ଆଦିତ୍ୟ ଏଲ୍‌-୧ର ସଫଳତା: ଆସିଲା ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌-ଡିସ୍କ ଫଟୋ

The Sakala Picture
Published On

ବେଙ୍ଗାଲୁରୁ: ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’ ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌-ଡିସ୍କ ଫଟୋଇ ଉଠାଇଛି। ଶୁକ୍ରବାର ସନ୍ଧ୍ୟାରେ ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି। ଏଲ୍‌-୧ର ପେଲୋଡରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଓଲେଟ ଇମେଜିଂ ଟେଲିସ୍କୋପ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ ୱେବଲେନ୍ଥ ନିକଟରୁ ଏହି ଫଟୋ ଉତ୍ତୋଳନ କରିଛି। ୨୦୦ରୁ-୪୦୦ ନାନୋ ୱେବଲେନ୍ଥରୁ ଏହି ନିଆଯାଇଛି। ଏହାକୁ କଏଦ କରିବା ପାଇଁ ପେଲୋଡ ୧୧ ଫିଲ୍‌ଟର ବ୍ୟବହାର କରିଛି। ଏହି ଫଟୋରେ ସନ୍‌ ସ୍ପଟ, ବ୍ଲାକ ସ୍ପଟ୍‌, […]

ବେଙ୍ଗାଲୁରୁ: ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’ ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌-ଡିସ୍କ ଫଟୋଇ ଉଠାଇଛି। ଶୁକ୍ରବାର ସନ୍ଧ୍ୟାରେ ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି। ଏଲ୍‌-୧ର ପେଲୋଡରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଓଲେଟ ଇମେଜିଂ ଟେଲିସ୍କୋପ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ ୱେବଲେନ୍ଥ ନିକଟରୁ ଏହି ଫଟୋ ଉତ୍ତୋଳନ କରିଛି। ୨୦୦ରୁ-୪୦୦ ନାନୋ ୱେବଲେନ୍ଥରୁ ଏହି ନିଆଯାଇଛି। ଏହାକୁ କଏଦ କରିବା ପାଇଁ ପେଲୋଡ ୧୧ ଫିଲ୍‌ଟର ବ୍ୟବହାର କରିଛି। ଏହି ଫଟୋରେ ସନ୍‌ ସ୍ପଟ, ବ୍ଲାକ ସ୍ପଟ୍‌, ସୂର୍ଯ୍ୟଙ୍କ ଶାନ୍ତ କ୍ଷେତ୍ରର ଦୃଶ୍ୟ ଦେଖିବାକୁ ମିଳୁଛି। ଫଟୋରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର ଏବଂ କ୍ରୋମୋସ୍ଫିୟରର ବିବରଣୀ ଦେଖାଯାଉଛି। ଏହି ଫଟୋ ବୈଜ୍ଞାନିକ ଅଧ୍ୟୟନ ପାଇଁ ସହାୟକ ହେବ। ସୂର୍ଯ୍ୟଙ୍କ ପରିବେଶ ସମ୍ପର୍କରେ ସୂଚନା ମିଳିବ। ପୃଥିବୀ ଉପରେ ସୌର ବିକିରଣର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ସୂଚନାଯୋଗ୍ୟ ଯେ ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ୍‌-୧ ଉତ୍‌କ୍ଷେପଣ କରାଯାଇଥିଲା। ଏବେ ଏହି ଅଭିଯାନ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ଏହା ଜାନୁଆରୀ ୭ ତାରିଖରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଇସ୍ରୋ ସେପ୍ଟେମ୍ବର ୭ ତାରିଖରେ ଆଦିତ୍ୟ ଏଲ୍‌-୧ର କ୍ୟାମେରା ନେଇଥିବା ସେଲ୍‌ଫି ଫଟୋ ଜାରି କରିଥିଲା। ଏଥିରେ ଏଲ୍‌-୧ ପୃଥିବୀ ଏବଂ ଚନ୍ଦ୍ର ସହ ଏହି ସେଲ୍‌ଫି ନେଇଥିଲା। ସେପ୍ଟେମ୍ବର ୪ ତାରିଖରେ ଏହି ଫଟୋ ଉତ୍ତୋଳନ କରାଯାଇଥିଲା। ଫଟୋରେ ଆଦିତ୍ୟ ଏଲ୍‌-୧ରେ ଲାଗିଥିବା ୨ଟି ଉପକରଣ ଭିଇଏଲ୍‌ସି ଏବଂ ଏସ୍‌ୟୁଆଇଟିକୁ ମଧ୍ୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

09 Dec 2023 By The Sakala

ଆଦିତ୍ୟ ଏଲ୍‌-୧ର ସଫଳତା: ଆସିଲା ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌-ଡିସ୍କ ଫଟୋ

ବେଙ୍ଗାଲୁରୁ: ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’ ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌-ଡିସ୍କ ଫଟୋଇ ଉଠାଇଛି। ଶୁକ୍ରବାର ସନ୍ଧ୍ୟାରେ ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି। ଏଲ୍‌-୧ର ପେଲୋଡରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଓଲେଟ ଇମେଜିଂ ଟେଲିସ୍କୋପ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ ୱେବଲେନ୍ଥ ନିକଟରୁ ଏହି ଫଟୋ ଉତ୍ତୋଳନ କରିଛି। ୨୦୦ରୁ-୪୦୦ ନାନୋ ୱେବଲେନ୍ଥରୁ ଏହି ନିଆଯାଇଛି। ଏହାକୁ କଏଦ କରିବା ପାଇଁ ପେଲୋଡ ୧୧ ଫିଲ୍‌ଟର ବ୍ୟବହାର କରିଛି। ଏହି ଫଟୋରେ ସନ୍‌ ସ୍ପଟ, ବ୍ଲାକ ସ୍ପଟ୍‌, ସୂର୍ଯ୍ୟଙ୍କ ଶାନ୍ତ କ୍ଷେତ୍ରର ଦୃଶ୍ୟ ଦେଖିବାକୁ ମିଳୁଛି। ଫଟୋରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର ଏବଂ କ୍ରୋମୋସ୍ଫିୟରର ବିବରଣୀ ଦେଖାଯାଉଛି। ଏହି ଫଟୋ ବୈଜ୍ଞାନିକ ଅଧ୍ୟୟନ ପାଇଁ ସହାୟକ ହେବ। ସୂର୍ଯ୍ୟଙ୍କ ପରିବେଶ ସମ୍ପର୍କରେ ସୂଚନା ମିଳିବ। ପୃଥିବୀ ଉପରେ ସୌର ବିକିରଣର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରାଯାଇପାରିବ।

ସୂଚନାଯୋଗ୍ୟ ଯେ ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ୍‌-୧ ଉତ୍‌କ୍ଷେପଣ କରାଯାଇଥିଲା। ଏବେ ଏହି ଅଭିଯାନ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ଏହା ଜାନୁଆରୀ ୭ ତାରିଖରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଇସ୍ରୋ ସେପ୍ଟେମ୍ବର ୭ ତାରିଖରେ ଆଦିତ୍ୟ ଏଲ୍‌-୧ର କ୍ୟାମେରା ନେଇଥିବା ସେଲ୍‌ଫି ଫଟୋ ଜାରି କରିଥିଲା। ଏଥିରେ ଏଲ୍‌-୧ ପୃଥିବୀ ଏବଂ ଚନ୍ଦ୍ର ସହ ଏହି ସେଲ୍‌ଫି ନେଇଥିଲା। ସେପ୍ଟେମ୍ବର ୪ ତାରିଖରେ ଏହି ଫଟୋ ଉତ୍ତୋଳନ କରାଯାଇଥିଲା। ଫଟୋରେ ଆଦିତ୍ୟ ଏଲ୍‌-୧ରେ ଲାଗିଥିବା ୨ଟି ଉପକରଣ ଭିଇଏଲ୍‌ସି ଏବଂ ଏସ୍‌ୟୁଆଇଟିକୁ ମଧ୍ୟ ଦେଖିବାକୁ ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର