ମାର୍ଚ୍ଚ ୧୫ ସୁଦ୍ଧା ନିଜ ମାଟିରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଲା ମାଳଦ୍ୱୀପ

The Sakala Picture
Published On

ନୂଆଦିଲ୍ଲୀ : ମାଳଦ୍ୱୀପ ଓ ଭାରତ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେପଟେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ ନେଇ କହିଥିଲେ କି ଆମକୁ ଗାଳି ଦେବାର ଅଧିକାର କାହାର ନାହିଁ। ଗତ କିଛି ବର୍ଷ ହେବ […]

ନୂଆଦିଲ୍ଲୀ : ମାଳଦ୍ୱୀପ ଓ ଭାରତ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେପଟେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ ନେଇ କହିଥିଲେ କି ଆମକୁ ଗାଳି ଦେବାର ଅଧିକାର କାହାର ନାହିଁ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଗତ କିଛି ବର୍ଷ ହେବ ମାଳଦ୍ଵୀପରେ ଭାରତୀୟ ସେନାର ଏକ ଛୋଟ କମ୍ପାନୀ ମୁତୟନ ଅଛନ୍ତି। ମାଳଦ୍ଵୀପ ସରକାରଙ୍କ ଅନୁରୋଧ କ୍ରମେ ଭାରତ ସରକାର ନିଜର ସୈନ୍ୟ ସେଠାରେ ମୁତୟନ କରିଥିଲେ। ସାମୁଦ୍ରିକ ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ ସାହାଯ୍ୟ ପାଇଁ ଭାରତୀୟ ସେନା ମାଳଦ୍ଵୀପରେ ମୁତୟନ ହୋଇଥିଲା। ଗତବର୍ଷ ନଭେମ୍ବର ମାସରେ ମାଳଦ୍ଵୀପ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କ ଦେଶ ଆଶା କରୁଛି ଭାରତ ଲୋକମାନଙ୍କର ଲୋକତାନ୍ତ୍ରିକ ଇଛାକୁ ସମ୍ମାନ ଜଣାଇବ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ମଇଜୁ ଶନିବାର ଚାଇନାରୁ ପାଞ୍ଚ ଦିବସୀୟ ଯାତ୍ରା ସାରି ଫେରିଛନ୍ତି। ବିଦେଶରୁ ଫେରିବା ମାତ୍ରେ ସେ କହିଥିଲେ କି ‘ଆମ ଦେଶ ଛୋଟ ହୋଇପାରେ, କିନ୍ତୁ ଆମକୁ ଗାଳି କରିବାର ଅଧିକାର କାହା ପାଖରେ ନାହିଁ।’ ତେବେ ସେ ସିଧାସଳଖ କାହାର ନାଁ ନେଇ ନଥିଲେ କିନ୍ତୁ କୁହାଯାଉଛି ଯେ, ଭାରତ ଆଡକୁ ଇଙ୍ଗିତ କରି ସେ ଏହା କହିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର