ଅନଲକ୍ ବିହାର: ସଂଧ୍ୟା ୬ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ମିଳିଲା ଅନୁମତି

The Sakala Picture
Published On

ପାଟନା: ଧୀରେ ଧୀରେ ତଳମୁହାଁ ହେଉଛି ମହାମାରୀ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିହାରରେ କୋହଳ ହେବାକୁ ଯାଉଛି କୋଭିଡ କଟକଣା । କରୋନା ସଂକ୍ରମଣ ହ୍ରାସକୁ ନଜରରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନକୁ କୋହଳ କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସେଠାରେ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅପରାହ୍ନ ୫ ଟା […]

ପାଟନା: ଧୀରେ ଧୀରେ ତଳମୁହାଁ ହେଉଛି ମହାମାରୀ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିହାରରେ କୋହଳ ହେବାକୁ ଯାଉଛି କୋଭିଡ କଟକଣା । କରୋନା ସଂକ୍ରମଣ ହ୍ରାସକୁ ନଜରରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନକୁ କୋହଳ କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସେଠାରେ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲିବାକୁ ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିବନ୍ଧକଗୁଡିକ କୋହଳ କରିବାକୁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଜୁନ୍ ୧୬ରୁ ଜୁନ୍ ୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକଗୁଡିକ କୋହଳ କରିବାର ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟ୍ କରି କହିଛନ୍ତି, ‘କରୋନା ସଂକ୍ରମଣର ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏହି ଆଧାରରେ ପରବର୍ତ୍ତୀ ସପ୍ତାହେ ଯଥା ୧୬ ଜୁନ୍ ୨୦୨୧ରୁ ୨୨ ଜୁନ୍ ୨୦୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକକୁ କୋହଳ କରାଯାଇଛି । ବର୍ତ୍ତମାନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ, ଏହାସହ ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏବଂ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଲାଗୁ ରହିବ ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ସୂଚନା ଅନୁସାରେ, ଅନଲକ୍ ୧ ଘୋଷଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ରାଜଧାନୀ ପାଟନାର ପରିସ୍ଥିତିକୁ ସମୀକ୍ଷା କରିଥିଲେ । କେବଳ ଏତିକି ନୁହେଁ, ବରଂ ସମ୍ପୃକ୍ତ ଅଧିକାରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ବିହାରରେ ଯେଉଁଠାରେ କରୋନା ମାମଲାରେ ହ୍ରାସ ହୋଇଛି, ସେଠାରେ ଗୋଟିଏ ଦିନର ବ୍ୟବଧାନରେ ଦୋକାନ ଖୋଲୁଛି । ଯଦିଓ ବଜାର ଖୋଲିବା ପାଇଁ ସରକାର ପୂର୍ବରୁ ସକାଳ ୬ ଟାରୁ ୫ ଟା ପର୍ଯ୍ୟନ୍ତ ସମୟ ସ୍ଥିର କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ସନ୍ଧ୍ୟା ୬ ଟାକୁ ବୃଦ୍ଧି କରାଯାଇଛି। ତେବେ, ଏପ୍ରିଲ୍ ୫ରୁ ବନ୍ଦ ଥିବା ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର