ପୁଣିଥରେ ଚିନ୍ତା ବଢାଇଲାଣି କରୋନା : ୨୪ ଘଣ୍ଟାରେ ୧୨୦ ମୃତ, ୧୬,୫୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

The Sakala Picture
Published On

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା ଭାଇରସ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୧୬ ହଜାର ପାର କରିଛି। ସେହିପରି ୨୪ ଘଣ୍ଟାରେ ପୁଣିଥରେ ୧୦୦ରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ପ୍ରାଣ ହରାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୬,୫୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ […]

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା ଭାଇରସ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୧୬ ହଜାର ପାର କରିଛି। ସେହିପରି ୨୪ ଘଣ୍ଟାରେ ପୁଣିଥରେ ୧୦୦ରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ପ୍ରାଣ ହରାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୬,୫୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୬୩,୪୯୧ରେ ପହଞ୍ଚି ଯାଇଛି। ସେହିପରି ଗତକାଲି ୧୨,୧୭୯ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୦୭,୫୦,୬୮୦ ଛୁଇଁଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ଆଉ ୧୨୦ ଜଣ ଲୋକଙ୍କ ଜୀବନ ଯାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୬,୮୨୫ରେ ପହଞ୍ଚି ଯାଇଛି। ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୧,୫୫,୯୮୬ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ସମୁଦାୟ ୧,୩୪,୭୨,୬୪୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଫେବ୍ରୁଆରି ୨୫ ସୁଦ୍ଧା ସମୁଦାୟ ୨୧,୪୬,୬୧,୪୬୫ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୮,୩୧,୮୦୭ଟି ନମୁନା।

ସେପ୍ଟେମ୍ବର ମାସରୁ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା। ହେଲେ ଫେବୃଆରୀ ମାସ ଆରମ୍ଭରୁ ଏହା ପୁଣି ଉପର ମୁହାଁ ହୋଇଛି। ବିଶେଷ କରି ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

26 Feb 2021 By The Sakala

ପୁଣିଥରେ ଚିନ୍ତା ବଢାଇଲାଣି କରୋନା : ୨୪ ଘଣ୍ଟାରେ ୧୨୦ ମୃତ, ୧୬,୫୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା ଭାଇରସ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୧୬ ହଜାର ପାର କରିଛି। ସେହିପରି ୨୪ ଘଣ୍ଟାରେ ପୁଣିଥରେ ୧୦୦ରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ପ୍ରାଣ ହରାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୬,୫୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୬୩,୪୯୧ରେ ପହଞ୍ଚି ଯାଇଛି। ସେହିପରି ଗତକାଲି ୧୨,୧୭୯ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୦୭,୫୦,୬୮୦ ଛୁଇଁଛି।

ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ଆଉ ୧୨୦ ଜଣ ଲୋକଙ୍କ ଜୀବନ ଯାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୬,୮୨୫ରେ ପହଞ୍ଚି ଯାଇଛି। ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୧,୫୫,୯୮୬ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ସମୁଦାୟ ୧,୩୪,୭୨,୬୪୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଫେବ୍ରୁଆରି ୨୫ ସୁଦ୍ଧା ସମୁଦାୟ ୨୧,୪୬,୬୧,୪୬୫ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୮,୩୧,୮୦୭ଟି ନମୁନା।

ସେପ୍ଟେମ୍ବର ମାସରୁ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା। ହେଲେ ଫେବୃଆରୀ ମାସ ଆରମ୍ଭରୁ ଏହା ପୁଣି ଉପର ମୁହାଁ ହୋଇଛି। ବିଶେଷ କରି ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

https://www.thesakala.in/national-international/india-corona-16577-new-covid19-case-and-120-deaths-in-the-last-24-hours/article-285
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର