ଚୀନରେ ବଡ଼ଧରଣର ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୨, ଶତାଧିକ ଲୋକଙ୍କ ମୃତ୍ୟୁ

The Sakala Picture
Published On

ବେଜିଂ: ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି ।ଏହାର ପ୍ରଭାବରେ ଅନେକ ବଡ ବଡ କୋଠା ଧରାଶାୟୀ ହୋଇ ଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଗାଂସୁ ଏବଂ କିଂଘଇ ପ୍ରାନ୍ତରେ ୬.୨ […]

ବେଜିଂ: ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି ।ଏହାର ପ୍ରଭାବରେ ଅନେକ ବଡ ବଡ କୋଠା ଧରାଶାୟୀ ହୋଇ ଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ମିଡିଆ ରିପୋର୍ଟ ଅନୁଯାୟୀ, ଗାଂସୁ ଏବଂ କିଂଘଇ ପ୍ରାନ୍ତରେ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଲାଣି । ଶତାଧିକ ଲୋକ ଆହତ ହୋଇଛନ୍ତି । ଏହି ଅଞ୍ଚଳରେ ଉଦ୍ଧାର କାମ ଜୋରଦାର ଚାଲିଛି । ତେବେ ଅନ୍ଧାର ଯୋଗୁ ଉଦ୍ଧାର କାମରେ ସମସ୍ୟା ହେଉଥିଲା । ଆଜି ସକାଳୁ ସ୍ପଷ୍ଟ ଚିତ୍ର ଆସିବ ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ପ୍ରାଥମିକ ରିପୋର୍ଟ ଅନୁସାରେ, କାଉଣ୍ଟି, ଡିୟାଓଜୀ ଏବଂ କିଘଂଇ ପ୍ରାନ୍ତରେ ଅନେକ ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ଯାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର