ବିଶ୍ବର ସବୁଠୁ ବଡ଼ ପରିବାର : ସଦସ୍ୟଙ୍କ ସଂଖ୍ୟା ୧୬୭

The Sakala Picture
Published On

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ବର ସବୁଠୁ ବଡ଼ ପରିବାର ଭାରତରେ ବସବାସ କରନ୍ତି। ମିଜୋରମ୍‌ର ରାଜଧାନୀ ଆଇଜଲ ନିକଟରେ ବକ୍‌ୱାଙ୍ଗ ଗ୍ରାମରେ ରହୁଥିବା ଏହି ପରିବାରର ମୋଟ ସଦସ୍ୟଙ୍କ ସଂଖ୍ୟା ୧୬୭ ଅଟେ । ସମସ୍ତ ସଦସ୍ୟ ଗୋଟିଏ ବିଲଡିଂରେ ରୁହନ୍ତି । ଘରର ମୁଖିଆ ଜିୟୋନା ଚାନାଙ୍କର ୩୯ ଜଣ ପତ୍ନୀ ଅଛନ୍ତି । ଚାନା ୯୪ଟି ସନ୍ତାନର ପିତା ହୋଇଥିବା ବେଳେ ତାଙ୍କର ୩୩ ଜଣ ନାତି ଓ ନାତୁଣି ଅଛନ୍ତି। […]

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ବର ସବୁଠୁ ବଡ଼ ପରିବାର ଭାରତରେ ବସବାସ କରନ୍ତି। ମିଜୋରମ୍‌ର ରାଜଧାନୀ ଆଇଜଲ ନିକଟରେ ବକ୍‌ୱାଙ୍ଗ ଗ୍ରାମରେ ରହୁଥିବା ଏହି ପରିବାରର ମୋଟ ସଦସ୍ୟଙ୍କ ସଂଖ୍ୟା ୧୬୭ ଅଟେ । ସମସ୍ତ ସଦସ୍ୟ ଗୋଟିଏ ବିଲଡିଂରେ ରୁହନ୍ତି । ଘରର ମୁଖିଆ ଜିୟୋନା ଚାନାଙ୍କର ୩୯ ଜଣ ପତ୍ନୀ ଅଛନ୍ତି । ଚାନା ୯୪ଟି ସନ୍ତାନର ପିତା ହୋଇଥିବା ବେଳେ ତାଙ୍କର ୩୩ ଜଣ ନାତି ଓ ନାତୁଣି ଅଛନ୍ତି। ଘରର ସମସ୍ତ ସଦସ୍ୟଙ୍କ ପାଇଁ ଗୋଟିଏ ରୋଷେଇ ଘରେ ହିଁ ଖାଦ୍ୟ ପ୍ରସ୍ତୁତ କରାଯାଏ |

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଗୋଟିଏ ଡାଇନିଂ ରୁମରେ ହିଁ ସମସ୍ତେ ଖାଦ୍ୟ ଖାଆନ୍ତି | ୫୦ଟି ଟେବୁଲ୍ ଉପରେ ଖାଦ୍ୟ ପରଷା ଯାଏ | ଛୋଟ ପିଲାମାନେ ଭୂମି ଚଟାଣ ଉପରେ ବସି ଖାଦ୍ୟ ଖାଆନ୍ତି I ରାତ୍ରୀ ଭୋଜନ ସମୟ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଯାଏ | ପରିବାରର ସମସ୍ତ ସଦସ୍ୟ ମିଳିମିଶି ଚଳନ୍ତି ଏବଂ ପରସ୍ପର ମଧ୍ୟରେ ସ୍ନେହଶ୍ରଦ୍ଧା ମଧ୍ୟ ଦେଖିବାକୁ ମିଳିଥାଏ । ଜିୟୋନାଙ୍କ ପତ୍ନୀମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ଏବଂ ଝିଅମାନେ ଘରର ଅନ୍ୟକାମ କରିଥାନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଘରର ସଫା-ସୁତୁରା କାର୍ଯ୍ୟ ବୋହୂମାନେ କରିଥାନ୍ତି। ଜିୟୋନାଙ୍କ ପରିବାର ଏକ ଚାରି ମହଲା ଘରେ ରୁହନ୍ତି, ଯେଉଁଥରେ ୧୦୦ ରୁ ଅଧିକ ରୁମ୍ ଅଛି । ଗୋଟିଏ ଦିନରେ ଏହି ପରିବାରରେ ୪୫ କେଜି ଚାଉଳ, ୨୫ କେଜି ଡାଲି, ୨୦ କେଜି ଫଳ, ୩୦ରୁ ୪୦ଟି କୁକୁଡ଼ା, ୫୦ଟି ଅଣ୍ଡା ରୋଷେଇ କରାଯାଏ । ଏହି ପରିବାରର ନାମ ଗିନିଜ୍ ବ୍ଲକ୍ ଅଫ ୱାର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର