ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୧ ମୃତ, ୭୦ରୁ ଉର୍ଦ୍ଧ୍ବ ଆହତ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଅଘଟଣ। ବାଣ କାରଖାନାରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ଆଗରୁ ହୁତୁହୁତୁ ହୋଇ ଜଳିଉଠିଲା କାରଖାନା। ବାଣ କାରଖାନାରେ ନିଆଁ ଲାଗିଥିବା ଯୋଗୁ ଏଯାବତ୍ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ରୁ ଉର୍ଦ୍ଧ୍ବ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଥରେ କି ଦୁଇ ଥର ନୁହେଁ ରହି ରହି ବାରମ୍ବାର […]
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଅଘଟଣ। ବାଣ କାରଖାନାରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ଆଗରୁ ହୁତୁହୁତୁ ହୋଇ ଜଳିଉଠିଲା କାରଖାନା। ବାଣ କାରଖାନାରେ ନିଆଁ ଲାଗିଥିବା ଯୋଗୁ ଏଯାବତ୍ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ରୁ ଉର୍ଦ୍ଧ୍ବ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଥରେ କି ଦୁଇ ଥର ନୁହେଁ ରହି ରହି ବାରମ୍ବାର ହେଉଛି ବିସ୍ଫୋରଣ। ଆଉ ବାଣର ଶବ୍ଦରେ ଥରିଉଠିଛି ସମଗ୍ର ସହର। ଆଖପାଖ ଅଂଚଳରେ ପ୍ରାୟ ୬୦ଟି ଘରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ଏସ୍ଡିଆରଏଫ, ଏନ୍ଡିଆରଏଫ୍ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବା କାର୍ଯ୍ୟ ଜାରି ରହିଛି। ସେପଟେ ଏହି ଘଟଣା ପରେ ସମଗ୍ର ଅଂଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ଏବେ ବି ଏହି ଫ୍ୟାକ୍ଟ୍ରି ଭିତରେ ଅନେକ ଲୋକ ଫସିରହିଥିବା କୁହାଯାଉଛି। ଏହି ଘଟଣା ପରେ ମୃତକଙ୍କ ପରିବାରକୁ ୨ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ହଜାର ଟଙ୍କା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆହତଙ୍କୁ ମାଗଣା ଚିକିତ୍ସା ଦେବା ସହ ମୃତକଙ୍କ ପରିବାର ପାଇଁ ୪ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।
କୁହାଯାଉଛି ଯେ, ଏହି ବାଣ ଫ୍ୟାକ୍ଟ୍ରିଟି ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲିଥିଲା। ପ୍ରାଥମିକ ସୂଚନାନୁଯାୟୀ କାରଖାନାରେ ୩୦୦ରୁ ଊଦ୍ଧ୍ୱର୍ ଲୋକ କାମ କରୁଥିଲେ। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବୈଠକ ଡାକିଥିବାବେଳେ ଭୋପାଲ ଏମ୍ସ , ଜେପି ହସ୍ପିଟାଲ ଏବଂ ଇନ୍ଦୋରରେ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳରେ ସରକାରୀ ଅଧିକାରୀମାନେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି।