଇଁ କଠୋର ସାଧନା ଲୋଡା। ଈଶପୁତ୍ର ହେବା ପାଇଁ ବହୁ ପ୍ରତିକୂଳ ପାଗରେ ମଧ୍ୟ ତପସ୍ୟା କରିବାକୁ ପଡିଥାଏ। ବର୍ତ୍ତମାନ ଈଶପୁତ୍ର ସତ୍ୟେନ୍ଦ୍ର ନାଥଙ୍କ ଯୋଗ ଅଭ୍ୟାସ ସମୟର ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓ ଚଳିତ ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଶିଷ୍ୟ ରାହୁଲଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା।

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର