ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ମିଳିବ ଭାରତରତ୍ନ ସମ୍ମାନ

The Sakala Picture
Published On

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତୋର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଆସନ୍ତାକାଲି ଅର୍ଥାତ ୨୪ ଜାନୁଆରୀରେ କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ମରଣୋତ୍ତୋର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି । […]

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତୋର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଆସନ୍ତାକାଲି ଅର୍ଥାତ ୨୪ ଜାନୁଆରୀରେ କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ମରଣୋତ୍ତୋର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ କର୍ପୂରୀ ଠାକୁର। ବିହାରରେ ଜନ ନାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ କର୍ପୂରୀ ଠାକୁର। ଜଣେ ସ୍ବାଧିନତା ସଂଗ୍ରାମୀ, ଶିକ୍ଷକ, ରାଜନେତା ଏବଂ ବିହାର ରାଜ୍ୟର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଓ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ କର୍ପୂରୀ। ତାଙ୍କର ଲୋକପ୍ରିୟତା ହେତୁ ତାଙ୍କୁ ଜନତାଙ୍କ ହିରୋ କୁହାଯାଉଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

କର୍ପୂରୀ ଠାକୁର ବିହାରର ଜଣେ ଲୋକପ୍ରିୟ ତଥା ସଚ୍ଚୋଟ ନେତା ଥିଲେ। ସେ ଗରିବ ଏବଂ ପଛୁଆବର୍ଗଙ୍କ ଉନ୍ନତି ପାଇଁ ସର୍ବଦା ପ୍ରସ୍ତୁତ ଥିଲେ। ଭାରତ ଛାଡ ଆନ୍ଦୋଳନରେ କର୍ପୁରୀ ଠାକୁର ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏହି ଆନ୍ଦୋଳନ ସମୟରେ ତାଙ୍କୁ ୨୬ ମାସ ଜେଲରେ ରହିବାକୁ ପଡିଥିଲା। ଜେଲରୁ ମୁକୁଳିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

କର୍ପୂରୀ ଠାକୁରଙ୍କ ରାଜନୈତିକ ଯାତ୍ରା 

କର୍ପୂରୀ ଠାକୁର କଂଗ୍ରେସ ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୫୨ରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ୧୯୬୭ ମସିହାରେ ସେ ବିହାରର ଶିକ୍ଷା ମନ୍ତ୍ରୀ ହୋଇଥିଲେ। ୧୯୭୦ ରେ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିହାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ହୋଇଥିଲା, ସେଥି ମଧ୍ୟରୁ ଗୋଟିଏ ହେଉଛି ଗରିବ ଏବଂ ପଛୁଆ ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା। ୧୯୭୭ ମସିହାରେ ସେ ପୁନର୍ବାର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ମଧ୍ୟ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଥିଲେ, ସେଥିମଧ୍ୟରୁ ବିହାରରେ ଖାଦ୍ୟ ଶସ୍ୟ ରାସନ ବ୍ୟବସ୍ଥା ଲାଗୁ କରାଯାଇଥିଲା। ୧୭ ଫେବୃଆରୀ ୧୯୮୮ ରେ ପାଟନାରେ କର୍ପୂରୀ ଠାକୁରଙ୍କ ଦେହାନ୍ତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର